ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଭିତରକନିକା ଜାତୀୟ ଉଦ୍ୟାନରେ ବୃଦ୍ଧି ପାଉଛି ଡଲଫିନଙ୍କ ସଂଖ୍ୟା, ଥିଲେ 19 ହେଲେ 341

author img

By

Published : Dec 21, 2021, 10:16 AM IST

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏବେ ଡଲଫିନମାନଙ୍କର ଏନ୍ତୁଡ଼ିଶାଳ ହେବ ଭିତରକନିକା ଜାତୀୟ ଉଦ୍ୟାନ । ଗତ 5 ବର୍ଷ ମଧ୍ୟରେ ଡଲଫିନମାନଙ୍କ ସଂଖ୍ୟା 19ରୁ ବୃଦ୍ଧି ପାଇ 341ରେ ପହଞ୍ଚିଛି । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଡଲଫିନମାନଙ୍କର ଏନ୍ତୁଡ଼ିଶାଳ ହେବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ସାରା ବିଶ୍ବରେ କୁମ୍ଭୀରମାନଙ୍କର ଏନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ(Bhitarkanika National Park) ଏବେ ଡଲଫିନମାନଙ୍କର ଏନ୍ତୁଡ଼ିଶାଳ ଭାବେ ପରିଗଣିତ ହେବାକୁ ଯାଉଛି । ଗତ 5 ବର୍ଷ ମଧ୍ୟରେ ଡଲଫିନମାନଙ୍କ ସଂଖ୍ୟା 19ରୁ ବୃଦ୍ଧି ପାଇ 341ରେ ପହଞ୍ଚିଛି ।

ଗଣନା ଅନୁଯାୟୀ, ଗତ 2016 ମସିହାରେ ଭିତରକନିକା ଜାତୀୟ ଉଦ୍ୟାନ(Bhitarkanika National Park) ଓ ଏହାର ଆଖପାଖ ଅଞ୍ଚଳରେ 19ଟି, 2017ରେ 82ଟି, 2018ରେ 307ଟି, 2019ରେ 112ଟି, 2020ରେ 62ଟି ଡଲଫିନ ରହିଥିବା ଗଣନା କରାଯାଇଥିବାବେଳେ ଚଳିତବର୍ଷ ପାଇଁ ଡିସେମ୍ବର 16ତାରିଖରୁ ଆରମ୍ଭ ହୋଇଥିବା ଡଲଫିନ ଗଣନା ଶେଷ ହେବା ପରେ ଏଭଳି ଉତ୍ସାହଜନକ ଖବର ମିଳିଛି। ରାଜନଗର ବନଖଣ୍ଡ ଅଧିକାରୀ ଡ଼ଃ ଯଜ୍ଞଦତ୍ତ ପତି, ପଶ୍ଚିମବଙ୍ଗର ପୂର୍ବତନ PCCF ଏନ.ଭି.ରାଜଶେଖର ଓ ବୈଜ୍ଞାନିକ ଆଣ୍ଟନି ଜନସନ ପ୍ରମୁଖଙ୍କ ନେତୃତ୍ବରେ 9ଟି ଦଳ ଡଲଫିନ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଟିମଗୁଡିକ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରହିଥିବା ସମସ୍ତ ନଦୀନାଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ଡଲଫିନ ଗଣନା କରିଛନ୍ତି।

