ETV Bharat / state

ପ୍ରଶାସନ ଦେଲା ଯୌତୁକ, ବିବାହ କଲେ ଗାୟତ୍ରୀ - kendrapada

ବ୍ରାହ୍ମଣଙ୍କ ମନ୍ତ୍ରପାଠ, ହୁଳହୁଳି ଓ ଶଙ୍ଖ ଧ୍ବନିରେ ସମ୍ପୂର୍ଣ୍ଣ ହିନ୍ଦୁ ବୈଦିକ ରୀତିରେ ଏବଂ ସାମାଜିକ ଦୂରତ୍ବ, ମାସ୍କ ସହିତ ସାନିଟାଇଜ ବ୍ୟବହାରରେ ଶେଷ ହେଲା ଗାୟତ୍ରୀର ବାହାଘର। ଯାହା ସମ୍ପୂର୍ଣ୍ଣ ନିଛକ ପ୍ରେମର ପ୍ରକୃତ ପ୍ରତିଛବି । ଅଧିକ ପଢନ୍ତୁ...

unique marriage in kendrapada
unique marriage in kendrapada
author img

By

Published : Jun 10, 2020, 9:18 PM IST

Updated : Jun 11, 2020, 3:31 PM IST

କେନ୍ଦ୍ରାପ଼ଡ଼ା: ଦୀର୍ଘ ବର୍ଷର ଭଲପାଇବା ସାର୍ଥକ ହୋଇ ବିବାହରେ ପରିଣତ ହେଲା। ପ୍ରଥମେ ପରିବାରର ବାରଣ ସତ୍ତ୍ୱେ ଜୀବନସାଥୀ ଭାବେ ବାଛିଥିବା ଯୁବକ ସହ ଘର ଛାଡ଼ି ଚାଲିଯିବା ପରେ ପରିବାର ପକ୍ଷରୁ ପୁଅ ନାମରେ ଅପହରଣ ମାମଲା ଓ ପୋଲିସ ଦ୍ୱାରା ଉଦ୍ଧାର ହୋଇ ସ୍ୱଧାର ଗୃହରେ ରହିବା ଆଉ ଏବେ ସ୍ୱଧାରଗୃହ ଦ୍ୱାରା ଭଲ ପାଉଥିବା ଯୁବକଙ୍କୁ ବିବାହ କରିବା ଘଟଣା ଭଲ ପାଇବାର ପ୍ରକୃତ ସଂଜ୍ଞାକୁ ପ୍ରତିଫଳିତ କରୁଛି। ବ୍ରାହ୍ମଣଙ୍କ ମନ୍ତ୍ରପାଠ,ହୁଳହୁଳି ଓ ଶଙ୍ଖ ଧ୍ୱନିରେ ସମ୍ପୂର୍ଣ୍ଣ ହିନ୍ଦୁ ବୈଦିକ ରୀତିରେ ଏବଂ ସାମାଜିକ ଦୂରତ୍ୱ, ମାସ୍କ ସହିତ ସାନିଟାଇଜ ବ୍ୟବହାରରେ ଶେଷ ହେଲା ଗାୟତ୍ରୀର ବାହାଘର। ଗାୟତ୍ରୀ,ଗତ 14 ମାସ ତଳେ ରେସ୍ୱା ସ୍ୱଧାର ଗୃହକୁ ଜଣେ ଅନ୍ତେବାସିନୀ ଭାବରେ ଆସିଥିଲା। କାରଣ ସେ ଭଲ ପାଉଥିବା କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ କମାରଖଣ୍ଡି ଗାଁର ଲିଟୁନା ବେହେରା ସହ ସବୁଦିନ ପାଇଁ ଘର ଛାଡ଼ି ଚାଲିଯାଇଥିବା ବେଳେ ତାକୁ ମାତ୍ର 16ବର୍ଷ ହୋଇଥିଲା ଅର୍ଥାତ ସେ ନାବାଳିକା ଥିଲା।

ପ୍ରଶାସନ ଦେଲା ଯୌତୁକ, ବିବାହ କଲେ ଗାୟତ୍ରୀ

କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର ଗାୟତ୍ରୀର ବାପା ବହୁଦିନ ପୁର୍ବରୁ ଆର ପାରିକୁ ଚାଲି ଯାଇଥିବା ବେଳେ ଗାୟତ୍ରୀର ମା, ତାର ଭଲ ପାଇବା ବିଷୟରେ ଜାଣିପାରି ତାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ଯେଉଁଥିପାଇଁକି ଗାୟତ୍ରୀ ଘର ଛାଡ଼ି ଲିଟୁନା ସହ ପାରାଦ୍ୱୀପ ଚାଲି ଯାଇଥିଲା। ପରେ ଗାୟତ୍ରୀର ମା କେନ୍ଦ୍ରାପଡ଼ା ଟାଉନ ଥାନାରେ ତାର ଅପହରଣ ହୋଇଥିବା ଦର୍ଶାଇ ଏତଲା ଦେବାପରେ ଟାଉନ ଥାନା ପୋଲିସ ଗାୟତ୍ରୀକୁ ଉଦ୍ଧାର କରିଥିଲେ ହେଁ ଫେରାର ହୋଇଯାଇଥିଲେ ଲିଟୁନା।

