ETV Bharat / state

ଟୋକନ ପ୍ରଦାନରେ ଅବହେଳା, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଚାଷୀ

କେନ୍ଦ୍ରାପଡ଼ା ଜିଲ୍ଲାରେ ଧାନ ବିକ୍ରି ପାଇଁ ମଣ୍ଡିରେ ସମସ୍ୟା ଦେଖିବାକୁ ମିଳିଛି । ଏଠାରେ ଧାନ ବିକ୍ରି ପାଇଁ ସରକାରୀ ଟୋକନ ପ୍ରଦାନରେ ଚରମ ଅବହେଳା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Feb 25, 2020, 2:54 PM IST

ଧାନ ମଣ୍ଡିରେ ଟୋକନ ପ୍ରଦାନରେ ଅବହେଳା,
ଧାନ ମଣ୍ଡିରେ ଟୋକନ ପ୍ରଦାନରେ ଅବହେଳା,

କେନ୍ଦ୍ରାପଡ଼ା: ଧାନ ବିକ୍ରି ପାଇଁ ସରକାରୀ ଟୋକନ ପ୍ରଦାନରେ ଚରମ ଅବହେଳା । ସରକାରୀ ଭାବେ ଆୟବା ସମବାୟ ସମିତି ଅଧିନ ଗଙ୍ଗାରାମପୁର, ପୁରୁଷୋତ୍ତମପୁର ଓ ଆୟବା ପଞ୍ଚାୟତର ୭୦୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ମାତ୍ର ୧୫୦ଜଣଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିଛି । ଏଭଳି ସମସ୍ୟା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ।

ଧାନ ମଣ୍ଡିରେ ଟୋକନ ପ୍ରଦାନରେ ଅବହେଳା

ଅବଶିଷ୍ଟ ୫୫୦ଜଣ ଚାଷୀ ଧାନ ବିକ୍ରି କରିପାରୁନଥିବା ବେଳେ ଧାନ ଗୁଡିକ ଚାଷଜମିରେ ପଡି ଗଜା ହେଉଛି । ସେପଟେ କିଛି ଚାଷୀଙ୍କ ଧାନ ମଣ୍ଡିରୁ ଫେରସ୍ତ ହୋଇଛି । ଏହାର ପ୍ରତିବାଦ ଓ ଖୁବଶୀଘ୍ର ଟୋକନ ପ୍ରଦାନ ପାଇଁ ଦାବି କରି ଶହଶହ ଚାଷୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଜିଲ୍ଲାପାଳ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆୟବା ସମବାୟ ସମିତିକୁ ପଠାଇଥିବା ବେଳେ ଟୋକନ ପାଇଁ ସରକାରଙ୍କୁ ଯୋଗାଯୋଗ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଅନ୍ୟପଟେ ଯଦି ଆଗାମୀ ୧୫ଦିନ ମଧ୍ୟରେ ଧାନ ବିକ୍ରି ପାଇଁ ପ୍ରଶାସନ ବ୍ୟବସ୍ଥା ନକରେ ତେବେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.