ETV Bharat / state

ସୁରଟ ଫେରନ୍ତା ଗର୍ଭବତୀଙ୍କ ଗୃହ ସଙ୍ଗରୋଧ, ଆତଙ୍କିତ ଗ୍ରାମବାସୀ - home quarantine

ପ୍ରବାସୀ ଫେରନ୍ତାଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ। ଗତ 7ତାରିଖ ଦିନ ସୁରଟରୁ ଫେରିଥିବା ଦମ୍ପତିଙ୍କୁ ପ୍ରଥମେ କ୍ବାରେଣ୍ଟାଇନରେ ରଖିବା ଓ ଏହାର ଦୁଇଦିନ ପରେ ଘରେ ଛାଡିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଆତଙ୍କିତ ହୋଇପଡିଛନ୍ତି ଡେରାବିଶ୍ ବ୍ଲକ ଖମାର ବେଲରପା ଗାଁ ଲୋକେ । ଅଧିକ ପଢନ୍ତୁ...

Villagers panic over home quarantine
ସୁରଟ ଫେରନ୍ତା ଗର୍ଭବତୀଙ୍କ ଗୃହ ସଙ୍ଗରୋଧ, ଆତଙ୍କିତ ଗ୍ରାମବାସୀ
author img

By

Published : May 10, 2020, 7:57 PM IST

କେନ୍ଦ୍ରାପଡା: ପ୍ରବାସୀ ଫେରନ୍ତାଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ। ଗତ 7ତାରିଖ ଦିନ ସୁରଟରୁ ଫେରିଥିବା ଦମ୍ପତିଙ୍କୁ ପ୍ରଥମେ କ୍ବାରେଣ୍ଟାଇନରେ ରଖିବା ଓ ଏହାର ଦୁଇଦିନ ପରେ ଘରେ ଛାଡିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଆତଙ୍କିତ ହୋଇପଡିଛନ୍ତି ଗାଁ ଲୋକେ ।

ସୁରଟ ଫେରନ୍ତା ଗର୍ଭବତୀଙ୍କ ଗୃହ ସଙ୍ଗରୋଧ, ଆତଙ୍କିତ ଗ୍ରାମବାସୀ

ଅଭିଯୋଗ ମୁତାବକ, କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ନରସିଂହପୁର ପଞ୍ଚାୟତ ଖମାର ବେଲରପା ଗାଁର ଦମ୍ପତି ଦୀର୍ଘଦିନ ଧରି ସୁରଟରେ ରହି ଆସୁଥିଲେ। ତେବେ କୋରୋନା ମହାମାରୀ ପାଇଁ ଗତ 7 ତାରିଖ ଦିନ ଦୁହେଁ ଓଡିଶାକୁ ଫେରିବା ପରେ ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ 28ଦିନିଆ କ୍ବାରେଣ୍ଟାଇନରେ ରହିବା କଥା। କିନ୍ତୁ ମହିଳା ଜଣଙ୍କ ଗର୍ଭବତୀ ଥିବା କାରଣରୁ କ୍ବାରେଣ୍ଟାଇନ ସେଣ୍ଟର ହୋଇଥିବା ତିଲଙ୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତାଙ୍କୁ ଘରକୁ ପଠାଯାଇଛି।

ବର୍ତ୍ତମାନ ମହିଳା ଜଣଙ୍କ ରହୁଥିବା ଶାଶୁଘର ପରିବାରର ଗୃହ ଅଭାବ ହୋଇଥିବା କାରଣରୁ ଗୋଟିଏ ଘରେ ଶାଶୂ, ଶ୍ବଶୁରଙ୍କ ସମେତ ମହିଳା ଜଣଙ୍କ ରହୁଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ଶାଶୁ ଓ ଶ୍ବଶୁର ସଙ୍ଗରୋଧ ନିୟମ ନମାନି ବିନା ଦ୍ବିଧାରେ ଚାରିଆଡେ ବୁଲୁଥିବା ଯୋଗୁଁ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିବା ସହ ଜିଲ୍ଲାପାଳ ଓ ଏସପିଙ୍କୁ ମେଲ ଓ ଟ୍ବିଟର ମାଧ୍ୟମରେ ଅଭିଯୋଗ କରିଛନ୍ତି।

ତେବେ ଉକ୍ତ ପରିବାରର ସଦସ୍ୟ ସଙ୍ଗରୋଧ ନିୟମ ମାନିଲେ ସେମାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.