ETV Bharat / state

ଭେଣ୍ତିଙ୍ଗ ଜୋନରେ ଝୁଲୁଛି ତାଲା, ହନ୍ତସନ୍ତ ଉଠା ଦୋକାନୀ - ତିନିମୁହାଣିରେ ଭେଣ୍ତିଙ୍ଗ ଜୋନ୍

ଉଠାଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ତିଙ୍ଗ ଜୋନ୍‌ ତିଆରି କରାଗଲା, ସ୍ଥାୟୀ ଥଇଥାନର କଥା କୁହାଗଲା ଓ ନେତା ଉଦ୍‌ଘାଟନ ବି କଲେ । କିନ୍ତୁ, ତିନି ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ତିନିମୁହାଣିରେ ହୋଇଥିବା ଭେଣ୍ତିଙ୍ଗ ଜୋନ୍‌ ଖୋଲା ଯାଇପାରିଲା ନାହିଁ । ଉଦ୍‌ଘାଟନ ପରଠୁ ଝୁଲୁଛି ତାଲା । ଅଧିକ ପଢନ୍ତୁ...

tinimuhani vending zone locked 3 years long in kendrapada
ଭେଣ୍ତିଙ୍ଗ ଜୋନରେ ଝୁଲୁଛି ତାଲା, ହନ୍ତସନ୍ତ ଉଠା ଦୋକାନୀଙ୍କ
author img

By

Published : Feb 25, 2021, 10:57 PM IST

କେନ୍ଦ୍ରାପଡା: ଉଠାଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ତିଙ୍ଗ ଜୋନ୍‌ ତିଆରି କରାଗଲା, ସ୍ଥାୟୀ ଥଇଥାନର କଥା କୁହାଗଲା ଓ ନେତା ଉଦ୍‌ଘାଟନ ବି କଲେ । କିନ୍ତୁ, ତିନି ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ତିନିମୁହାଣିରେ ହୋଇଥିବା ଭେଣ୍ତିଙ୍ଗ ଜୋନ୍‌ ଖୋଲା ଯାଇପାରିଲା ନାହିଁ । ଉଦ୍‌ଘାଟନ ପରଠୁ ଝୁଲୁଛି ତାଲା । ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ ଗୁଡିକ କଳଙ୍କି ଲାଗିବା ସହ ଭାଙ୍ଗିରୁଜି ଗଲାଣି । ଏହାକୁ କିଭଳି କାର୍ଯ୍ୟକ୍ଷମ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ତାହା ଉପରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ।

ଭେଣ୍ତିଙ୍ଗ ଜୋନରେ ଝୁଲୁଛି ତାଲା, ହନ୍ତସନ୍ତ ଉଠା ଦୋକାନୀଙ୍କ

କେନ୍ଦ୍ରାପଡା ମୁନିସିପାଲଟି ପକ୍ଷରୁ ତିନିମୁହାଣୀ ନିକଟରେ ଥିବା ଉଠା ଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ତିଙ୍ଗ ଜୋନ୍‌ ତିଆରି କରାଗଲା । ସ୍ଥାୟୀ ଥଇଥାନର କଥା କୁହାଯାଇ ତିନି ବର୍ଷ ତଳେ ଉଚ୍ଛେଦ କରାଗଲା । ଭେଣ୍ତିଙ୍ଗ ଜୋନ୍‌ ନିର୍ମାଣ ସରିବା ତିନି ବର୍ଷ ପରେ ମଧ୍ୟ ଥଇଥାନ ହୋଇପାରୁ ନାହିଁ ଉଠାଦୋକାନୀ ମାନଙ୍କର । ଥଇଥାନ ପାଇଁ ନିର୍ମାଣ କରାଯାଇଥିବା ଭେଣ୍ତିଙ୍ଗ ଜୋନ୍‌କୁ ବି ଚାଲୁ କରାଯାଇପାରୁ ନାହିଁ । ଯାହାର ଚିତ୍ର ତିନିମୁହାଣିରେ ଦେଖିବାକୁ ମିଳିଛି । ଏଠାରେ ଉଠା ଦୋକାନୀଙ୍କ ଥଇଥାନ ଉଦ୍ଦେଶ୍ୟରେ ୪୮ଟି ଭେଣ୍ତିଙ୍ଗ ଜୋନ୍‌ ନିର୍ମାଣ କରାଯାଇଥିଲା । ୨୦୧୭ ମସିହା ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସରେ ଏହାର ଉଦ୍‌ଘାଟନ କରାଯାଇଥିଲା । କିନ୍ତୁ, ପରିତାପର ବିଷୟ ହେଉଛି ଯେ ଆଜିଯାଏଁ ଏହା ଖୋଲାଯାଇପାରିଲା ନାହିଁ । ୧୮ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ଭେଣ୍ତିଙ୍ଗ ଜୋନ୍‌କୁ କିଭଳି କାର୍ଯ୍ୟକ୍ଷମ କରାଯାଇପାରିବ, ତାହା ଉପରେ କୌଣସି ପଦକ୍ଷେପ ନେଉନାହାନ୍ତି କର୍ତୃପକ୍ଷ ବୋଲି ଅଭିଯୋଗ କରିଛନ୍ତି ଉଠାଦୋକାନୀ ।

ତିନି ବର୍ଷ ତଳେ ଉଚ୍ଛେଦ ହୋଇଥିବା ଦୋକାନୀ ମାନେ ଏବେ ରାସ୍ତା ଉପରେ ବସି ବିକ୍ରି କରୁଛନ୍ତି । ଯାହା ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ରାସ୍ତାରେ ମଧ୍ୟ ଲୋକ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ତଳେ ସରିଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ କଣ ପାଇଁ ଥଇଥାନ କରୁନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ତୁରନ୍ତ ଉଠାଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି ଦୋକାନୀ ମାନେ । ତେବେ ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଯେଉଁ ଭେଣ୍ତିଙ୍ଗ ଜୋନ୍‌ ବନ୍ଦ ଅଛି ତାହା ଅଦ୍ୟାବଧି ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇ ନାହିଁ । ଭୁଲ୍‌ କାମ କାରଣରୁ ଠିକାଦାରଙ୍କୁ ଗୋଟିଏ ଟଙ୍କା ବି ପୈଠ କରାଯାଇ ନାହିଁ । ଠିକାଦାରଙ୍କୁ ନୋଟିସ କରାଯିବ ଏହାପରେ ଆଇନନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତେବେ ନଷ୍ଟ ହେଉଥିବା ଭେଣ୍ଡିଙ୍ଗ ଜୋନ ପାଇ ପୌର ଅଧିକାରୀ କି ପଦକ୍ଷେପ ନେବା ସହ ଉଠାଦୋକାନୀ ମାନଙ୍କୁ କେବେ ଥଇଥାନ ହେବେ ତାହା ଉପରେ ସମସ୍ତଙ୍କ ନଜର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.