ETV Bharat / state

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ୫ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ - ଚଷାଖଣ୍ଡ ପ୍ରାଥମିକ ବିଦ୍ୟାଳୟ ସମସ୍ୟା

ଦୀର୍ଘଦିନ ହେବ ଗୋଟିଏ ଶ୍ରେଣୀରେ ଚାଲିଛି ପାଞ୍ଚଟି କ୍ଲାସର ଛାତ୍ରଛାତ୍ରୀଙ୍କ ପାଠପଢା । ଶ୍ରେଣୀଗୃହ ନୁହେଁ ବରଂ ଶିକ୍ଷକ ଅଭାବରୁ କେନ୍ଦ୍ରାପଡାର ଚଷାଖଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏପରି ସ୍ଥିତି । ମାତ୍ର ଜଣେ ଶିକ୍ଷୟିତ୍ରୀ ଥିବାରୁ ପିଲାଙ୍କ ପଢାରେ ଉପୁଜୁଛି ନାନା ସମସ୍ୟା । ଅଧିକ ପଢନ୍ତୁ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ୫ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

author img

By

Published : Apr 26, 2022, 8:19 PM IST

କେନ୍ଦ୍ରାପଡା: ଶିକ୍ଷାର ଭିତ୍ତିଭୂମି ଦୃଢହେବ... ସଭିଏଁ ପଢିବେ, ସଭିଏଁ ବଢିବେ । ପାଠପଢି ପିଲାଏଁ ରାଜ୍ୟ ଆଉ ଦେଶରେ ନାଁ ରଖିବେ । ଏଥିପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ସରକାର । ଚକାଚକ ବିଦ୍ୟାଳୟକୁ ମାର୍ବଲ ମାର୍କା ଚଟାଣ, ତା' ସାଙ୍ଗକୁ କିଚେନ, ଗାର୍ଡେନ ସବୁ ସୁବିଧା ଖଞ୍ଜି ଦେଇଛନ୍ତି । ହେଲେ ଯେଉଁଟା ମୌଳିକ ଆବଶ୍ୟକତା ସେଥିପ୍ରତି ବୋଧହୁଏ ସରକାରଙ୍କ ନିଘା ନାହିଁ ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ୫ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

ବାହାର ସୁନ୍ଦର ଭିତର ପମ୍ଫା ପରି ଚାଲିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚଷାଖଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟ । କାରଣ ଏଠାରେ ପାଞ୍ଚଟି କ୍ଲାସ ପିଲାଙ୍କୁ ପାଠ ପଢାଉଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ । ଦୀର୍ଘ ଦୁଇବର୍ଷ ଧରି ପ୍ରାଥମିକ ଶିକ୍ଷାକେନ୍ଦ୍ରଗୁଡିକ ବନ୍ଦ ରହିବା ପରେ ଗତ ୨୮ ଫେବୃୟାରୀରୁ ଖୋଲିଛି । ଏହାରି ଭିତରେ ପିଲାମାନେ ପାଠପଢ଼ାରେ ଦୁଇବର୍ଷ ପଛେଇ ଯାଇଥିବା ଅନୁଭବ କରି ଚଳିତବର୍ଷ ଖରାଛୁଟିକୁ କମାଇ ଆସନ୍ତା ମେ ୧ ତାରିଖରୁ "ବ୍ରିଜ କୋର୍ସ" ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ ନିଜେ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି । ତେବେ ପ୍ରବଳ ଖରା କାରଣରୁ ସ୍କୁଲକୁ ଗତକାଲି (ସୋମବାର)ଠୁ 5 ଦିନ ପାଇଁ ବନ୍ଦ ରଖାଯାଇଛି ।

