ETV Bharat / state

ଗରିବଙ୍କ ପ୍ରାପ୍ୟକୁ ଆତ୍ମସ୍ମାତ କରୁଛନ୍ତି ଦଲାଲ ସ୍ବେଚ୍ଛାସେବୀ, ଗ୍ରାମବାସୀଙ୍କ ଅଭିଯୋଗ - କେନ୍ଦ୍ରାପଡା ଖବର

କୋରୋନା ମହାମାରୀର ଲକଡାଉନରେ ଥିବା ଅସହାୟ ଗରିବ ପରିବାରଙ୍କୁ ସରକାରି ଓ ବେସରକାରୀ ସ୍ତରରେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି। ତେବେ ଏହାର ଫାଇଦା ନେଇ କିଛି ଦଲାଲ ଠକି ଚାଲିଛନ୍ତି।

lockdown
ଗରିବଙ୍କ ପ୍ରାପ୍ୟକୁ ଆତ୍ମସ୍ମାତ କରୁଛନ୍ତି ଦଲାଲ ସ୍ବେଚ୍ଛାସେବୀ, ଗ୍ରାମବାସୀଙ୍କ ଅଭିଯୋଗ
author img

By

Published : Apr 29, 2020, 11:01 AM IST

କେନ୍ଦ୍ରାପଡା: କୋରୋନା ମହାମାରୀର ଲକଡାଉନରେ ଥିବା ଅସହାୟ ଗରିବ ପରିବାରଙ୍କୁ ସରକାରି ଓ ବେସରକାରୀ ସ୍ତରରେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି। ତେବେ ଏହାର ଫାଇଦା ନେଇ କିଛି ଦଲାଲ ନିଜ ନାମରେ ବିଭିନ୍ନ ଟ୍ରଷ୍ଟ ଓ ସ୍ବେଛାସେବୀ ସଙ୍ଗଠନ କରି ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ବର୍ଷସାରା ଶିଶୁ ଖାଦ୍ୟ ମାଗଣାରେ ଯୋଗାଇ ଦିଆଯିବ କହି ଠକି ଚାଲିଛନ୍ତି।

ତେବେ ପ୍ରତି ଶିଶୁଙ୍କ ନାମରେ 200(ଦୁଇଶହ) ଟଙ୍କା ବେଆଇନ ଭାବେ ଆଦାୟ କରୁଥିବା ଘଟଣା ସାଧାରଣ ଜନତା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଏବେ ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମରେ କିଛି ତଥାକଥିତ ସ୍ବେଚ୍ଛାସେବୀ ଗତ ଦୁଇ ତିନି ଦିନ ଧରି ବେଆଇନ ଭାବେ ଗରିବ ଅସହାୟ ପରିବାରଙ୍କ ଠାରୁ ରିଲିଫ ଯୋଗାଇ ଦେବା ନାଁ ରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଛି।

ଗରିବଙ୍କ ପ୍ରାପ୍ୟକୁ ଆତ୍ମସ୍ମାତ କରୁଛନ୍ତି ଦଲାଲ ସ୍ବେଚ୍ଛାସେବୀ, ଗ୍ରାମବାସୀଙ୍କ ଅଭିଯୋଗ

ତେବେ ଶିଶୁ ମାନଙ୍କୁ ଏକ ବର୍ଷ ଧରି ବିସ୍କୁଟ,ସୁଜି,ଚୁଡା,ଅଣ୍ଡା ଆଦି ଯୋଗାଇ ଦେବା ନାମରେ ଦଲାଲ ଟଙ୍କା ଆଦାୟ କରୁଥିବା ବେଳେ ଏହି ବ୍ଲକର କିଛି ଲୋକ ପ୍ରତିନିଧି ମାନଙ୍କ ଗୋଚରରେ ଏ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.