ETV Bharat / state

ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ନେଲା ମହିଳାଙ୍କ ଜୀବନ - A wrong treatment kill a woman

କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଗତ ଅକ୍ଚୋବର 11ରେ ପ୍ରସୂତି ପାଇଁ ମେଡିକାଲରେ ହୋଇଥିଲେ ଭର୍ତ୍ତି ।

ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ନେଲା ମହିଳାଙ୍କ ଜୀବନ
author img

By

Published : Nov 11, 2019, 3:19 PM IST

କେନ୍ଦ୍ରାପଡା: ଭୁଲ ଅସ୍ତ୍ରୋପଚାର ନେଲା ମହିଳାଙ୍କ ଜୀବନ । କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାୟଳ ଡାକ୍ତରଙ୍କ ଭୁଲ ପାଇଁ ଜଣେ ପ୍ରସୂତୀଙ୍କ ଜୀବନ ଯାଇଛି । ଯାହାକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମେ ଡାକ୍ତରଙ୍କ ବିରୁଦ୍ଧ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଆଜି ଡାକ୍ତରଙ୍କ ନିଲମ୍ବନ ଦାବି କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ପତ୍ରରେ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାଯୋଗ୍ୟ, ଗତ ଅକ୍ଟୋବର 22ରେ ଟାଉନ ଥାନା ଅନ୍ତର୍ଗତ ଚାଟଣାପଟାଣା ଗାଁର ରଞ୍ଜନ ସାହୁଙ୍କ ପତ୍ନୀ ମଧୁସ୍ମିତା ଦ୍ବିତୀୟ ସନ୍ତାନ ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଅସ୍ତ୍ରୋପଚାର କରାଯାଇ ସନ୍ତାନ ପ୍ରସବ କରାଯାଇଥିଲା । ହେଲେ ଅପରେସନ ପରେ ପ୍ରସୂତି ଜଣକର ବାରମ୍ବାର ବାନ୍ତି ହେବାକୁ ଲାଗିଥିଲା । ଯାହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଜଣାଇଥିଲେ । କିନ୍ତୁ ଏହା କିଛି ନୁହେଁ କହି ଡାକ୍ତର କଥାକୁ ଏଡାଇଥିଲେ । କିନ୍ତୁ ପିଲା ଜନ୍ମ ହେବାର 11 ଦିନ ପରେ କଟକ ମେଡିକାଲକୁ ପଠାଇ ଦେଇଥିଲେ ଡାକ୍ତର ।

ସେଠାରେ ଡାକ୍ତରମାନେ ମଧୁସ୍ମିତାଙ୍କ ଖାଦ୍ୟନଳୀ କଟାଯାଇଥିବାର କହିଥିଲେ । ଏହା ପରେ ପରିବାରଲୋକେ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଗତ ଦୁଇ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:11.11.2019
Radhakanta Mohanty, Kendrapada
Slug-od_kpr_03_wrong treatment_script_7204459
Anchor-କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ଜଣେ ମହିଳାଙ୍କ ଜୀବନ।ଗତ ଅକ୍ଟୋବର ମାସ 22 ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗାଁର ରଞ୍ଜନ ସାହୁଙ୍କ ପତ୍ନୀ ମଧୁସ୍ମିତା ସାହୁଙ୍କର ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେବାପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ତେବେ ଡାକ୍ତର ମୁରଲୀଧର ପାଢ଼ୀ ଅସ୍ତ୍ରୋପଚାର କରାଇ ପିଲାଟିକୁ ଜନ୍ମ କରାଇଥିଲେ।ଏହାପରେ ବାନ୍ତି ହେବାରୁ ପରିବାରବର୍ଗ ଏଡିଏମଓ,ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ତେବେ ପିଲା ଜନ୍ମହେବାର 11ଦିନ ପରେ ମଧୁସ୍ମିତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ରେଫର କରିବାପରେ ସେଠାରେ ଡାକ୍ତରମାନେ ମଧୁସ୍ମିତାଙ୍କ ଖାଦ୍ୟନଳୀ କଟାଯାଇଥିବା କହିଥିଲେ ଡାକ୍ତର।ଏହାପରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରିବାପରେ ଗତ ଦୁଇଦିନ ତଳେ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଥିଲା।ତେବେ ଏନେଇ ପରିବାର ପକ୍ଷରୁ ପ୍ରଥମେ ଟାଉନ ଥାନାରେ ଡାକ୍ତରଙ୍କ ବିରୁଦ୍ଧରେ ମାମଲା ହେବାପରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଲମ୍ବନ ଦାବିରେ ଏକ ଲିଖିତ ଅଭିଯୋଗ କରାଯାଇଛି।
Byt-ରଞ୍ଜନ ସାହୁ(ମୃତକଙ୍କ ସ୍ୱାମୀ)
Byt-ଇତିଶ୍ରୀ ଦାସ(ସଦସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.