ହେଲେ ଛାତ୍ରଛାତ୍ରୀଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ଯାହାର ରୁଗ୍ଣ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଡେରାବିଶ୍ ଶିକ୍ଷା ସର୍କଲ ଅଧିନ ଗୋଲରାହାଟ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ,ଚଷାଖଣ୍ଡରେ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୫ ଜଣ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ । ଜଣେ ଶିକ୍ଷୟତ୍ରୀ ୫ ଟି ଶ୍ରେଣୀର ୬୫ଜଣ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଛାତ ତଳେ ପଢ଼ାଇବା କାଠିକର ପାଠ ହୋଇ ପଡୁ ଥିବାବେଳେ ଏବେ ଶିକ୍ଷାବର୍ଷ ଆରମ୍ଭ ପାଇଁ ନୂତନ ନାମଲେଖା, ୫ମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟିସି ପ୍ରଦାନ, ମଧ୍ୟାହ୍ନ ଭୋଜନ ତଦାରଖ ସମେତ ବିଭିନ୍ନ ସରକାରୀ ବାଧ୍ୟତାମୂଳକ କାର୍ଯ୍ୟ ରହୁଥିବାରୁ ଠିକ ଭାବରେ ପାଠ ପଢିପାରୁନଥିବା କହିଛନ୍ତି ଛାତ୍ରଛାତ୍ରୀ ।

ଏହି ବିଦ୍ୟାଳୟରେ ପୁର୍ବରୁ ଦୁଇଜଣ ଶିକ୍ଷକ/ଶିକ୍ଷୟତ୍ରୀ ରହି ଥିବାବେଳେ ଗତ ଡିସେମ୍ବର ମାସରେ ଜଣେ ଶିକ୍ଷକ ଅବସର ଗ୍ରହଣ କରିଥିଲେ । ତତକ୍ଷଣାତ ବିଦ୍ୟାଳୟକୁ ଆଉଜଣେ ଶିକ୍ଷକ ଦେବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ସିଆରସିସି, ବିଆରସିସି, ବିଇଓ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଉଚ୍ଚ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଫେବୃୟାରୀ ୨୮ରେ ବିଦ୍ୟାଳୟ ଖୋଲିବା ପରେ ପିଲାମାନେ ପାଠପଢ଼ାରେ ବହୁ ଦୁର୍ବଳ ରହିଥିବା ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ଆଉ ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୂର୍ବତନ ପରିଚାଳନା କମିଟି ଚେୟାରମ୍ୟାନ ବାରମ୍ବାର ଶିକ୍ଷାଧିକାରୀଙ୍କୁ ଭେଟୁଥିଲେ ସୁଦ୍ଧା ସେ ଆଜି-କାଲି କହି ସମୟ ଗଡାଇବା ସାର ହୋଇଥିବା ଅଭିଯୋଗ ହୋଇଛି ।

ଏଥିପାଇଁ ଆସନ୍ତା ସପ୍ତାହରେ ଛାତ୍ର ଏବଂ ଅଭିଭାବକ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ପୂର୍ବତନ ଛାତ୍ର ତଥା ପୂର୍ବତନ ପରିଚାଳନା ଅଧ୍ୟକ୍ଷ ଅଜୟ ସାହୁ । ସେପଟେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ଥାନୀୟ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ବର୍ଷାରାଣୀ ସାହୁ ଗତ କିଛିଦିନ ହେବ ବିଦ୍ୟାଳୟକୁ ଆସି କୁନିକୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଉଛନ୍ତି ।

ଅନ୍ୟପଟେ ଏହି ବିଦ୍ୟାଳୟର ସମସ୍ୟାକୁ ନେଇ ନା ମଣ୍ଡଳ ଶିକ୍ଷାଧିକାରୀ ନା ଜିଲ୍ଲା ଶିକ୍ଷାଧିକାରୀ କେହି ମୁହଁ ଖୋଲୁନାହାନ୍ତି କି ପଦକ୍ଷେପ ନେଉନାହାନ୍ତି । ଏନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ବିଦ୍ୟାଳୟ ଶିକ୍ଷକ ଅଭାବକୁ ଖୁବ କମ ଦିନରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ, ବାସ୍ତବରେ ଚଷାଖଣ୍ଡ ବିଦ୍ୟାଳୟକୁ କେବେ ଶିକ୍ଷକ ନିଯୁକ୍ତି ମିଳୁଛି, ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.