ETV Bharat / state

ଟ୍ରକ ଡ୍ରାଇଭରଙ୍କଠୁ ଲୁଟ, 3 ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା 53ନଂ ଜାତୀୟ ରାଜପଥର ମଙ୍ଗଳା ଛକ ନିକଟରୁ ଟ୍ରକ ଡ୍ରାଇଭରଙ୍କଠୁ ଲୁଟ । ତିନି ଲୁଟେରା ଗିରଫ । ଅଧିକ ପଢନ୍ତୁ...

author img

By

Published : Feb 27, 2021, 6:15 PM IST

ଟ୍ରକ ଡ୍ରାଇଭରଙ୍କଠୁ ଲୁଟ, 3 ଜଣଙ୍କୁ ବାନ୍ଧିଲା ପୋଲିସ
ଟ୍ରକ ଡ୍ରାଇଭରଙ୍କଠୁ ଲୁଟ, 3 ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦ୍ରାପଡା: ଟ୍ରକ ଡ୍ରାଇଭରଙ୍କଠୁ ଲୁଟ ମାମଲାରେ 3 ଲୁଟେରା ଗିରଫ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା 53ନଂ ଜାତୀୟ ରାଜପଥର ମଙ୍ଗଳା ଛକ ନିକଟରୁ ଏହି ଲୁଟପାଟ ହୋଇଥିଲା । ଏକ ଆଇରନ ବୋଝେଇ ଟ୍ରକ ଖରାପ ହୋଇ ଛକରେ ଅଟକି ରହିଥିବାବେଳେ ଦୁଇଟି ବାଇକରେ 4 ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ ଏବଂ ଡ୍ରାଇଭରକୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା, ଡ୍ରାଇଭିଙ୍ଗ ଲାଇସେନ୍ସ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଡ୍ରାଇଭର ଜଣକ ବିହାର ବାଲିଗାଁ ଥାନା ଅନ୍ତର୍ଗତ ଇମଦପୁର ଗାଁର ସନ୍ତୋଷ ସାହାଣୀ ହୋଇଥିବା ଜଣାପଡିଛି ।

ଏହାପରେ ସନ୍ତୋଷ ଏ ସମ୍ପର୍କରେ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବହୁ ଖୋଜାଖୋଜି ପରେ ସମ୍ପୃକ୍ତ ତିନି ଜଣ ଆସାମୀଙ୍କୁ ଧରିବାରେ ସକ୍ଷମ ହୋଇଛି । ହେଲେ ଜଣେ ଲୁଟେରା ଖସି ପଳାଇଛି । ଅଭିଯୁକ୍ତଙ୍କ ନିକଟରୁ 1,100 ଟଙ୍କା, ଦୁଇଟି ଭୁଜାଲି, ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ, ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଏନେଇ କେନ୍ଦ୍ରାପଡା ଡିଏସପି କାର୍ତ୍ତିକ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.