ETV Bharat / state

ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର ! - ନିମ୍ବ ଗଛରୁ ଝରୁଛି ମିଠା ରସ

କେନ୍ଦ୍ରାପଡା ଜିଲ୍ଲା ବୀରନୀଳକଣ୍ଠପୁର ଗାଁରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର । ଅଧିକ ପଢନ୍ତୁ...

neem tree
ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର
author img

By

Published : Jan 28, 2020, 10:29 PM IST

କେନ୍ଦ୍ରାପଡା: ନିମ୍ବ ଗଛରୁ ଝରୁଛି କ୍ଷୀର । ଏଭଳି ଅଲୌକିକ ଘଟଣା ଦେଖାଦେଇଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅଧିନ ବୀରନୀଳକଣ୍ଠପୁର ଗାଁରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ ।

ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର

ବୀରନୀଳକଣ୍ଠପୁର ଗାଁର ମହେଶ୍ବର ଲେଙ୍କାଙ୍କ ଘର ଆଗରେ ପ୍ରାୟ 30 ବର୍ଷର ଗୋଟିଏ ନିମ୍ବ ଗଛ ରହିଛି। ସେହି ଗଛରୁ ପ୍ରାୟ 4 ଦିନ ହେବ ନିର୍ଗତ ହେଉଛି କ୍ଷୀର ଭଳି ଦେଖାଯାଉଥିବା ମିଠା ରସ। ନିମ୍ବ ଗଛରୁ ମିଠା ରସ ବାହାରିବା ଘଟଣା ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିଦେଇଛି। ଏହି ନିମ୍ବ ଗଛରେ କିଛି ଅଲୌକିକ ଶକ୍ତି ରହିଥିବା ମହେଶ୍ବରଙ୍କ ପରିବାର ସମେତ ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।

ମହେଶ୍ବରଙ୍କ ପରିବାର ଏହି ଗଛକୁ ବର୍ତ୍ତମାନ ପୂଜା କରୁଥିବା ବେଳେ ଭବିଷ୍ୟତରେ ଏହି ବୃକ୍ଷ ଦାରୁ ହୋଇ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ଆଶାପ୍ରକାଶ କରିଛନ୍ତି ପରିବାର ଓ ଗ୍ରାମବାସୀ। ତେବେ ଏହି ଘଟଣାର ବୈଜ୍ଞାନିକ କାରଣ କ'ଣ ହୋଇପାରେ ସେନେଇ ଆଶାବାଦୀ ଅଛନ୍ତି ବୁଦ୍ଧିଜୀବୀ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:28.01.2020
Radhakanta Mohanty, Kendrapada
Slug-od_kpr_milk from been tree_script_7204459
Anchor-ନିମ୍ବ ଗଛରୁ ଝରୁଛି କ୍ଷୀର!ଏଭଳି ଅଲୌକିକ ଘଟଣା ଦେଖାଦେଇଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅଧିନ ନହଙ୍ଗ ପଞ୍ଚାୟତର ବୀରନୀଳକଣ୍ଠପୁର ଗ୍ରାମରେ।ଏହି ଗ୍ରାମର ମହେଶ୍ୱର ଲେଙ୍କାଙ୍କ ଘର ଆଗରେ ପ୍ରାୟ ତିରିଶି ବର୍ଷର ଗୋଟିଏ ନିମ୍ବ ଗଛ ରହିଛି।ସେହି ଗଛରୁ ପ୍ରାୟ ଚାରି ଦିନ ହେବ ନିର୍ଗତ ହେଉଛି କ୍ଷୀର ଭଳି ଦେଖାଯାଉଥିବା ମିଠା ରସ।ନିମ୍ବ ଗଛରୁ ମିଠା ରସ ବାହାରିବା ଘଟଣା ଏବେ ସ୍ଥାନୀୟ ବାସିନ୍ଦା ଙ୍କୁ ଚକିତ କରିଦେଇଥିବା ବେଳେ ଏହି ନିମ୍ବ ଗଛରେ କିଛି ଅଲୌକିକ ଶକ୍ତି ରହିଛି ବୋଲି ମହେଶ୍ୱର ଙ୍କ ପରିବାର ସମେତ ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।ମହେଶ୍ୱରଙ୍କ ପରିବାର ଏହି ଗଛକୁ ବର୍ତ୍ତମାନ ପୂଜା କରୁଥିବା ବେଳେ ଭବିଷ୍ୟତରେ ଏହି ବୃକ୍ଷ ଦାରୁ ହୋଇ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ଆଶାବାଦୀ ଅଛନ୍ତି ପରିବାର ଓ ଗ୍ରାମବାସୀ।ତେବେ ଏହି ଘଟଣାର ବୈଜ୍ଞାନିକ କାରଣ କଣ ହୋଇପାରେ ସେ ନେଇ ଆଶାବାଦୀ ଅଛନ୍ତି ବୁଦ୍ଧିଜୀବି।
Body:Byt-ମହେଶ୍ୱର ଲେଙ୍କା(ପରିବାର ମୁଖ୍ୟ)
Byt-କନକଲତା ରାଉତ(ମହେଶ୍ୱରଙ୍କ ଝିଅ)Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.