ETV Bharat / state

ହଜିଗଲା ମାନବିକତା, ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ଛାଟିଲେ ଗରମପାଣି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କ ମୁହଁକୁ ଗରମ ପାଣି ଛାଟିଲେ ମହିଳା । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବୃଦ୍ଧ । ଅଧିକ ପଢନ୍ତୁ

ମହିଳାଙ୍କ ଅମାନବିକତା, ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ଛାଟିଲେ ଗରମପାଣି

author img

By

Published : Jun 7, 2022, 8:47 AM IST

କେନ୍ଦ୍ରାପଡା: ପୂର୍ବ ଶତ୍ରୁତା ପାଇଁ ମହିଳା ଭୁଲିଗଲେ ମାନବିକତା । ରାଗ ସୁଝାଇବାକୁ ବୃଦ୍ଧଙ୍କ ମୁହଁକୁ ଛାଟିଲେ ଗରମ ପାଣି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବୃଦ୍ଧ । କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧିନ ଅଳାଇଲୋ ଗାଁରେ ଘଟିଛି ଏହି ଅମାନବୀୟ ଘଟଣା । ଗୁରୁତର ବୃଦ୍ଧ ଜଣଙ୍କ ହେଉଛନ୍ତି ରବୀନ୍ଦ୍ର ସେଠୀ । ସୂଚନାନୁଯାୟୀ, ଗ୍ରାମର ସାବିତ୍ରୀ ସେଠୀ ଓ ରବୀନ୍ଦ୍ରଙ୍କ ପରିବାର ଭିତରେ ଦୀର୍ଘଦିନ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ପୂର୍ବରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଗତକାଲି (ସୋମବାର) କୌଣସି କାମରେ ରବୀନ୍ଦ୍ର ବାହାରକୁ ଯାଉଥିବାବେଳେ ସାବିତ୍ରୀ ତାଙ୍କ ଉପରେ ଗରମପାଣି ଫିଙ୍ଗିଥିଲେ ।

ମହିଳାଙ୍କ ଅମାନବିକତା, ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ଛାଟିଲେ ଗରମପାଣି

ଯାହାଫଳରେ ରବୀନ୍ଦ୍ରଙ୍କ ପିଠି ଓ ହାତର ଅନେକ ଅଂଶ ପୋଡି ଯାଇଥିବା ବେଳେ ତାଙ୍କୁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଗରମପାଣି ପକାଇଥିବା ମହିଳାଙ୍କୁ ଗାଁର ଶହଶହ ଲୋକେ ଘେରି ରହିଥିବା ବେଳେ ଉତ୍ତେଜନା ବୃଦ୍ଧି ପାଇଥିଲା । ଖବର ପାଇ ମହାକାଳପଡ଼ା ପୋଲିସ ଅଳାଇଲୋ ଗାଁରେ ପହଞ୍ଚି ସାବିତ୍ରୀ ଓ ତାଙ୍କ ସ୍ୱାମୀଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.