କେନ୍ଦ୍ରାପଡ଼ା: ଜିଲ୍ଲାର ବିଭିନ୍ନ ଘରୋଇ ପାଥୋଲାବରେ ରେଡ୍ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ବିଭିନ୍ନ ଘରୋଇ ପାଥୋଲାବ ଉପରେ ଚଢାଉ କରାଯାଇଛି । ଜିଲ୍ଲା ପ୍ରସାଶନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଡ୍ରଗ୍ସ ଡିପାର୍ଟମେଣ୍ଟ ମିଳିତ ଭାବେ ଚଢାଉ କରିଛି ।
ଚଢାଉ ବେଳେ ପାଥୋଲାବ ଗୁଡିକରେ ନାନା ଅନିୟମିତତା ଥିବା ନଜରକୁ ଆସିଥିଲା । ତେବେ ଚଢାଉ ସମୟରେ ପାଥୋଲାବର ରେଜିଷ୍ଟ୍ରେସନ, ଲାଇସେନ୍ସ, ଫାୟାର ସେଫ୍ଟି, ପରିଷ୍କାର ପରିଚ୍ଛନ୍ନତା, ଟେକ୍ନିକାଲ୍ ଟିମ୍ ପ୍ରଭୃତି ଟିକିନିଖି ଯାଞ୍ଚ କରାଯାଇଥିଲା ।
କିଛି ଅନିୟମିତତା ପାଇଁ କେତେକ ପାଥୋଲାବକୁ ନୋଟିସ ମଧ୍ୟ ମଗାଯାଇଥିବା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଏହି ସ୍କ୍ବାର୍ଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିବ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