ETV Bharat / state

କେନ୍ଦ୍ରାପଡାରେ ଜଳକଷ୍ଟ, ନାମ ଫଳକରେ ବସୁଧା ଯୋଜନା ସୀମିତ ଅଭିଯୋଗ - ଫେଲ ମାରିଛି ବସୁଧା ଯୋଜନା

ବଢୁଛି ତାତି, କନ୍ଦାଉଛି ଜଳକଷ୍ଟ । ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର । କୋଟି କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଛି ମାଳମାଳ ଯୋଜନା । ମାତ୍ର ଖରାଦିନେ ପାଣିଟୋପେ ପାଇଁ ଡହଳବିକଳ । କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପଞ୍ଚାୟତ କଚେରିପଡା ତୋଟାସାହିର ଲୋକଙ୍କୁ ଘାରୁଛି ଜଳକଷ୍ଟ। ଅଧିକ ପଢ଼ନ୍ତୁ people alleaged basudha scheme only on nameplates

water problem in kendrapada
ନାମ ଫଳକରେ ରହିଯାଇଛି ବସୁଧା ଯୋଜନା
author img

By

Published : May 2, 2022, 2:54 PM IST

କେନ୍ଦ୍ରାପଡ଼ା: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏଭଳି ସମୟରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମନମତାଣିଆ କାର୍ଯ୍ୟ ଯୋଗୁଁ ପାଣି ପାଇଁ ବିକଳ ହେଉଛନ୍ତି ଗ୍ରାମବାସୀ ।

ନାମ ଫଳକରେ ରହିଯାଇଛି ବସୁଧା ଯୋଜନା

ଓଭର ହେଡେଡ଼ ୱାଟର ଟ୍ୟାଙ୍କ ବା ଉଚ୍ଚ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଅଛି । ମାତ୍ର ଗ୍ରାମକୁ ପାଣି ଯୋଗାଣ ହେଉ ନାହିଁ । ୨୦୦ରୁ ଉର୍ଦ୍ଧ୍ବ ପରିବାର ବ୍ୟବହାର କରିବାକୁ ରହିଛି ଗୋଟିଏ ମାତ୍ର ନଳକୂପ । କୋଟି କୋଟି ଟଙ୍କା ବ୍ୟୟରେ ରହିଛି ମାଳମାଳ ଯୋଜନା । ମାତ୍ର ବିକାଶର ଚିହ୍ନବର୍ଣ୍ଣ ଦେଖାଯାଉନାହିଁ ଅଭିଯୋଗ ହୋଇଛି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।

କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପଞ୍ଚାୟତ କଚେରିପଡା ତୋଟାସାହିର ଲୋକଙ୍କୁ ଘାରୁଛି ଜଳକଷ୍ଟ । ଗ୍ରାମରେ ମାତ୍ର ଗୋଟିଏ ନଳକୂପ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପାଣି ପାଇଁ ରାତି ପାହିଲେ ଗରା, ବାଲ୍ଟି ଧରି ଲୋକେ ଲାଇନ୍‌ରେ ଛିଡା ହେଉଛନ୍ତି । ଆଉ ଘଣ୍ଟେ ଅଧଘଣ୍ଟା ଅପେକ୍ଷା କଲେ ପାଣି ଟୋପାଏ ମିଳିଥାଏ । ମାତ୍ର ସେଥିରୁ ଫ୍ଲୋରାଇଡ଼ ଯୁକ୍ତ ହଳଦିଆ ରଙ୍ଗର ପାଣି ବାହାରୁଥିବାରୁ ପାନୀୟ ଜଳ ଭାବେ ବ୍ୟବହାର କରି ହେଉନାହିଁ । ତେଣୁ ପାନୀୟ ଜଳ ପାଇଁ ଲୋକଙ୍କୁ ଦୂରକୁ ଯିବାକୁ ପଡୁଥିବା ଲୋକେ କହିଛନ୍ତି । ପୂର୍ବରୁ ଗ୍ରାମରେ ଦୁଇଟି ନଳକୂପ ଥିଲା । ମାତ୍ର ଖରାପ ହୋଇଯିବାରୁ ଗୋଟିଏ ନଳକୂପ ହିଁ ତୋଟାସାହିବାସୀଙ୍କ ସାହା ଭରସା ପାଲଟିଛି । ଖରାଦିନ ହେଲେ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଏ ।

ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି, ସରକାରୀ ବାବୁଙ୍କ ପାଖରେ ବାରମ୍ବାର ଆପତ୍ତି କରି ଗ୍ରାମବାସୀ ନିରାଶ ହୋଇଛନ୍ତି । ଗତ ଅକ୍ଟୋବର ମାସରେ "ବସୁଧା" ଯୋଜନାରେ(Basudha Scheme) ପ୍ରତିଘରକୁ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଗାଁରେ ପାଣି ଟ୍ୟାପ ଲଗାଯାଇଥିଲା । ଅଳ୍ପ ଖର୍ଚ୍ଚରେ ଅଧିକ ମୁନାଫା ପାଇଁ ଠିକାଦାର ମନମତାଣିଆ କାର୍ଯ୍ୟ କରି ଚାରିଆଡେ ପାଇପ ବିଛାଇଥିଲେ । ମାତ୍ର ପାଣି ନଆସିବାରୁ ତୋଟାସାହି ବାସିନ୍ଦା ଦେଖିଥିବା ସ୍ବପ୍ନ ଅଧାରେ ରହିଯାଇଛି । କଚେରିପଡା ଠାରେ ବସିଥିବା ପାଣିଟାଙ୍କିଟିକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜସ୍ବ ଅନୁଦାନରେ ନିର୍ମାଣ କରିଥିଲେ । ଏହାକୁ "ବସୁଧା" ଯୋଜନାର ପ୍ରକଳ୍ପ ବୋଲି ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଟାଙ୍କି ଉପରେ ଲେଖି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଯୁକ୍ତ ବୋର୍ଡ ଲଗାଇଥିବା ଗ୍ରାମବାସୀ କହିଛନ୍ତି । ଟାଙ୍କିଟି ରକ୍ଷଣାବେକ୍ଷଣ ଅଭାବରୁ ଏବେ ଫାଟି ଯାଇଥିବା ଦେଖାଯାଇଛି । ଯେଉଁଥିପାଇଁ ଆଗାମୀ ଦିନରେ କେବଳ ତୋଟାସାହି ବାସିନ୍ଦା ନୁହନ୍ତି ସମଗ୍ର ବଗଡ଼ା ପଞ୍ଚାୟତର ଲୋକମାନେ ପିଇବା ପାଣି ସୁବିଧାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପାନୀୟଜଳ ସମସ୍ୟାର ସମାଧାନ ଦିଗରେ ଗତ ଜିଲ୍ଲା ପରିଷଦ ବୈଠକରେ ନିର୍ବାହୀ ଯନ୍ତ୍ରୀଙ୍କୁ ତ୍ବରିତ ପଦକ୍ଷେପ ନେବା ପାଇଁ ତାଗିଦ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତୋଟାସାହି ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରିନାହିଁ ।

ଏନେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶୀଘ୍ର ତୋଟାସାହି ଲୋକଙ୍କ ପାନୀୟଜଳର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଗକୁ ପାଣି ନମିଳିଲେ କୌଣସି ନେତା କିମ୍ବା ପ୍ରଶାସକଙ୍କୁ ଗାଁରେ ପୁରାଇ ଦେବେନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.