ETV Bharat / state

ସରପଞ୍ଚ ଶୁଖାଇଦେଲେ ଜଳାଶୟ ! ପାଣି ପାଇଁ ୨୦୦ ପରିବାର ହନ୍ତସନ୍ତ

ସଂସାରଫଳ ପଞ୍ଚାୟତର ସଂସାରଫଳ ଗାଁର ୧୦ ଓ ୧୧ ନଂ ୱାର୍ଡରେ ୨୦୦ରୁ ଉର୍ଦ୍ଧ୍ବ ପରିବାରର ୫୦୦ରୁ ଉର୍ଦ୍ଧ୍ବ ଲୋକମାନଙ୍କ ପାଇଁ ଅଛି ଗୋଟିଏ ମାତ୍ର ନଳକୂପ । ଦୀର୍ଘବର୍ଷ ହେବ ଅନ୍ୟ ନଳକୂପ ବ୍ୟବସ୍ଥା ନଥିବାବେଳେ ଲୋକେ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

author img

By

Published : May 27, 2020, 3:32 PM IST

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପାଇଁ  ୨୦୦ ପରିବାର ପାନୀୟଜଳ ପାଇଁ ହନ୍ତସନ୍ତ

କେନ୍ଦ୍ରାପଡା: ଖରାଦିନ ଆରମ୍ଭରୁ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ । ୨୦୦ ପରିବାରକୁ ଭରସା ଏକମାତ୍ର ନଳକୂପ । ଏକ ବାଲଟି ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବା ପାଇଁ ପଡୁଛି । କିନ୍ତୁ ସରପଞ୍ଚଙ୍କ ଜିଦ ନଳକୂପ ଖନନ ହେବ ନାହିଁ । ସେପଟେ ଲୋକେ ବ୍ୟବହାର କରୁଥିବା ଏକମାତ୍ର ପୋଖରୀକୁ ସରପଞ୍ଚଙ୍କ ପଙ୍କ ଉଦ୍ଧାର ପାଇଁ ଶୁଖାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯାହାକୁ ନେଇ ସଂସାରଫଳ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଅନ୍ୟପଟେ ଗତବର୍ଷ ଜିଲ୍ଲାରେ ଆରମ୍ଭ ହୋଇଥିବା ଜଳଶକ୍ତି ଅଭିଯାନର ଗତି କେଉଁଆଡ଼େ ତାହା ଏଭଳି ଦୃଶ୍ୟଗୁଡିକରୁ ସ୍ପଷ୍ଟ ପ୍ରମାଣିତ ।

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗାଁର ଦୃଶ୍ୟ । ପାଣି ମୁନ୍ଦାଏ ପାଇଁ ଧାଡିରେ ରହିଛନ୍ତି ମହିଳା । ସଂସାରଫଳ ପଞ୍ଚାୟତର ସଂସାରଫଳ ଗାଁର ୧୦ ଓ ୧୧ ନଂ ୱାର୍ଡରେ ୨୦୦ରୁ ଉର୍ଦ୍ଧ୍ବ ପରିବାରର ୫୦୦ରୁ ଉର୍ଦ୍ଧ୍ବ ଲୋକମାନଙ୍କ ପାଇଁ ଅଛି ଗୋଟିଏ ମାତ୍ର ନଳକୂପ । ଦୀର୍ଘବର୍ଷ ହେବ ଅନ୍ୟ ନଳକୂପ ବ୍ୟବସ୍ଥା ନଥିବାବେଳେ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟକୁ ଗ୍ରାମବାସୀ ମାନେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥଲେ ମଧ୍ୟ ନଳକୂପ ଖନନ ହୋଇପାରୁ ନାହିଁ । ନଳକୂପ ଖନନ ପାଇଁ ସମସ୍ତ କ୍ଷମତା ପଞ୍ଚାୟତ ହାତରେ ଥିବାବେଳେ ନଳକୂପ ବସିପାରିବ ନାହିଁ ବୋଲି ରୋକଠୋକ କହୁଛନ୍ତି ସରପଞ୍ଚ । ଏପରି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାନୀୟଜଳ ସମସ୍ୟା ସମାଧାନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜନ ପ୍ରତିନିଧି ମାନଙ୍କ ରାଜନୈତିକ ଆକ୍ରୋଶର ଶିକାର ହେଉଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଏହି ଗାଁରେ ଉତ୍କଟ ଜଳସମସ୍ୟା ଥିବା ବେଳେ ଏକମାତ୍ର ପଞ୍ଚାୟତ ପୋଖରୀରେ ଗ୍ରାମବାସୀମାନେ ଚଳପ୍ରଚଳ କରିଥାନ୍ତି । କିନ୍ତୁ ସରପଞ୍ଚଙ୍କ ଜିଦଖୋର ମନୋବୃତ୍ତି ଏବଂ ଲୋଭଖୋର ଉଦ୍ଦେଶ୍ୟକୁ ପ୍ରତିପାଦିତ କରିବାକୁ ଯାଇ ଜଳ ସମସ୍ୟା ସମାଧାନ ନକରି ପଙ୍କ ଉଦ୍ଧାର କରିବା ନାଁରେ ପୋଖରୀଟିକୁ ଶୁଖାଇ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ବୋଲି ମଧ୍ୟ ଅଭିଯୋଗ ହେଉଛି । ଗ୍ରାମବାସୀ ଚଳପ୍ରଚଳ କରୁଥିବା ପୋଖରୀ ପାଣିକୁ ଅନ୍ୟ ଏକ ଦଳଭର୍ତ୍ତି ପୋଖରୀରେ ପୂରାଇ ଦିଆଯାଇଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି । ଦଳଭର୍ତ୍ତି ପୋଖରୀର ପାଣି ଏବେ ପଚିଯାଇ ଦୂର୍ଗନ୍ଧ ହେବା ସହ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଛି । କୋରୋନା ମହାମାରୀ ସମୟରେ ପରିବେଶ ସ୍ବଚ୍ଛତା ଉପରେ ସରକାର ଗୁରୁତ୍ବ ଦେଇଥିବାବେଳେ ସରପଞ୍ଚଙ୍କ କାର୍ଯ୍ୟ ଯୋଗୁଁ ପାଣି ପାଇଁ ସାମାଜିକ ଦୂରତ୍ବ ରକ୍ଷା କରିପାରୁନାହାନ୍ତି ସଂସାରଫଳ ଗ୍ରାମବାସୀ । ଏଠାରେ ପ୍ରଶ୍ନ ଉଠୁଛି ମାଳମାଳ ସରକାରୀ ଯୋଜନା କାହା ପାଇଁ ? ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପାଇଁ କଣ ସରକାରୀ ଯୋଜନାରୁ ବଞ୍ଚିତ ହେବେ ସାଧାରଣ ଲୋକେ ? ସରପଞ୍ଚ ମହୋଦୟା କ୍ଷମତାର ଅପବ୍ୟବହାର କରିବା କେତେଦୂର ଠିକ? ସରପଞ୍ଚଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ଏନେଇ ସରପଞ୍ଚ କ୍ୟାମେରା ସମ୍ମୁଖରେ ମୁଁହ ଖୋଲୁ ନ ଥିବା ବେଳେ ଆମେ କେନ୍ଦ୍ରାପଡା ଉପ ଜିଲ୍ଲାପାଳଙ୍କୁ ପଚାରିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.