ETV Bharat / state

ଅଙ୍ଗନବାଡି କେନ୍ଦ୍ରରୁ ଚୋରି ଘଟଣା, ଜଣେ ଗିରଫ - theft from anganwadi center

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରୁ ଚୋରି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଜଣେ ଗିରଫ
ଜଣେ ଗିରଫ
author img

By

Published : Apr 13, 2021, 1:46 PM IST

କେନ୍ଦ୍ରାପଡା: ଜିଲ୍ଲାରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରୁ ଟିଭି,ଇନଭର୍ଟର ଓ ଷ୍ଟେସନାରୀ ଦୋକାନରୁ ପର୍ଫ୍ୟୁମ ଚୋରି ଅଭିଯୋଗରେ ପାଟକୁରା ପୋଲିସ ଜଣଙ୍କୁ ଗିରଫ କରିଛି ।ଏହା ସହିତ ବିଭିନ୍ନ ଖେଳନା, ଟିଭି ଓ ପର୍ଫ୍ୟୁମ ବୋତଲ ଜବତ କରିଛି ପୋଲିସ ।

ଅଙ୍ଗନବାଡି କେନ୍ଦ୍ରରୁ ଚୋରି ଘଟଣା

ସୂଚନାଅନୁଯାୟୀ, ପାଟକୁରା ଥାନା ଅନ୍ତର୍ଗତ ମହମ୍ମୁଦା ଅଙ୍ଗନବାଡି କେନ୍ଦ୍ରରୁ ଗତ ୨୩ତାରିଖ ଦିନ ଏଲସିଡି ଟିଭି ଓ ଓଜନ ମାପକ ଯନ୍ତ୍ର ଚୋରି ହୋଇଥିଲା । ଅନୁରୂପ ଭାବେ ଗତ ୨୭ତାରିଖ ଦିନ ରାତିରେ ମାଣ୍ଡିଆ ଅଙ୍ଗନବାଡି କେନ୍ଦ୍ରରୁ ଦୁର୍ବୃତ୍ତମାନେ ଏକ ଏଲଇଡି ଟିଭି ସମେତ ଏକ ଇନଭର୍ଟର ମଧ୍ୟ ଚୋରାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହା ସହିତ ଗତ ୫ତାରିଖ ଦିନ ରାତିରେ ଦୁର୍ବୃତ୍ତମାନେ ହରିଦାସପୁରରେ ଥିବା ଏକ ଷ୍ଟେସନାରୀ ଦୋକାନରୁ ୪୦ଟି ପର୍ଫ୍ୟୁମ ବୋତଲ, କିଛି ଖେଳଣା, ୧୦ଟି ଗିଫ୍ଟ ଆଇଟମ ସମେତ ଦୁଇଟି କ୍ରିକେଟ ବ୍ୟାଟ ଚୋରାଇବା ପରେ ପୋଲିସ ଆଗରେ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଚି ହୋଇଥିଲା ।

ଏହା ପରେ ପାଟକୁରା ପୋଲିସ ଘଟଣାର ତଦନ୍ତ କରି ମାର୍ଶାଘାଇ ଥାନା ବେରୁହାଁ ଗାଁର ବିକ୍ରମ ଦାସକୁ ଏହି ଘଟଣା ଗୁଡିକରେ ସମ୍ପୃକ୍ତି ନେଇ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ଆଛନ୍ତି ବୋଲି ପାଟକୁରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବି.ଗାଗାରିନ ମହାନ୍ତି। ଅତିଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.