ଆଉଟର ହ୍ବିଲରରୁ ଚିଞ୍ଚିରିମାଉଥ, ବରୁଣେଇରୁ ପାରାଦ୍ବୀପ, ହଂସୀଣା ବ୍ରିଜରୁ ମାଈପୁରାମାଉଥ, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ ଭାୟା ନଳିତାପାଟିଆ, କାଳିଭଞ୍ଜଡିଆ, ଜମ୍ବୁ ଖରିନାସୀରୁ ହୁକିଟୋଲା, ପାରାଦ୍ବୀପରୁ ଜଟାଧାର ମୁହାଣ ଏବଂ ଜଟାଧାର ମୁହାଣରୁ ଦେବିମୁହାଣ ପର୍ଯ୍ୟନ୍ତ ଏହି 9ଟି ଟିମ ଡଲଫିନ ଗଣନା କାର୍ଯ୍ୟ କରିଥିଲେ। ସମୁଦ୍ର ମଧ୍ୟରେ 5ଟି ଟିମ ଓ ନଦୀ ଏବଂ କ୍ରିକରେ 4ଟି ଟିମ ଗଣନା କାର୍ଯ୍ୟ ସମାପନ କରିଥିଲେ । ଏହି ଗଣନା ସମୟରେ ଭିତରକନିକା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଥିବାବେଳେ କେବଳ ସମୁଦ୍ର ମଧ୍ୟରେ ଶତାଧିକ ଡଲଫିନ ଦେଖିବାକୁ ମିଳିଛନ୍ତି। ଚିଞ୍ଚିରିମୁହାଣ ନିକଟରେ ରବିବାର ଦିନ ସକାଳ ସମୟରେ ଇରାୱାର୍ଡି ଓ ଗ୍ୟାଙ୍ଗଟିକ ପ୍ରଜାତିର 200ରୁ ଊର୍ଦ୍ଧ୍ବ ଡଲଫିନ ଏବଂ ଡଲଫିନ ଶାବକ ଜଳକ୍ରୀଡା କରୁଥିବାବେଳେ ହବାଳିଖଟି ନିକଟରେ ଶତାଧିକ ବଟଲନୋଜ ଓ ସ୍ପିନର ପ୍ରଜାତିର ଡଲଫିନ ଜଳକ୍ରୀଡା କରୁଥିବା ଦୃଶ୍ୟ ଦେଖିବାକୁ ପାଇଥିଲେ ଗଣନାକାରୀ ଟିମ।

ସେହିପରି ପେଣ୍ଠ ସମୁଦ୍ରରେ ଏକକାଳୀନ 39ଟି ଇରାୱାର୍ଡି ପ୍ରଜାତିର ଡଲଫିନ ଇକୋ ରିଟ୍ରିଟ କଟେଜ ନିକଟରେ ଦେଖିବାକୁ ମିଳିଥିଲା ବୋଲି ସୂଚନା ଦେଇଛନ୍ତି ଟିମ। ପ୍ରତିବର୍ଷ ଜାନୁଆରୀ ମାସରେ ଡଲଫିନ ଗଣନା କରାଯାଏ । କିନ୍ତୁ ପ୍ରତିକୂଳ ପାଗ ଏବଂ ଅତ୍ୟଧିକ କୁହୁଡି ଯୋଗୁଁ ଡ଼ଲଫିନ ଗଣନା ବାଧାପ୍ରାପ୍ତ ହୋଇଥାଏ । ତେବେ ଚଳିତବର୍ଷ ଡିସେମ୍ବର ମାସରେ ଡଲଫିନ ଗଣନା କରାଯାଇଥିବା ବେଳେ ଅନୁକୂଳ ପାଗ ଯୋଗୁଁ ଗହୀରମଥା ସମୁଦ୍ରରେ ସର୍ବାଧିକ ଡଲଫିନ ଓ ଶାବକ ଦେଖିବାକୁ ମିଳିଛି । ଯାହାକି ଓଡ଼ିଶାର ଅନ୍ୟ ସମସ୍ତ ସ୍ଥାନଠାରୁ ସର୍ବାଧିକ ବୋଲି ଅନୁମାନ କରାଯାଉଛି। ପ୍ରଥମେ ବଉଳା କୁମ୍ଭୀର ପରେ ଅଲିଭରିଡଲେଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ ଏବେ ଡଲଫିନମାନଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚୟ ପାଇବାକୁ ଯାଉଛି । ଏନେଇ ଖୁସି ପ୍ରକାଶ କରିଛନ୍ତି ପରିବେଶବିତ ଓ ପର୍ଯ୍ୟଟକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.