କେନ୍ଦ୍ରାପଡା: ତହସିଲଦାରଙ୍କୁ ଆକ୍ରମଣ । ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ତହସିଲ ପରିସରରେ ପଶି ତହସିଲଦାରଙ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଚାଷୀ। ବେଆଇନ ଇଟାଭାଟି ବନ୍ଦ ପାଇଁ କହିବା ସମୟରେ ଘଟିଛି ତୁମୁଳକାଣ୍ଡ । ସାମାନ୍ୟ ବଚସା ପରେ ମୁହାଁମୁହିଁ ହୋଇଛନ୍ତି ତହସିଲଦାର ଓ ୨ଜଣ ଚାଷୀ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।
ସୂଚନାଅନୁସାରେ, ଇଟାଭାଟି ଯୋଗୁଁ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ନେଇ ଜଣେ ଚାଷୀ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀଙ୍କ ସହ ଆଲୋଚନା କରିବାକୁ ଆସିଥିଲେ । ତେବେ ହଠାତ କୌଣସି କାରଣରୁ କଥାବାର୍ତ୍ତା ବଚସାର ରୂପ ନେଇଥିଲା ।
ତହସିଲଦାର ଚାଷୀଙ୍କୁ ଆଙ୍ଗୁଳି ଉଠାଇ କଥାବାର୍ତ୍ତା ନକରିବା ପାଇଁ ଚେତାବନୀ ଦେଇଥିଲେ, ତେବେ ଆଙ୍ଗୁଳି ଉଠାଇ କଥା ହେଲେ କଣ ଅସୁବିଧା ହେଉଛି ପଚାରିବା ପରେ ଚାଷୀ ଓ ତହସିଲଦାର ହାତାହାତି ହୋଇଥିଲେ । ଏନେଇ ତହସିଲଦାର ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