ETV Bharat / state

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ତନ୍ତିଆପାଳ ପୋଲ ପରିଦର୍ଶନ - ମହାକାଳପଡା ବ୍ଲକ

ମହାକାଳପଡା ବ୍ଲକର ଜମ୍ବୁ,ସୁନିତୀ,ଗୋଗୁଆ ଓ ନାଞ୍ଜୁଡା ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି। ନାଞ୍ଜୁଡା ପଞ୍ଚାୟତର ତନ୍ତିଆପାଳଠାରେ ଥିବା ବ୍ରାହ୍ମଣୀ ନଦୀର ଶାଖାନଦୀ ଗଳିଆ ନଦୀରେ ଅଧାପନ୍ତରିଆ ଅବସ୍ଥାରେ ଥିବା ପୋଲକାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ତନ୍ତିଆପାଳ ପୋଲ ପରିଦର୍ଶନ

author img

By

Published : Nov 7, 2020, 10:58 PM IST

କେନ୍ଦ୍ରାପଡା: ମହାକାଳପଡା ବ୍ଲକର ଜମ୍ବୁ,ସୁନିତୀ,ଗୋଗୁଆ ଓ ନାଞ୍ଜୁଡା ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି। ନାଞ୍ଜୁଡା ପଞ୍ଚାୟତର ତନ୍ତିଆପାଳଠାରେ ଥିବା ବ୍ରାହ୍ମଣୀ ନଦୀର ଶାଖାନଦୀ ଗଳିଆ ନଦୀରେ ଅଧାପନ୍ତରିଆ ଅବସ୍ଥାରେ ଥିବା ପୋଲକାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ପୋଲ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ଏକ କାଠ ପୋଲ ମାଧ୍ୟମରେ ବିପଦ ସଂକୁଳ ଅବସ୍ଥାରେ ଦୈନିକ ଶହଶହ ମହାକାଳପଡା ବ୍ଲକର ଲୋକେ ରାଜନଗରକୁ ଯାଉଥିବା ବେଳେ ରାଜନଗର ବ୍ଲକର ଲୋକମାନେ ମହାକାଳପଡାକୁ ଆସିଥାନ୍ତି।

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ତନ୍ତିଆପାଳ ପୋଲ ପରିଦର୍ଶନ

ସେହିପରି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କର ଭରସା ମଧ୍ୟ ଏହି କାଠ ପୋଲ। ତେବେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ,ମୁଖ୍ୟଯନ୍ତ୍ରୀ ଓ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ ପଦାଧିକାରୀମାନେ ଅଧା ତିଆରି ପୋଲକୁ ବୁଲି ଦେଖିବା ପରେ ଲୋକ ପ୍ରତିନିଧି ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ପୋଲ କାର୍ଯ୍ୟ ଶେଷ ହୋଇଯିବ ବୋଲି ଉଚ୍ଚ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.