ETV Bharat / state

ଅଜଣା ଗାଡି ଧକ୍କାରେ ୨ ଯୁବକ ମୃତ - କେନ୍ଦ୍ରାପଡା ସଡକ ଦୁର୍ଘଟଣାରେ ୨ ଯୁବକ ମୃତ

କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖମରପଡା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ । ଅଧିକ ପଢନ୍ତୁ...

unknown vehicle accident two Youngman death in kendrapada
ଅଜଣା ଗାଡି ଧକ୍କାରେ ୨ ଯୁବକ ମୃତ
author img

By

Published : Aug 1, 2021, 6:54 PM IST

କେନ୍ଦ୍ରାପଡା: ସଡକ ଦୁର୍ଘଟଣାରେ ୨ ଯୁବକ ମୃତ । କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖମରପଡା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

ଅଜଣା ଗାଡି ଧକ୍କାରେ ୨ ଯୁବକ ମୃତ

ସୂଚନାନୁଯାୟୀ,ଆଜି ଅପରାହ୍ନରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ଖମରପଡା ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ୍ୟୁବରଣ କରିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଯୁବକ ଦୁଇଜଣ ପାଟକୁରା ଥାନା ଅନ୍ତର୍ଗତ ସିଂହାଳ ଗାଁର ବୋଲି ଜଣାପଡିଛି । ଉଭୟ ଏକ ଘରୋଇ କମ୍ପାନୀରେ କାମ କରୁଥିବା ସୂଚନା ମିଳିଛି।

ତେବେ ଦୁର୍ଘଟଣା କିପରି ହେଲା ଏବଂ କେଉଁ ଗାଡ଼ି ଘଟାଇଛି ସେନେଇ ପୋଲିସ ତଦନ୍ତ କରୁଛି । ସେପଟେ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖି ପୋଲିସ ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.