ETV Bharat / state

Show Cause Notice ବିନା ଅଧ୍ୟକ୍ଷାଙ୍କୁ ଛଟେଇ, କଲେଜ ତାଲା ପକାଇ ଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Dec 11, 2021, 9:42 PM IST

କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ବଦଳିକୁ ନେଇ ତେଜିଛି ଛାତ୍ରୀ ଅସନ୍ତୋଷ । Show Cause Notice ପୂର୍ବରୁ ଅଧ୍ୟାପିକାଙ୍କୁ ସେବାରୁ ନିବୃତ୍ତ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

So Cause notice ବିନା ଅଧ୍ୟକ୍ଷାଙ୍କୁ ଛଟେଇ: ତାଲା ପକାଇ ଛାତ୍ରୀଙ୍କ ଆନ୍ଦୋଳନ
Show Cause Notice ବିନା ଅଧ୍ୟକ୍ଷାଙ୍କୁ ଛଟେଇ

କେନ୍ଦ୍ରାପଡା: ଜିଲ୍ଲାର ପ୍ରଥମ ମହିଳା ମହାବିଦ୍ୟାଳୟ ତୁଳସୀ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ବଦଳିକୁ ନେଇ ତେଜିଛି ଛାତ୍ରୀ ଅସନ୍ତୋଷ । ଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇ ଦୀର୍ଘ ସମୟ ଧରି କଲେଜ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଛାତ୍ରୀମାନଙ୍କୁ ଅଟକ ରଖିଥିବା ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ତୁଳସୀ ମହିଳା ମହାବିଦ୍ୟାଳୟରେ ସୁନିତ ମଲ୍ଲିକ ନାମକ ଜଣେ ଅଧ୍ୟାପିକାଙ୍କୁ ଗତ ୨୦୧୯ ମସିହା ଅଗଷ୍ଟ ମାସରେ ଜିଓଲୋଜି ବିଭାଗର ଅଧ୍ୟାପନା ପାଇଁ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ରଖାଯାଇଥିଲା । ତେବେ କଲେଜ ଅଧ୍ୟକ୍ଷଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ବିରୋଧ କରିବାରୁ ଚୁକ୍ତିଭିତ୍ତିକ ଅଧ୍ୟାପିକା ସୁନିତଙ୍କୁ ଗତ ୮ ତାରିଖ ଦିନ ସେବାନିବୃତ କରାଯାଇଥିବା ଛାତ୍ରୀମାନେ ଜାଣିବା ପରେ ଆଜି କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଜିଓଲୋଜି ବିଭାଗର ଛାତ୍ରୀ । ଏହି କଲେଜରେ ଅଧ୍ୟୟନ କରୁଥିବା ଜନୈକା ଛାତ୍ରୀଙ୍କ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେଇ ଉକ୍ତ ଅଧ୍ୟାପିକାଙ୍କୁ ସେବାନିବୃତ କରିବା ବିରୋଧରେ ଛାତ୍ରୀମାନେ ସ୍ବର ଉତ୍ତୋଳନ କରିଛନ୍ତି । ଯଦି ଅଧ୍ୟାପିକାଙ୍କୁ ଜାରି କରାଯାଇଥିବା Disengaged ନୋଟିସ ପ୍ରତ୍ୟାହାର କରାନଯାଏ ତେବେ ସମସ୍ତ ଛାତ୍ରୀ ଟିସି ନେବେ ବୋଲି ଚେତାବନୀ ଦେଇଛନ୍ତି ।

