ETV Bharat / state

ବିଶ୍ବର ଅନନ୍ୟ ଶୈବପୀଠ ଉମାକାନ୍ତେଶ୍ୱର: ଏକ ଲିଙ୍ଗରେ ଏକାଠି ଶିବପାର୍ବତୀ

author img

By

Published : Feb 21, 2020, 11:20 PM IST

ସାରା ବିଶ୍ବରେ ରହିଛି ଦେବାଧିଦେବ ମହାଦେବଙ୍କ ମନ୍ଦିର । ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପୂଜା ପାଇଥାଏ ପ୍ରଭୁ ଭୋଳାନାଥଙ୍କ ଲିଙ୍ଗ । ପାର୍ଶ୍ବ ଦେବୀ ଭାବେ ପୂଜା ପାଇଥାନ୍ତି ମାତା ପାର୍ବତୀ । କିନ୍ତୁ ଆପଣଙ୍କୁ ଆମେ ଦେଖାଇବୁ ବିଶ୍ବର ଅନନ୍ୟ ଏକ ଶିବ ମନ୍ଦିର । ଯେଉଁଠି ଗୋଟିଏ ଲିଙ୍ଗରେ ଆବିର୍ଭୁତ ହୋଇଛନ୍ତି ଭଗବାନ ଶଙ୍କର ଓ ଦେବୀ ପାର୍ବତୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

unique-shiva-temple-at-kendrapada
unique-shiva-temple-at-kendrapada

କେନ୍ଦ୍ରାପଡ଼ା: ସାରା ବିଶ୍ୱରେ ରହିଛି ଦେବାଧିଦେଵ ମହାଦେବଙ୍କ ବିଭିନ୍ନ ମନ୍ଦିର, ଯେଉଁଠାରେ କି ପ୍ରଭୁ ଭୋଳାନାଥ ଲିଙ୍ଗ ରୂପରେ ପୂଜା ପାଇଥାନ୍ତି।କିନ୍ତୁ ଆମେ ଆଜି ଆମେ ଆପଣଙ୍କୁ ଦେଖାଇବୁ ବିଶ୍ୱର ଏକ ମହାଦେବ ମନ୍ଦିର ଯେଉଁଠାରେ ମହାଦେଵ ଏବଂ ମା ପାର୍ବତୀ ଗୋଟିଏ ଲିଙ୍ଗରେ ଆବିର୍ଭୂତ ହୋଇଛନ୍ତି । ଆଜକୁ ପ୍ରାୟ ୧୨୦୦ ବର୍ଷ ତଳୁ ଏହି ବିରଳ ମୂର୍ତ୍ତି ଆବିର୍ଭାବ ହୋଇଥିବା ଅନୁମାନ କରାଯାଏ।ସମସ୍ତ ଶିବ ମନ୍ଦିରରେ ଲିଙ୍ଗ ପୂଜା କରାଯାଉଥିବା ବେଳେ ପାର୍ଶ୍ୱ ଦେବୀ ମା ପାର୍ବତୀ ରହିଥାନ୍ତି।କିନ୍ତୁ ଏହି ମନ୍ଦିରରେ ରହିଛି ନିଆରା ଏକ ଲିଙ୍ଗ ଯେଉଁଥିରୁ ଲିଙ୍ଗର ସାମ୍ନା ପାର୍ଶ୍ବରେ ମା'ଙ୍କର ମୁଖ ମଣ୍ଡଳ ଦୃଶ୍ୟମାନ।"ଏକ ବ୍ରହ୍ମ,ଦ୍ବିତୀୟେ ନାସ୍ତି" ବାକ୍ୟକୁ ପ୍ରତିପାଦିତ କରୁଛି ଏହି ବିରଳ "ଉମାକାନ୍ତେଶ୍ୱର" ମନ୍ଦିର ଯାହାକି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ ରଘୁଦେଇପୁର ପଞ୍ଚାୟତର ରାଜନଗର ଗ୍ରାମରେ ଅବସ୍ଥିତ।କିମ୍ବଦନ୍ତୀ ଅନୁସାରେ ମନ୍ଦିରର ଅବସ୍ଥିତି ସ୍ଥାନର ତଳେ ମଧୁସାଗର ରହିଥିବା ବେଳେ ଏହି ମନ୍ଦିରର ଚତୁଃପାର୍ଶ୍ୱ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ରହିଥିଲା ।

