ETV Bharat / state

କାଲି ଆସିବ ପାଟକୁରା ପରୀକ୍ଷା ଫଳ; ସମସ୍ତେ କହିଲେ ଆମେ ଜିତିବୁ

author img

By

Published : Jul 23, 2019, 6:03 PM IST

ଆସନ୍ତାକାଲି ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ । ବିଜେପି ହେଉ କି ବିଜେଡି ଯେଉଁ ଦଳ ପାଟକୁରା ଦଖଲ କଲେ ମଧ୍ୟ ରାଜ୍ୟ ରାଜନୀତିରେ ଏହା ଜବରଦସ୍ତ ପ୍ରଭାବ ପକାଇବ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତାକାଲି ହେବ ପାଟକୁରା ନିର୍ବାଚନର ଭୋଟ ଗଣତି । ଏହି ନିର୍ବାଚନ ସ୍ପଷ୍ଟ କରିବ କେଉଁ ଦଳର ରାଜନୈତିକ ରଣନୀତି କେତେ ଭରଷା ଯୋଗ୍ୟ । ଏହାସହ ଓଡିଶା ରାଜନୀତିର ପୁରୁଖା ରାଜନେତା ରାଜ୍ୟ ବିଧାନସଭାକୁ ପହଞ୍ଚିପାରୁଛନ୍ତି ନା ପୁଣିଥରେ ଶାସକ ଦଳ ତାଙ୍କୁ ଅଟକାଇବାରେ ସଫଳ ହେଉଛି ତାହା ଆସନ୍ତା କାଲି ନିର୍ଣ୍ଣୟ ହେବ । କାହାକୁ ବାଛିଛନ୍ତି ପାଟକୁରା ବାସୀ ? ବିଜେଡି, ବିଜେପି ନା କଂଗ୍ରେସ ଏସବୁର ଉତ୍ତରକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଏହି ଆସନ ଦଖଲ ପାଇଁ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ହେଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ବିଜେପି ଓ ବିଜେଡି ନିଜନିଜ ବିଜୟ ସୁନିଶ୍ଚିତ ବୋଲି କହୁଥିବାବେଳେ କଂଗ୍ରେସ ପ୍ରତି ବିପଦ ରହିଥିବା ମାନିଛନ୍ତି ଦଳର ନେତାମାନେ ।

ପାଟକୁରା ନିର୍ବାଚନରେ ବିଜେଡିର 7 ମନ୍ତ୍ରୀ ଓ 30ରୁ ଅଧିକ ବିଧାୟକ ବିଭିନ୍ନ ପଞ୍ଚାୟତ ଓ ବ୍ଲକ ଦାୟିତ୍ୟରେ ଥିଲେ । ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଅନ୍ୟୁନ 25 ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ ନିଜେ ମଧ୍ୟ ଗରଦପୁର ବ୍ଲକ ଦାୟିତ୍ବରେ ଥିଲେ । ଅନ୍ୟପଟେ ବିଜେପି କହିଛି ପାଟକୁରାରେ ସ୍ବାଭିମାନ ଓ ବେଇମାନର ଲଢେଇ ହେଉଛି । ବିଜେଡି ବ୍ୟାପକ ଟଙ୍କା ଓ ମାଳମାଳ ନେତା ପ୍ରଚାର କରିଥିଲେ ବି ବିଜୟ ମହାପାତ୍ର ଜିତିବେ ।

କଂଗ୍ରେସ କିନ୍ତୁ ପ୍ରତିଯୋଗିତାରୁ ଓହରି ଯାଇଛି । ବିଜେପି କିମ୍ବା ବିଜେଡି ପରି ଟଙ୍କା ଖର୍ଚ୍ଚ କରିପାରିନଥିଲା ଦଳ । ତେଣୁ ଦଳ ପ୍ରତି ବିପଦ ରହିଛି । ତଥାପି ଲୋକଙ୍କ ଆତ୍ମ ସ୍ବାଭିମାନ ଉପରେ ଦଳ ଭରଷା କରିଛି ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

5

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.