ETV Bharat / state

ଯୁବକଙ୍କୁ ଲଣ୍ଡା କରି ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ, ଦୁଇ ପକ୍ଷରୁ ମାମଲା

ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ସାତବେଣ୍ଟିଆ କରି ଗାଁ ଦାଣ୍ଡରେ ବୁଲାଯାଇଛି। ଅଧିକ ପଢ଼ନ୍ତୁ

author img

By

Published : Apr 4, 2022, 11:25 AM IST

villagers attack on young man in mahakalapada
ଯୁବକଙ୍କୁ ନଣ୍ଡାକରି ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା: ମହାକାଳପଡା ଥାନା ପେଟଛେଲା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ସାତବେଣ୍ଟିଆ କରି ଗାଁ ଦାଣ୍ଡରେ ବୁଲାଯାଇଛି। ଏହି ଘଟଣା ନେଇ ମହାକାଳପଡା ଥାନାରେ ଅଭିଯୋଗ ହୋଇଛି।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକ ଜଣେ ଯୁବକଙ୍କୁ ଲଣ୍ଡା କରି ଗଛରେ ବାନ୍ଧି ରାତି ତମାମ ମାଡ଼ ମାରିବା ସହିତ ସାତବେଣ୍ଟିଆ କରି ସର୍ବସମ୍ମୁଖରେ ବୁଲାଇଥିଲେ। ଏନେଇ ଯୁବକଙ୍କ ଭଉଣୀ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ମହାକାଳପଡା ଥାନାରେ ଉକ୍ତ ଯୁବକଙ୍କ ବିରୋଧରେ ଏକ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଯୁବକ ଜଣକ ଗତକାଲି ବିଳମ୍ବିତ ରାତିରେ ଜନୈକା ମହିଳାଙ୍କ ଘରକୁ ଚୋରି କରିବାକୁ ଯାଇ ତାଙ୍କର ନାବାଳିକା ଝିଅକୁ ଅସଦାଚରଣ ଉଦ୍ୟମ କରିଥିଲେ। ମହିଳା ଓ ତାଙ୍କ ଝିଅ ପାଟି କରିବାରୁ ଗ୍ରାମର କେତେକ ଲୋକ ଯୁବକକୁ କାବୁ କରି ଏକ ଗଛରେ ରଶି ସାହାଯ୍ୟରେ ବାନ୍ଧି ପକାଇଥିଲେ। ତେବେ ଏହି ଘଟଣା ଉପରେ ମହାକାଳପଡା ପୋଲିସ କିମ୍ବା ଉଭୟ ପରିବାରର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.