ETV Bharat / state

କିନ୍ନରଙ୍କ ଦୁଃଖ: ରୋଜଗାର ରୋକିଛି ଲକଡାଉନ, ଘର ଛଡାଇଛି ଅମ୍ଫାନ

author img

By

Published : Jun 1, 2020, 1:06 AM IST

ସମାଜ ଏମାନଙ୍କୁ ଆଡ଼ ଆଖିରେ ଦେଖିଥାଏ କାରଣ ଏମାନେ ହେଉଛନ୍ତି କିନ୍ନର । ଘର ପରିବାର ଏମାନଙ୍କୁ ଦୂରେଇ ଦେଇଥିବାରୁ ଭିକ୍ଷାବୃତ୍ତି ହିଁ ଏମାନଙ୍କ ଏକମାତ୍ର ଭରଷା। ପ୍ରଥମେ କୋରୋନା ଜନିତ ଲକଡାଉନ କଟକଣା ଆଉ ପରେ ମହାବାତ୍ୟା ଅମ୍ଫାନ, ଗୋଟିଏ ପରେ ଗୋଟିଏ ବିପତ୍ତି ଦାଉ ସାଜୁଛି ଏମାନଙ୍କ ଭାଗ୍ୟ ଉପରେ ।

transgender's grief, kendrapara transgender association, lockdown took earning of transgender, amphan took shelter of transgender, kendrapara latest news, lockdown effect on transgender, କିନ୍ନରଙ୍କ ଦୁଃଖ, କେନ୍ଦ୍ରାପଡାରେ କିନ୍ନର ସଂଘ, ଲକଡାଉନରେ ବେରୋଜଗାର କିନ୍ନର, ଅମ୍ଫାନ ଛଡାଇଛି କିନ୍ନରଙ୍କ ଛାତ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କିନ୍ନରଙ୍କ ଉପରେ ଲକଡାଉନ ପ୍ରଭାବ
କିନ୍ନରଙ୍କ ଦୁଃଖ: ରୋଜଗାର ରୋକିଛି ଲକଡାଉନ, ଘର ଛଡାଇଛି ଅମ୍ଫାନ

କେନ୍ଦ୍ରାପଡା: ପ୍ରଥମେ କୋରୋନା ଜନିତ ଲକଡାଉନ କଟକଣା ଆଉ ପରେ ମହାବାତ୍ୟା ଅମ୍ଫାନ, ଗୋଟିଏ ପରେ ଗୋଟିଏ ବିପତ୍ତି ଦାଉ ସାଜୁଛି ଏମାନଙ୍କ ଭାଗ୍ୟ ଉପରେ । ନା ମୁଣ୍ଡ ଗୁଞ୍ଜିବାକୁ ଅଛି ଘର ନା ଖାଇବାକୁ ଦି ମୁଠା ଦାନା ମିଳୁଛି ଏମାନଙ୍କୁ । ସମାଜ ଏମାନଙ୍କୁ ଆଡ଼ ଆଖିରେ ଦେଖିଥାଏ କାରଣ ଏମାନେ ହେଉଛନ୍ତି କିନ୍ନର । ଘର ପରିବାର ଏମାନଙ୍କୁ ଦୁରେଇ ଦେଇଥିବାରୁ ଭିକ୍ଷାବୃତ୍ତି ହିଁ ଏମାନଙ୍କ ଏକମାତ୍ର ଭରଷା। ପ୍ରଥମେ ଟ୍ରେନରେ ଭିକ୍ଷାବୃତ୍ତି କରି ଯେଣେତେଣ ପ୍ରକାରେ ଚଳିଯାଉଥିଲେ ମଧ୍ୟ ଭାରତୀୟ ରେଳ ବିଭାଗ ପକ୍ଷରୁ ଟ୍ରେନରେ ଭିକ୍ଷାବୃତ୍ତି ନିଷିଦ୍ଧ ହେବା ପରେ ବିଭିନ୍ନ ଦୋକାନ ଓ ବଜାରରୁ ଆଦାୟ କରି ଏମାନଙ୍କର ଦିନ କଟୁଥିଲା ।

