ETV Bharat / state

ଅଭିଯୋଗ ନଶୁଣି ଚାଲିଗଲେ ବିଡ଼ିଓ, ଗାଡି ଅଟକାଇ ଗ୍ରାମବାସୀଙ୍କ ପ୍ରତିବାଦ - ପ୍ରହସନ ପାଲଟିଛି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ଜନଶୁଣାଣି କାର୍ଯ୍ୟକ୍ରମ ଶେଷ ପୂର୍ବରୁ ବିଡ଼ିଓଙ୍କ ସ୍ଥାନ ପରିତ୍ୟାଗକୁ ନେଇ ତାତିଲେ ଗ୍ରାମବାସୀ । ବିଡ଼ିଓଙ୍କ ଗାଡି ଅଟକାଇ ପ୍ରତିବାଦ କଲେ । ଅଧିକ ପଢ଼ନ୍ତୁ

villagers protest by stopping vehicle of ali bdo
ଅଭିଯୋଗ ନଶୁଣି ଚାଲିଗଲେ ବିଡ଼ିଓ, ଗାଡି ଅଟକାଇ ଗ୍ରାମବାସୀଙ୍କ ପ୍ରତିବାଦ
author img

By

Published : Dec 6, 2022, 7:19 AM IST

କେନ୍ଦ୍ରାପଡ଼ା: ପ୍ରହସନ ପାଲଟିଛି 'ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ' । କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅନ୍ତର୍ଗତ ବାଳକାଟି ପଞ୍ଚାୟତରେ ଆୟୋଜିତ 'ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ'ରେ ବିଡିଓ ଲୋକଙ୍କ ସମସ୍ୟା ନଶୁଣିବା ଅଭିଯୋଗ କରି ତାତିଲେ ଗ୍ରାମବାସୀ । ଦୀର୍ଘ ସମୟ ଧରି ଆଳି ବିଡ଼ିଓଙ୍କ ଗାଡ଼ିକୁ ଅଟକ ରଖିଲେ ।

ସୂଚନା ଅନୁଯାୟୀ, ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅଧିନ ବାଳକାଟି ପଞ୍ଚାୟତରେ 'ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦିନ 1ଟା ସୁଦ୍ଧା ବହୁ ଲୋକ ସେମାନଙ୍କ ବ୍ୟକ୍ତିଗତ ସମସ୍ୟା ଓ ଗୋଷ୍ଠୀଗତ ସମସ୍ୟା ଜଣାଇବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ । ହଠାତ୍ ଆଳି ବ୍ଲକ ବିଡ଼ିଓ ଦ୍ବିବେନ୍ଦୁ ଦାସ ତାଙ୍କର ଅନ୍ୟ ଏକ ସରକାରୀ ବୈଠକରେ ଯୋଗଦେବାକୁ ଥିବାରୁ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ କର୍ମଚାରୀ ଓ ପଞ୍ଚାୟତ ପରିସରରେ ଷ୍ଟଲ କରିଥିବା ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇ ସ୍ଥାନ ପରିତ୍ୟାଗ କରିଥିଲେ ।

ଏହି ସମୟରେ ବିଭିନ୍ନ ଅଭିଯୋଗ ନେଇ ଧାଡିରେ ଛିଡା ହୋଇଥିବା ପୁରୁଷ ଓ ମହିଳା ଉତ୍ୟକ୍ତ ହୋଇ ବିଡ଼ିଓଙ୍କ ଗାଡ଼ିକୁ ଅଟକାଇଥିଲେ । ଜନ ଶୁଣାଣି ଶେଷ ନହେବା ଯାଏ ବିଡ଼ିଓ ସେଠାରେ ଉପସ୍ଥିତ ରହିବା ପାଇଁ ଗ୍ରାମବାସୀ ଅଡ଼ି ବସିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତେବେ ଏନେଇ ଆଳି ବିଡ଼ିଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡା଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.