ସେବାନିବୃତ ଅଧ୍ୟାପିକା ସୁନିତଙ୍କ କହିବା ଅନୁଯାୟୀ କିଛି ଛାତ୍ରୀ ତାଙ୍କ ପାଠପଢ଼ା ବିରୋଧରେ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିବା ନେଇ Disengage ଚିଠିରେ ଦର୍ଶାଯାଇଥିବା ବେଳେ ସେମାନେ କିପରି ପୂର୍ବରୁ ଅଭିଯୋଗ କରିନଥିଲେ ଏବଂ ଦୀର୍ଘ ବର୍ଷ ଧରି ତାଙ୍କ ପାଖରେ କିପରି ପଢୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଛାତ୍ରୀମାନେ ସୁନୀତଙ୍କ ପାଠପଢା ପ୍ରତି କେବେ ବି ପ୍ରଶ୍ନ ଉଠାଇନଥିବା ବେଳେ କଲେଜ କର୍ତ୍ତୃପକ୍ଷ କିଛି ଛାତ୍ରୀଙ୍କୁ ପ୍ରୋତ୍ସାହିତ କରି ଅନ୍ୟଜଣେ ଅଧ୍ୟାପକଙ୍କୁ ନେଇ ରଖିବା ପାଇଁ ଯୋଜନା କରିଥିବା ନେଇ କହିଛନ୍ତି ଅଧ୍ୟାପିକା ।

କଲେଜ ଅଧ୍ୟକ୍ଷଙ୍କୁ ଛାତ୍ରୀ ଅସନ୍ତୋଷ ଓ କଲେଜ ଫାଟକରେ ତାଲା ପକାଇବା ଘଟଣା ସମ୍ପର୍କରେ ପଚାରିବାରୁ ସେ କିଛି ଛାତ୍ରୀଙ୍କ ଅଭିଭାବକ ଓ ଛାତ୍ରୀ ଅଧ୍ୟାପିକା ସୁନୀତଙ୍କ ପାଠପଢ଼ାରେ ସନ୍ତୁଷ୍ଟ ନଥିବା ନେଇ ତାଙ୍କୁ ମୌଖିକ ଅଭିଯୋଗ କରିବା ପରେ ସୁନୀତଙ୍କୁ Disengaged from service (ସେବାନିବୃତ) କରାଯାଇଛି ବୋଲି କହିଛନ୍ତି । ଅନ୍ୟପଟେ ସୁନୀତ କେବେ ହେଲେ ତାଙ୍କ କଥାକୁ ଶୁଣୁନଥିବା କହିଛନ୍ତି ଅଧ୍ୟକ୍ଷ । ଏଠାରେ ପ୍ରଶ୍ନ ଉଠୁଛି ଜଣେ ଅଧ୍ୟାପିକା ଦୀର୍ଘ ଦିନ ଧରି କଲେଜ ଅଧ୍ୟକ୍ଷଙ୍କ କଥା ଶୁଣୁନଥିବା ଓ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ସୁନୀତଙ୍କ ପାଠପଢାରେ ଛାତ୍ରୀମାନେ ଅସନ୍ତୁଷ୍ଟ ଥିବା ସମ୍ପର୍କରେ ଜାଣିବା ପରେ ମଧ୍ୟ ଅଧ୍ୟକ୍ଷ କାହିଁକି ଥରୁଟିଏ ମଧ୍ୟ ଉକ୍ତ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ (Show Cause Notice) ନୋଟିସ ଜାରି କରିନଥିଲେ ଓ ଏବେ ସେବାନିବୃତ କରିବା ପୂର୍ବରୁ ମଧ୍ୟ କାହିଁକି ସୋ କଜ ନୋଟିସ ଜାରି କରାଯାଇନାହିଁ, ସେନେଇ କଲେଜ ଅଧ୍ୟକ୍ଷଙ୍କ ମନମାନି ସ୍ପଷ୍ଟ କରୁଛି ।

ଅନ୍ୟପଟେ ଦୀର୍ଘ ସମୟ ଧରି ଆନ୍ଦୋଳନ ଚାଲୁଥିବା ବେଳେ ଅଧ୍ୟକ୍ଷ ନଆସିବାରୁ ଚେତାଶୂନ୍ୟ ହୋଇ ଜଣେ ଛାତ୍ରୀ ମେଡିକାଲ ସ୍ଥାନାନ୍ତର ହେବା କଲେଜ ଅଧ୍ୟକ୍ଷଙ୍କ ପରିଚାଳନା ଦାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା କଲେଜରେ ଏଭଳି ମନମାନିକୁ ବିରୋଧ ଓ ଛାତ୍ରୀ ମାନଙ୍କ ଭବିଷ୍ୟତ ଦିଗରେ କଲେଜ କେଉଁ ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.