ପୋଲିସ ଉଦ୍ଧାର କରିବା ପରେ ଗାୟତ୍ରୀକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରିବା ପରେ ସେ ନିଜ ଇଚ୍ଛାରେ ଚାଲି ଯାଇଥିବା କହିବାରୁ ତାର ଘରଲୋକେ ଗାୟତ୍ରୀକୁ ଆଉ ସେହିଦିନ ଠାରୁ ଚାହିଁ ନାହାନ୍ତି। ଯେଉଁଥିପାଇଁ ଆଜି ଯାଏ ଗାୟତ୍ରୀ ଏହି ରେସ୍ୱା ସ୍ୱଧାର ଗୃହରେ ଅନ୍ତେବାସିନୀ ଭାବେ ରହି ଆସୁଥିଲା। ପ୍ରାପ୍ତ ବୟସ୍କା ହେବାପରେ ଗାୟତ୍ରୀ, ଲିଟୁନାକୁ ବିବାହ କରିବ ବୋଲି କହିବାରୁ ରେସ୍ୱା କର୍ତ୍ତୃପକ୍ଷ ଓ CWC ସଦସ୍ୟା ମିଶି ଉଭୟଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। କିନ୍ତୁ ଗାୟତ୍ରୀର ପରିବାର ଲୋକେ ଗାୟତ୍ରୀକୁ ଗ୍ରହଣ କରିବା ପାଇଁ ଅମଙ୍ଗ ହେବାରୁ ଜିଲ୍ଲାପାଳ,CWC,DCPU ଙ୍କ ସହଯୋଗରେ ଆଜି ବୈଦିକ ରୀତିରେ ଗାୟତ୍ରୀର ବିବାହ ଲିଟୁନା ସହିତ ସମାପିତ ହୋଇଛି। ଆଖିରେ ଆଖିଏ ସ୍ୱପ୍ନ ଗାୟତ୍ରୀ ବିବାହ କରି ଚାଲି ଯାଇଛି ଲିଟୁନା ସହିତ ତା ଶାଶୁ ଘରକୁ।ଏହି ବିବାହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 10ହଜାର ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ଅନ୍ୟ ସମସ୍ତ ଆୟୋଜନ ରେସ୍ୱା ପକ୍ଷରୁ କରାଯାଇଥିଲା।ଉଭୟଙ୍କ ଭଲ ପାଇବା ସଫଳ ହୋଇଥିବାରୁ ଦୁହେଁ ବହୁତ ଖୁସି ଥିବା କହିଛନ୍ତି ଲିଟୁନା। ସେହିପରି ଗାୟତ୍ରୀଙ୍କୁ ବୋହୂ ଭାବରେ ପାଇ ସମଗ୍ର ପରିବାର ଖୁସି ଓ ଆନନ୍ଦିତ କହିଛନ୍ତି ଲିଟୁନାଙ୍କ ବାପା।

ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହୋଇ ମଧ୍ୟ ସମ୍ପୂର୍ଣ୍ଣ ହିନ୍ଦୁ ବୈଦିକ ରୀତିରେ ବିବାହ କରାଇ କନ୍ୟାଦାନ ସହ ସମୁଦି ମିଳନ ଓ ସମର୍ପଣ ଯୋଡ ଗ୍ରହଣ କରିବା ଥିଲା ଏହି ବିବାହର ଅନ୍ୟତମ ଆକର୍ଷଣ।ରେସ୍ୱା ସ୍ୱଧାର ଗୃହର ପ୍ରତିଷ୍ଠାତା ଲିଆକତ ହୁସେନ କନ୍ୟାଦାନ କରିଥିବା ବେଳେ ଝିଅ ଗାୟତ୍ରୀ ଶାଶୁ ଘରେ ଚଳିବା ପାଇଁ ଯେଉଁ ସବୁ ସାମଗ୍ରୀ ଦରକାର ସେସବୁ ସାମଗ୍ରୀ ସଜାଇ ଦେଇଥିଲେ।ଦୀର୍ଘ 14ମାସ ସ୍ୱଧାର ଗୃହରେ ରହିବା ସମୟରେ ନିଜ ପରିବାର ଲୋକେ ଆଡେଇ ଦେଇଥିଲେ ମଧ୍ୟ ଏଠାକାର ପରିବେଶ ଓ ଲିଆକତ ସାର ଏବଂ ବଡ଼ ମା ତାକୁ କେବେ ପରିବାରରୁ ଦୁରେଇ ରହିବା କଥା ଅନୁଭବ ହେବାକୁ ଦେଇନାହିଁ ବୋଲି କହିଛି ଗାୟତ୍ରୀ।

ଆଜିର ଏହି ବିବାହ ଜାତି ଧର୍ମ ଅପପ୍ରଚାରକୁ ସମାଜରୁ ଦୁରେଇବା ପାଇଁ ବାର୍ତ୍ତା ଦେଇଥିବା ବେଳେ ପ୍ରକୃତ ଭଲ ପାଇବାରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହା ଶେଷକୁ ସଫଳ ହୋଇଥାଏ ବୋଲି କଥାକୁ ପ୍ରମାଣିତ କରିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 11, 2020, 3:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.