ETV Bharat / state

ପ୍ରବାସୀ ଶ୍ରମିକଙ୍କୁ ନେଇ ବିଜୟ ମହାପାତ୍ର ପ୍ରେସମିଟ - Vijay Mohapatra's Presmit

ଫେରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ କେନ୍ଦ୍ରାପଡ଼ାରେ କର୍ମସଂସ୍ଥାନ ଯୋଗାଇ ଦେବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରବାସୀ ଶ୍ରମିକଙ୍କୁ ନେଇ ବିଜୟ ମହାପାତ୍ର ପ୍ରେସମିଟ

author img

By

Published : May 25, 2020, 10:59 PM IST

Updated : May 26, 2020, 1:49 PM IST

କେନ୍ଦ୍ରାପଡ଼ା: ଫେରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ କେନ୍ଦ୍ରାପଡ଼ାରେ କର୍ମସଂସ୍ଥାନ ଯୋଗାଇ ଦେବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସୋମବାର କେନ୍ଦ୍ରାପଡ଼ା ସାମ୍ବାଦିକ ସମ୍ମିଳନୀରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଜୀବନ ଓ ଜୀବିକା ପାଇଁ ସରକାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ।

ପ୍ରବାସୀ ଶ୍ରମିକଙ୍କୁ ନେଇ ବିଜୟ ମହାପାତ୍ର ପ୍ରେସମିଟ

ସେହିପରି ଚଳିତ ମହାବାତ୍ୟା ଅମ୍ଫାନରେ କ୍ଷତି ସହିଥିବା କୃଷକ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣା ଏବଂ ନବୀକରଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । କେନ୍ଦ୍ର ଦେଇଥିବା 500କୋଟି ସହାୟତା ରାଶିରୁ ରାଜ୍ୟ ସରକାର 100 କୋଟି ବାତ୍ୟା ଆଶ୍ରୟସ୍ଥଳୀ ଓ 250କୋଟି ଅର୍ଥରାଶି ଚାଷକୁ ଦେବାପାଇଁ ଦାବି କରିଛନ୍ତି ବିଜେପିର ଏହି ବରିଷ୍ଠ ନେତା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 26, 2020, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.