ETV Bharat / state

ସପିଙ୍ଗ ମଲକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ - ସପିଙ୍ଗ ମଲକୁ ବିରୋଧ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲା ଜିଲ୍ଲା ପ୍ରଶାସନ । ଫଳସ୍ୱରୂପ ଅସାଧୁ ଜବରଦଖଲକାରୀ ମୋଟା ଅଙ୍କର ଟଙ୍କା ପାଇଁ ଭଡାରେ ଦେଇଦେଲେ ବୁଢା ଗୋବିନ୍ଦଜୀଉ ଠାକୁରଙ୍କ ଜମି । ଅଧିକ ପଢ଼ନ୍ତୁ

ସପିଙ୍ଗ ମଲକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

author img

By

Published : Jun 4, 2022, 9:16 PM IST

କେନ୍ଦ୍ରାପଡ଼ା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲା ଜିଲ୍ଲା ପ୍ରଶାସନ । ଫଳସ୍ୱରୂପ ଅସାଧୁ ଜବରଦଖଲକାରୀ ମୋଟା ଅଙ୍କର ଟଙ୍କା ପାଇଁ ଭଡାରେ ଦେଇଦେଲେ ବୁଢା ଗୋବିନ୍ଦଜୀଉ ଠାକୁରଙ୍କ ଜମି । ବକେୟା ଭଡା ତ ଦେଲେନି ଓଲଟା ଦାଦାଗିରି ଦେଖେଇ ମଲ ଉଦଘାଟନ କଲେ । ଯାହାର ପ୍ରତିବାଦ ସ୍ୱରୂପ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗୁଲନଗରସ୍ଥିତ ବୁଢା ଗୋବିନ୍ଦଜୀଉ ମନ୍ଦିର ଅଧୀନରେ ।

ସପିଙ୍ଗ ମଲକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଏଠାରେ ଥିବା ତିନିମୁହାଣୀରେ ଦୁଇ ଏକର ସାତ ଡେସିମିଲ ଜାଗାରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନମାନେ ଭଡା ବାବଦକୁ ଥିବା ବକେୟା ଟଙ୍କା ନଦେଇ ଫାଙ୍କି ଆସୁଥିଲେ । ଅନ୍ୟପଟେ ୧୧ ଜଣ ଠାକୁର ଜମି ହଡପକାରୀ ଏହି ଜାଗାକୁ ଭଡାସୂତ୍ରରେ ଦେଇ ମାଲାମାଲ ହେଉଥିବାବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଥିବା ସିନେମା ହଲ ଭାଙ୍ଗି ଏକ ସପିଙ୍ଗ ମଲ (ବାଜାର କୋଲକାତା) ମଧ୍ୟ ଗଢି ଉଠିଛି ।

ଏପରିକି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ବକେୟା ଭଡା ପୈଠ ନକରି ଜୋର ଜୋରଜବରଦସ୍ତ ସପିଙ୍ଗ ମଲ ଖୋଲା ଯାଇଥିବାରୁ ପ୍ରତିବାଦ ସ୍ୱରୂପ ଆଜି ପୂର୍ବାହ୍ନରୁ ମଲ ଆଗରେ ଧାରଣାରେ ବସିବା ସହ ଜିଲ୍ଲା ପ୍ରଶାସନ ଏହାର ଉଚିତ ସମାଧାନ ନକଲେ ଆଗକୁ ରାଜରାସ୍ତାକୁ ଓହ୍ଲେଇବା ପାଇଁ କଡ଼ା ଚେତାବନୀ ଦେଇଥିଲେ ଗ୍ରାମବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.