ETV Bharat / state

ପ୍ରେମ ପାଇଁ ସ୍ତ୍ରୀ ପୋଛିଲା ମଥା ସିନ୍ଦୁର, ପ୍ରେମିକ ସହ ଅଭିଯୁକ୍ତ ପତ୍ନୀକୁ ବାନ୍ଧିଲା ପୋଲିସ - woman and her boyfriend arrested

ସ୍ବାମୀର ଅନ୍ତିମ ସଂସ୍କାର ବେଳେ ପ୍ରେମିକ ସହ ପତ୍ନୀ ଫେରାର ଘଟଣା । ମୃତ ସ୍ବାମୀର ହତ୍ୟା ଘଟଣାରେ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କଲା ରାଜକନିକା ପୋଲିସ । ଅଧିକ ପଢ଼ନ୍ତୁ

woman and her boyfriend arrested for murder of his husband in kendrapara
ସ୍ବାମୀର ହତ୍ୟା ଘଟଣାରେ ପତ୍ନୀ ଓ ପ୍ରେମିକ ଗିରଫ
author img

By

Published : Aug 29, 2022, 7:38 AM IST

କେନ୍ଦ୍ରାପଡ଼ା: ପରକୀୟା ପ୍ରୀତିର ସାଙ୍ଘାତିକ କାହାଣୀ । ପ୍ରେମରେ ଉଟୁବୁଟୁ ହୋଇ ସ୍ବାମୀକୁ ହତ୍ୟା କରିବାକୁ ପଛାଇଲାନି ସ୍ତ୍ରୀ । ଖବର ଲୁଚାଇବାକୁ ଷଡଯନ୍ତ୍ର ରଚିଥିଲା ସ୍ତ୍ରୀ । ଶେଷରେ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ହତ୍ୟା ଅଭିଯୋଗରେ ବାନ୍ଧିଛି ପୋଲିସ । ନିକଟରେ ଏହି ଘଟଣା ଓଡିଶାରେ ଚାଞ୍ଚଲ୍ୟ ଖେଳାଇଥିଲା । ସ୍ବାମୀର ଜୁଇ ଜଳୁଥିବା ବେଳେ ପ୍ରେମିକ ହାତ ଧରି ଚାଲିଯାଇଥିଲା ସ୍ତ୍ରୀ ।

ସ୍ବାମୀର ହତ୍ୟା ଘଟଣାରେ ପତ୍ନୀ ଓ ପ୍ରେମିକ ଗିରଫ

ପୋଲିସ ଘଟଣାର ତଦନ୍ତ କରି ସ୍ବାମୀ ହତ୍ୟା ଅଭିଯୋଗ ପତ୍ନୀକୁ ଗିରଫ କରିଛି (woman and her boyfriend arrested for murder of his husband) । ମୃତ ରଙ୍ଗାଧରଙ୍କ ବଡ଼ଭାଇ ଗଙ୍ଗାଧର ଅଭିଯୋଗ ପରେ ରାଜକନିକା ପୋଲିସ ଦ୍ବାରା ଅଭିଯୁକ୍ତ ମହିଳା ଏବଂ ପ୍ରେମିକକୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ରତ୍ନମଣି ଓ ପ୍ରେମିକ ଅସିତ ଶତପଥୀ ।

ସୂଚନା ଥାଉକି, କେନ୍ଦ୍ରାପଡା ରାଜକନିକା ଥାନା ସିହୋପଡା ପଞ୍ଚାୟତ ଭାମଣ୍ଡା ଗାଁର ରଙ୍ଗାଧର ଗତ ଅଗଷ୍ଟ ୧୭ରେ ନିଖୋଜ ଥିବା ନେଇ ବଡ଼ଭାଇ ଓ ରଙ୍ଗାଧରଙ୍କ ଧର୍ମପତ୍ନୀ ଦୁଇଟି ଥାନାରେ ପୃଥକ ପୃଥକ ଅଭିଯୋଗ କରିଥିଲେ । ଏହାପରେ ଗତ ୨୧ ତାରିଖ ଦିନ ରଙ୍ଗାଧରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଆସି ସ୍ବାମୀର ଅନ୍ତିମ ସଂସ୍କାର ହେଉଥିବାବେଳେ ସ୍ତ୍ରୀ ରତ୍ନମଣି ପ୍ରେମିକ ସହିତ ଗାଁ ଛାଡି ଫେରାର ହୋଇଯାଇଥିଲେ । ଦୁଇଦିନ ଖୋଜାଖୋଜି କରିବା ପରେ ପୋଲିସ ପଞ୍ଜାରେ ଉଭୟଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ରବିବାର ଅଭିଯୁକ୍ତଙ୍କୁ ମୂଳ ମାମଲାରେ 302/201/34 IPCରେ କୋର୍ଟ ଚାଲାଣ କରିଥିବା ରାଜକନିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଏହାରି ମଧ୍ୟରେ ଅଭିଯୁକ୍ତ ରତ୍ନମଣୀ ରଙ୍ଗାଧରଙ୍କ ପାଇଁ ମୁଣ୍ଡରେ ସିନ୍ଦୁର ଆଉ ହାତରେ ଶଙ୍ଖା ପିନ୍ଧିଥିବା ବେଳେ ପ୍ରେମିକ ଅସିତ ସହ ଯାଜପୁର କୋର୍ଟରେ ବିବାହ କରିଥିବା ସେ ସ୍ବୀକାର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସ୍ବାମୀର ଅନ୍ତିମ ସଂସ୍କାର ପ୍ରେମିକ ସହ ପତ୍ନୀ ଫେରାର, ୨ଝିଅ ଆଣିଲେ ହତ୍ୟା ଅଭିଯୋଗ

ତେବେ ଜଣେ ୪୦ବର୍ଷରୁ ଊର୍ଦ୍ଧ୍ବ ବୟସର ସ୍ତ୍ରୀ ନିଜର ଦୁଇଝିଅ ଓ ଦୁଇପୁଅକୁ ପର କରି ପ୍ରେମିକ ସହ ଚାଲିଯିବା ସମସ୍ତ ସଭ୍ୟ ସମାଜକୁ ଆଶ୍ଚର୍ଯ୍ୟ କରିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ବାମୀ ମୃତ୍ୟୁରେ ସ୍ତ୍ରୀ ଶଙ୍ଖାସିନ୍ଦୁର ପୋଛିବା ପାଇଁ ନିୟମ ରହିଥିବା ବେଳେ ସ୍ବାମୀର ଅନ୍ତିମ ସଂସ୍କାର ଚାଲିଥିବା ବେଳେ ପତ୍ନୀ ପ୍ରେମିକ ସହ ଚାଲିଯିବା ଘଟଣା କେବଳ ରାଜକନିକା କାହିଁକି ସାରା ଜିଲ୍ଲାର ଲୋକଙ୍କୁ ସ୍ତମ୍ଭିଭୂତ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.