ବିଶ୍ବରେ ଅନନ୍ୟ ଶୈବ ପୀଠ ଉମାକାନ୍ତେଶ୍ୱର

ଏହି ମନ୍ଦିରର ପ୍ରତିଷ୍ଠା ନେପାଳର ରାଜା ମାନଙ୍କ ଦ୍ୱାରା କରାଯାଇଥିଲା।ପରେ ଆଳି ରାଜା ଏହି ଅଞ୍ଚଳକୁ ଜୟ କରିବା ପରେ ଏହି ମନ୍ଦିରର ଚତୁଃପାର୍ଶ୍ବକୁ ସୁଉଚ୍ଚ ପ୍ରାଚୀର ଦ୍ୱାରା ଆବଦ୍ଧ କରିଦେଇଥିଲେ।କାଳକ୍ରମେ ଏହି ପ୍ରାଚୀର ଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ଏହାର ଭଗ୍ନଶେଷ ଏବେ ମାଟିତଳେ ପୋତି ହୋଇରହିଛି। ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଠାରେ ପୂଜା ପାଉଥିବା ଉମାକାନ୍ତ ପାତାଳରୁ ବାହାରିଥିବା ବିଶ୍ୱାସ ରହିଛି,କାରଣ ସମୁଦ୍ରରେ ଜୁଆର ଆସିବା (ପୂର୍ଣ୍ଣିମା ରୁ ଅମାବାସ୍ୟା)ସମୟରେ ମନ୍ଦିରରେ ପୂଜା ପାଉଥିବା ଉମାକାନ୍ତଙ୍କ ନିକଟରେ ପାଣି ବଢୁଥିବା ବେଳେ ଜୁଆର ଛାଡ଼ିଗଲେ(ଅମାବାସ୍ୟା ଠାରୁ ପୂର୍ଣ୍ଣିମା) ଏଠାରେ ଯେତେ ଜଳ ଅଭିଷେକ କଲେ ମଧ୍ୟ ପାଣି କୁଆଡେ ଉଭେଇଯାଏ ବୋଲି କହିଛନ୍ତି ମନ୍ଦିରର ପୂଜକ।

ଉମାକାନ୍ତେଶ୍ୱରଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ସେଥିପାଇଁ ତ ବର୍ଷକ ୩୬୫ଦିନ ବିଭିନ୍ନ ମାନସିକଧାରୀ ଲୋକଙ୍କର ପୂଜା ପାଠ ସହିତ ଏହି ଯୁଗଳ ମୂର୍ତ୍ତିଙ୍କ ନିକଟରେ ପିତଳ ନାଗ ମୂର୍ତ୍ତି ଦାନ କରାଯାଇଥାଏ । ଏହାବ୍ୟତୀତ ଏହି ଉମାକାନ୍ତେଶ୍ୱର ମନ୍ଦିରରେ ମହାଶିବରାତ୍ରି, ବଡ଼ଓଷା, ଶିବ ବିବାହ ଆଦି ପର୍ବପର୍ବାଣୀ ବେଶ ଧୁମଧାମରେ ପାଳନ କରାଯାଏ । ଏତେ ପରେ ମଧ୍ୟ ଏହି ଶୈବ ପୀଠର ସରକାରୀ ଭାବରେ ପ୍ରଚାର ପ୍ରସାର ହୋଇପାରିନଥିବା ସତ୍ତ୍ୱେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କର ଏଠାକୁ ସୁଅ ଲାଗିଥାଏ । ତେବେ ପ୍ରଶାସନ ପକ୍ଷରୁ ଏହି ପୀଠର ଉନ୍ନତିକରଣ ସାଙ୍ଗକୁ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.