କେନ୍ଦ୍ରାପଡା: ଶେଷ ହୋଇଛି କେନ୍ଦ୍ରାପଡା ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ । କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ଏକ ଘରୋଇ ମଣ୍ଡପରେ ୫ ଜଣ ବିଧାୟକ,ଜିଲ୍ଲା ସଭାପତି,ସମସ୍ତ ନବ ନିଯୁକ୍ତ ସମ୍ପାଦକ ଓ କୋଷାଧ୍ୟକ୍ଷ ଏବଂ ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଦଳର ସାଙ୍ଗଠନିକ କାର୍ଯ୍ୟ ଭବିଷ୍ୟତରେ କିପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ତେବେ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଅନୁପସ୍ଥିତ ଥିବାବେଳେ ସେନେଇ କୌଣସି ଦଳୀୟ ପଦାଧିକାରୀ ମୁହଁ ଖୋଲିନଥିଲେ।
ଏଠାରେ ସୂଚନାଯୋଗ୍ୟ,ଗତ କିଛିଦିନ ଧରି ଦଳୀୟ କାର୍ଯ୍ୟକ୍ରମରେ ସାଂସଦ ଅନୁପସ୍ଥିତ ରହିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଅନୁଷ୍ଠିତ ବୈଠକର ଖବର ପ୍ରସାରଣ ପାଇଁ ଯାଇଥିବା ଜନୈକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ପୂର୍ବତନ କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ ନାପସନ୍ଦ କରିଥିଲେ। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କିଶୋର ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