ETV Bharat / state

ବଡ଼କୁଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି - Theft from Badkul Primary Health Center

ମହାକାଳପଡା ବ୍ଲକ ବଡକୁଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଝରକା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବଡ଼କୁଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି
ବଡ଼କୁଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି
author img

By

Published : Jun 21, 2020, 10:11 PM IST

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ବଡକୁଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଝରକା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳ ସମୟରେ ଫାର୍ମାସିଷ୍ଟ ଶିଶିର ଦାସ ଡାକ୍ତରଖାନା ଖୋଲିବା ପାଇଁ ଆସିଥିବା ବେଳେ ଡାକ୍ତରଖାନାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ଉକ୍ତ ଡାକ୍ତରଖାନାରୁ ଏକ ଜେନେରେଟର, ଇନଭର୍ଟର, ଆକ୍ବାଗାର୍ଡ ଏବଂ ବିପି ଇନଷ୍ଟ୍ରୁମେଣ୍ଟ ଚୋରି କରିନେଇଥିବା ଜାଣିବାକୁ ମିଳିଛି ।

ଆକ୍ବାଗାର୍ଡ ଖୋଲିନେବାପରେ ପାଣି ଟ୍ୟାପ ଖୋଲା ପଡ଼ିଥିବାରୁ ଡାକ୍ତରଖାନାରେ ଥିବା ମେଡିସିନ ଷ୍ଟକ ରୁମରେ ପାଣି ପଶିଯିବାରୁ ଗଚ୍ଛିତ ଥିବା ମେଡିସିନ ମଧ୍ୟ ନଷ୍ଟ ହୋଇଛି । ଫାର୍ମାସିଷ୍ଟ ଦାସ ଚୋରି ହୋଇଥିବା ସମ୍ବନ୍ଧରେ ପ୍ରଥମେ ମହାକାଳପଡା ମେଡିକାଲ ଅଫିସଙ୍କୁ ଫୋନ ଯୋଗେ ଜଣାଇବା ସହିତ ମାର୍ଶାଘାଇ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଖବରପାଇ ମାର୍ଶାଘାଇ ଥାନା ସବ ଇନିସପେକ୍ଟର ବଡକୁଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.