ETV Bharat / state

କେନ୍ଦ୍ରାପଡ଼ାରେ ତିନି ଦଳ ପାଇଁ ଟିକେଟ ଟେନସନ, ବାହାରି ପାରୁନି ନିଷ୍କର୍ସ

author img

By

Published : Mar 5, 2022, 2:18 PM IST

ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଦୁଇଟା ଦିନ। କେନ୍ଦ୍ରାପଡ଼ା ପୌରପାଳିକାରେ ପ୍ରାର୍ଥୀ ଚୟନ ନେଇ ଚିନ୍ତାରେ ତିନି ଦଳ । ଅଧିକ ପଢନ୍ତୁ

Municipal Election: କେନ୍ଦ୍ରାପଡ଼ାରେ ତିନି ଦଳ ପାଇଁ ଟିକେଟ ଟେନସନ, ବାହାରି ପାରୁନି ନିଷ୍କର୍ଷ

କେନ୍ଦ୍ରାପଡ଼ା: ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଦୁଇଟା ଦିନ । କିନ୍ତୁ ଏଯାବତ ଓଡ଼ିଶାର ସର୍ବ ପୁରାତନ ଓ ପ୍ରଥମ ପୌରପାଳିକା କେନ୍ଦ୍ରାପଡ଼ାରେ ଶେଷ ହୋଇପାରୁନାହିଁ ପ୍ରାର୍ଥୀ ଚୟନ। ବିଜେଡି,ବିଜେପି ଓ କଂଗ୍ରେସ ଦଳ ପ୍ରାର୍ଥୀ ଚୟନ ପାଇଁ ଚିନ୍ତାରେ ରହିଥିବା ବେଳେ ୨୧ ୱାର୍ଡ ବିଶିଷ୍ଟ କେନ୍ଦ୍ରାପଡ଼ା ପୌରପାଳିକାର ଅଧ୍ୟକ୍ଷ ଆସନ କାହା ହାତକୁ ଯିବ ସେନେଇ ଏଯାବତ ଅନିଶ୍ଚିତ ତିନିଦଳ ।

ଆସନ୍ତା ସୋମବାର ଦିନ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ରହିଥିବା ବେଳେ ଶାସକ ଦଳରୁ ଅନେକ ପ୍ରାର୍ଥୀ ଟିକେଟ ଆଶାୟୀ ରହିଛନ୍ତି । ତେବେ କାହାକୁ ଟିକେଟ ଦିଆଯିବ ସେନେଇ କେନ୍ଦ୍ରାପଡ଼ା ବିଧାୟକ ଓ ଦଳୀୟ ନେତୃବୃନ୍ଦ ଅଙ୍କକସା ଚଲାଇଥିବା କହିଛନ୍ତି ବିଜେଡି ନଗର ସଭାପତି। ସେହିପରି ବିଜେପି ପକ୍ଷରୁ ଟିକେଟ ଆଶାୟୀଙ୍କ ଲମ୍ବା ଲିଷ୍ଟ ରହିଛି । ଯାହା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ କାହାକୁ ଦିଆଯିବ କାଉନସିଲର ଟିକେଟ ସେନେଇ ଏବେ ବିଜେପି ଶିବିର ପ୍ରସ୍ତୁତି ଚଳାଉଥିବା କହିଛନ୍ତି ନଗର ବିଜେପି ସଭାପତି।

ଅନ୍ୟପଟେ ଶାସକ ଦଳର ଅନେକ ଆଶାୟୀ ପ୍ରାର୍ଥୀ ବିଜେପି ଟିକେଟ ପାଇଁ ଆବେଦନ କରିଛନ୍ତି କିନ୍ତୁ ସଙ୍ଗଠନକୁ ଆଗକୁ ନେଇଥିବା କର୍ମୀ ହିଁ ଟିକେଟ ପାଇଁ ପ୍ରଥମ ପସନ୍ଦ ରହିବେ ବୋଲି କହିଛନ୍ତି ବିଜେପି ନଗର ସଭାପତି । ଅନ୍ୟପଟେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ କଂଗ୍ରେସର ଯଥେଷ୍ଟ ଭୋଟ ରହିଥିବା ବେଳେ ପ୍ରାର୍ଥୀ ଚୟନ ଅହେତୁକ ବିଳମ୍ବ ହେଉଥିବାରୁ ଏନେଇ ମୁହଁ ଖୋଲି ନାହାନ୍ତି ନଗର କଂଗ୍ରେସ ସଭାପତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.