ହେଲେ ଏବେ କୋଭିଡ-19 ପାଇଁ ଲକଡାଉନ ହେବା ପରେ ବ୍ୟାବସାୟିକ ପ୍ରତିଷ୍ଠାନ ଓ ବଜାର ବନ୍ଦ ହେବାରୁ ଟଙ୍କାଟିଏ ମଧ୍ୟ ଆୟ କରିପାରୁ ନାହାନ୍ତି କିନ୍ନର ସଂଘ । ଲକଡାଉନ ପୂର୍ବରୁ ସଂଘ ସଭାପତି ଏଲିନା ଦାସ ସହରରେ ଏକ ଘରଭଡା ନେଇଥିଲେ । ସେଠାକୁ ତାଙ୍କର ସାଥିମାନେ ଯିବା ଆସିବା ଆରମ୍ଭ କରିବାରୁ ଘର ମାଲିକ ତାଙ୍କୁ ଘର ଛାଡିବା ପାଇଁ କହିଥିଲେ । ବେଘର ହୋଇ ଏଣେତେଣେ ବୁଲି ଶେଷରେ ସ୍ଥାନୀୟ ମର୍ଡରପୁର ଅଞ୍ଚଳର ଚକ୍ରଧର ମଳିକଙ୍କୁ ଭେଟି ଅନୁରୋଧ କରିବା ପରେ ସେ 5ନଂ(କ)ଜାତୀୟ ରାଜପଥ ପାର୍ଶ୍ଵର ଶ୍ୟାମସୁନ୍ଦରପୁର-କଜଳା ରାସ୍ତାର ଏକ ମଠରେ ଭଙ୍ଗା ଚାଳ ଛପର ଘରେ ଆଶ୍ରୟ ନେଇଥିଲେ । ଏକା ନୁହେଁ ବରଂ ସାଥୀ 10ରୁ ଉର୍ଦ୍ଧ୍ବ କିନ୍ନରଙ୍କୁ ମଧ୍ୟ ସେ ରହିବା ପାଇଁ ଆଶ୍ରୟ ଯୋଗାଇଥିଲେ ।

ଦୁଇ ଓଳି ଖାଇବାକୁ ସଂଗ୍ରାମ କରୁଥିବା ଏମାନଙ୍କ ପାଖରେ ନା ପହଞ୍ଚି ପାରିଛି ପ୍ରଶାସନ ନା ଖାଦ୍ୟ ସଂଗ୍ରହ କରିବାକୁ ସମର୍ଥ ହୋଇଛନ୍ତି ଏମାନେ । କିଛି ସ୍ବେଛାସେବୀ ସଙ୍ଗଠନ ଏମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପରେ ନିଜ ଜୀବନକୁ ବଞ୍ଚାଇବାରେ କିଛି ମାତ୍ରାରେ ସମର୍ଥ ହୋଇଛନ୍ତି ଏହି କିନ୍ନରମାନେ । ଅନ୍ୟପଟେ ଅମ୍ଫାନ ବାତ୍ୟାରେ ରହୁଥିବା ଘରର କାନ୍ଥ ଭୁଷୁଡି ପଡି ବଦଳିଛି ଘରର ନକ୍ସା । ଆଉ ବାତ୍ୟା ଛାଡିବା ପରେ ଉଡି ଯାଇଥିବା ଦସ୍ତା ଓ ଦରି ସଂଗ୍ରହ କରି ଏମାନେ ଘରକୁ ସଜାଡିଛନ୍ତି । ତେବେ 17ଜଣ କିନ୍ନରଙ୍କୁ ନେଇ ଶ୍ରୀ ଶ୍ରୀ ବଳଦେବଜୀଉ କିନ୍ନର ସଂଘ ଗଠନ କରି ଏମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏମାନଙ୍କ କଥାକୁ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଏମାନେ ।

ସାମାଜିକ ବାସନ୍ଦ ସହିତ ସମାଲୋଚନା ଏମାନଙ୍କୁ ଗଭୀର ଆଘାତ ଦେଉଥିବା ବେଳେ ସରକାରୀସ୍ତରରେ ଅସହଯୋଗ ଏମାନଙ୍କ ବ୍ୟଥାକୁ ଦ୍ବିଗୁଣିତ କରିଛି । ସମସ୍ତ କିନ୍ନରଙ୍କୁ ରହିବାକୁ ଜାଗା, ପେଟକୁ ମୁଠାଏ ଦାନା ଓ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି କିନ୍ନର ସଭାପତି । ଅନ୍ୟପଟେ ଏହି କିନ୍ନରମାନେ ପ୍ରଶାସନ ସହିତ କୌଣସି ଯୋଗାଯୋଗ କରିନାହାନ୍ତି । ଏମାନେ ଯୋଗାଯୋଗ କଲେ ନିଶ୍ଚୟ ପ୍ରଶାସନ ସେମାନଙ୍କ ସୁବିଧା ସୁଯୋଗ ଯୋଗାଇ ଦେବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.