ETV Bharat / state

'ଏନଜେନ' କାର୍ଯ୍ୟାଳୟରେ ତାଲା ପକାଇଲେ ଠିକା କର୍ମଚାରୀ - Employee

ବିଦ୍ୟୁତ ଆବଣ୍ଟନ ଦାୟୀତ୍ୱରେ ଥିବା ଘରୋଇ କମ୍ପାନୀ 'ଏନଜେନ'ର ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ସଂସ୍ଥାର ଠିକା କର୍ମଚାରୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋନ୍ଦ୍ରାପଡ଼ା
author img

By

Published : Feb 13, 2019, 10:13 AM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱରେ ଥିବା ଘରୋଇ କମ୍ପାନୀ 'ଏନଜେନ'ରେ ଦେଖାଦେଇଛି କର୍ମଚାରୀ ଅସନ୍ତୋଷ। ବିଭିନ୍ନ ଦାବି ବାବଦରେ ଠିକା କର୍ମଚାରୀ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଉଥିଲେ ହେଁ ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି କର୍ମଚାରୀ।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ଣରେ ଶତାଧିକ ଠିକା କର୍ମଚାରୀ ଗରାପୁରସ୍ଥିତ ଏନଜେନ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମସ୍ତେ ଦାବିପତ୍ର ଦେବାକୁ ଏକତ୍ରିତ ହୋଇଥିବାବେଳେ ପୂର୍ବରୁ ଖବର ପାଇ କମ୍ପାନୀ କର୍ତ୍ତୃପକ୍ଷ ସେଠାରୁ ଖସି ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀ ସଭାପତି ଦେବଦାସ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ଧାରଣାରେ ବସିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋନ୍ଦ୍ରାପଡ଼ା
undefined

ଚାକିରିରୁ ବାଦ ପଡିଥିବା କର୍ମଚାରୀଙ୍କ ପୁନଃନିଯୁକ୍ତି, ଲାଇନ୍ ମ୍ୟାନ ଏବଂ ହେଲ୍‌ପରଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା, ବିଲ୍ କଲେକ୍ଟର ଓ ମିଟର ରିଡରଙ୍କର କମିଶନ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ଓ ବର୍ଦ୍ଧିତ ଦରମା ଲାଗୁ କରିବା ଇତ୍ୟାଦି କର୍ମଚାରୀଙ୍କର ପ୍ରମୁଖ ଦାବି ରହିଛି। ପୂର୍ବରୁ ବହୁବାର ଦାବି କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଓ ଦିନକୁ ଦିନ ସମସ୍ତ କର୍ମଚାରୀ ମାନସିକସ୍ତରରେ ନିର୍ଯ୍ୟାତିତ ହେଉଥିବା ଅଭିଯୋଗ କରିଛନ୍ତି ସଂଘ ସଭାପତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଯାଜପୁର କଳିଙ୍ଗନଗର ସ୍ଥିତ ଡୁବୁରୀ ଛକ ଠାରେ ଉଦଯାପିତ ହୋଇଛି 30ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ କଳିଙ୍ଗନଗର ପୋଲିସ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଦୀର୍ଘ 7ଦିନ ବ୍ୟାପି ପାଳିତ ହୋଇଥିଲା ସଡ଼କ ସୁରକ୍ଷା ସପ୍ତାହ। ଆଜି ଏହି ଉଦଯାପନୀ ଉତ୍ସବରେ ଯାଜପୁର ଏସପି ଚରଣ ସିଂ ମୀନା ଅତିଥି ରୂପେ ଯୋଗଦେଇ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ।

Body:ସାମନ୍ୟ ସାବଧାନତା ବା ସଚେତନତା ଅଭାବରୁ ଅନେକ ଲୋକ ସଡ଼କ ଦୁର୍ଘଟଣା ରେ ମୃତାହତ ହେଉଛନ୍ତି। ଅନେକ ମଧ୍ୟ ଭିନ୍ନକ୍ଷମ ପାଲଟି ଯାଉଛନ୍ତି । ଏହି ଅବସରରେ ସଚେତନ ବାର୍ତ୍ତା ନେଇ ବିଭିନ୍ନ କାଳକାରଖାନାର କର୍ମଚାରୀ ଙ୍କ ଦ୍ବାରା ଏକ ଶୋଭାଯାତ୍ରା ସହର ପରିକ୍ରମା ସହ ପ୍ରଥପ୍ରାନ୍ତ ନାଟକ ପରିବେଷଣ କରା ଯାଇଥିଲା। ଏହି ଅବସରରେ ଦୁର୍ଘଟଣା ସମୟରେ ପୋଲିସ କୁ ବିଭିନ୍ନ ସମୟରେ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉଦଯାପନୀ ସମାରୋହରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶ୍ଵର ଦୋରା ସମେତ ବହୁ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ।
bite-ଚରଣ ସିଂ ମୀନ, ଏସପି ଯାଜପୁର

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.