ETV Bharat / state

ଦିଅର ଆକ୍ରମଣରେ ଭାଉଜ ଗୁରୁତର, ତିନି ଗିରଫ

author img

By

Published : Jun 20, 2023, 3:19 PM IST

ଦିଅରର କଟୁରି ଆକ୍ରମଣରେ ଭାଉଜ ଗୁରୁତର। ଦୁଇ ସହଯୋଗୀଙ୍କ ସମେତ ଦିଆରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅଧିକ ପଢନ୍ତୁ

woman injured after brother in law attack

କେନ୍ଦ୍ରାପଡା: ଶାଶୁଘର ଲୋକେ ନିର୍ଯାତନା ଦେବାରୁ ବାପ ଘରେ ରହୁଥିଲେ ମହିଳା। ଆପୋଷ ବୁଝାମଣା ପାଇଁ ଭାଉଣଙ୍କ ପାଖକୁ ଆସିଥିଲେ ଦିଅର। କିନ୍ତୁ କୌଣସି ନିଷ୍କର୍ସ ନବାହିରିବାରୁ ଶେଷରେ ଭାଉଜଙ୍କୁ ଆକ୍ରମଣ କଲେ ଦିଅର ଓ ତାଙ୍କ ସହଯୋଗୀ। କଟୁରୀରେ ଆକ୍ରମଣ କରିବାରୁ ଗୁରୁତର ଆଉତ ହେଲେ ମହିଳା । ଶେଷରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ସହଯୋଗୀଙ୍କ ସମେତ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗୁରୁତର ମହିଳା ହେଉଛନ୍ତି ଜିନମୟୀ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟ ବାଣପୁର ଗାଁର ନୃସିଂହ ଚରଣ ସାହୁଙ୍କ ଝିଅ ଜିନମୟୀ ଗତ ୬ ବର୍ଷ ତଳେ କଟକତିଲକଣା ଗାଁରେ ବିବାହ କରିଥିଲେ। ବିବାହର ଦୁଇବର୍ଷ ପରେ ଜିନମୟୀଙ୍କର ଏକ ଝିଅ ହୋଇଥିବା ବେଳେ ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଫଳରେ ଗତ ୩ ବର୍ଷ ହେବ ସେ ବାପଘରକୁ ଚାଲି ଆସି ଏଠାରେ ରହିଥିଲେ। ତେବେ ଜିନମୟୀ ନିଜର ଏବଂ ନିଜ ଝିଅର ଭରଣ ପୋଷଣ ପାଇଁ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଏନେଇ କାଉନସେଲିଂ ମଧ୍ୟ ଜାରି ରହିଛି।

ଏଭଳିସ୍ଥଳେ ଜିନମୟୀଙ୍କ ଦିଅର ରମାକାନ୍ତ ଘଟଣାର ଆପୋଷ ସମାଧାନ ପାଇଁ ନିଜର ଦୁଇ ସହଯୋଗୀଙ୍କୁ ଧରି ହାଟ ବାଣପୁର ଗାଁରେ ଗତ ରବିବାର ଦିନ ମଧ୍ୟାହ୍ନରେ ପହଞ୍ଚିଥିଲେ। ଜିନମୟୀଙ୍କ ଝିଅର ଜନ୍ମଦିନ ଥିବା କାରଣରୁ ଉକ୍ତ ଦିନ ଘରେ ଖିଆପିଆ ବ୍ୟବସ୍ଥା କରାଯାଇଥିଲା। ତେବେ ଖାଇବା ପରେ ଭାଉଜଙ୍କ ସହ ଏକାନ୍ତରେ ଆଲୋଚନା କରିବା ପାଇଁ ରମାକାନ୍ତ କହିବାରୁ ଜିନମୟୀଙ୍କ ପରିବାର ଲୋକେ ଘର ବାହାରକୁ ଚାଲି ଆସିଥିଲେ ।

ମାତ୍ର କେଇ ମିନିଟ ପରେ ଘରୁ ଜିନମୟୀଙ୍କ ଚିତ୍କାର ଶୁଣାଯିବାରୁ ଘର ଲୋକେ ଭିତରକୁ ଯାଇ ଦେଖିବା ବେଳକୁ ରମାକାନ୍ତ ତାଙ୍କୁ କଟୁରିରେ ଆକ୍ରମଣ କରୁଛି। ଭୟଭୀତ ହୋଇ ଘର ଲୋକେ ଡାକ ପକାଇବାରୁ ପଡୋଶୀ ମାନେ ଦୌଡ଼ି ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ରମାକାନ୍ତ ଓ ତାର ଦୁଇ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ସମୟରେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଗାଁ ଲୋକେ ତିନିଜଣଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଭିଯୁକ୍ତକୁ ବାନ୍ଧି ସଦର ଥାନାକୁ ଖବର ଦେଇଥିଲେ।

ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଜିନମୟୀଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ ଜିନମୟୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆକ୍ରମଣରେ ବ୍ୟବହୃତ କଟୁରି,ବାଇକ ଓ ଅଭିଯୁକ୍ତ ରମାକାନ୍ତ ପାଖରେ ରଖିଥିବା ଏକ ବିଷ ବୋତଲକୁ ଜବତ କରିଛି ।ଥାନାରେ ଏନେଇ ୪୬୪/୨୩ ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.