ETV Bharat / state

ଦିଲ୍ଲୀରୁ ଫେରି ଗାଁ ଉନ୍ନତିରେ ଲାଗିପଡିଛନ୍ତି ସୁଶୀଲ, ଛୁଟୁଛି ପ୍ରଶଂସା - sushil rout

ବର୍ତ୍ତମାନର ଯୁବପିଢୀ ଟଙ୍କା ପଛରେ ପଡି ବେଦେଶ ମୁହାଁ ହେଉଥିବାବେଳେ ଦିଲ୍ଲୀ ଫେରନ୍ତା ସୁଶୀଲଙ୍କ ଗାଁ ପାଇଁ କିଛି କରିବାର ପ୍ରୟାସ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ସୁଶୀଲଙ୍କର ଏହି ମହତ କାର୍ଯ୍ୟ ଅନେକଙ୍କ ପାଇଁ ପ୍ରେରଣା ସାଜିଛି । ଅଧିକ ପଢନ୍ତୁ...

ବିଦେଶରୁ ଫେରି ଗାଁର ଉନ୍ନତିରେ ଲାଗି ପଡିଛନ୍ତି କେନ୍ଦ୍ରାପଡାର ସୁଶୀଲ

author img

By

Published : Aug 2, 2021, 5:28 PM IST

କେନ୍ଦ୍ରାପଡା: ହୁଏ ମନ ଆଜି ଫେରିବାକୁ ସେଇ ଗାଁଟି ପାଖକୁ ମୋର, ଆସିଥିଲି ଦିନେ ଛାଡି ବିଦେଶକୁ କରିବାକୁ ରୋଜଗାର, କଥା ଦେଇଥିଲି ଫେରିବି ଦିନେ ମୁଁ ପୁଞ୍ଜିପତିଟିଏ ସାଜି, ଉନ୍ନତି ପଥରେ ମୋ ଗାଆଁ ମାଟିକୁ ଆଗେଇ ଦିନେ ମୁଁ ନେବି" କବି ଅମିତ ସାହୁଙ୍କ ଏହି କବିତାକୁ ମର୍ମେ ମର୍ମେ ବୁଝି ଏହାକୁ ସାକାର କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଦିଲ୍ଲୀ ଫେରନ୍ତା ସୁଶୀଲ । ବହୁଦିନ ଧରି ବିଦେଶରେ ରହିବା ପରେ ଏବେ ତାଙ୍କ ଭିଟାମାଟିକୁ ଫେରିଛନ୍ତି ଏବଂ ଗାଁ ପାଇଁ କିଛି କରିବା ନେଇ ଦେଖିଥିବା ସ୍ବପ୍ନକୁ ସତ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଅମୃତମଣହି ନୂଆଡ଼ିଆ ଗାଁର ସୁଶୀଲ ରାଉତ ।

ଦିଲ୍ଲୀରୁ ଫେରି ଗାଁ ଉନ୍ନତିରେ ଲାଗିପଡିଛନ୍ତି ସୁଶୀଲ, ଛୁଟୁଛି ପ୍ରଶଂସା

ଗାଁରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ କୋରାପୁଟ ସୁନାବେଡାରେ ହାଇସ୍କୁଲ ଶିକ୍ଷା ପରେ ଦିଲ୍ଲୀକୁ ଚାଲିଯାଇଥିଲେ ସୁଶୀଲ । ସେଠାରେ ବିଲଡର ଭାବେ କାମ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ । ବର୍ତ୍ତମାନ ବୟସର ଅପରାହ୍ନରେ ପହଞ୍ଚିଛନ୍ତି ସେ । ଚାକିରିରୁ ଅବସର ନେବା ପରେ ୨୦୧୯ ମସିହାରେ ନିଜ ଜନ୍ମମାଟିକୁ ଫେରିଛନ୍ତି ସୁଶୀଲ । ଏହା ପରେ ଗାଁ ପାଇଁ କିଛି କରିବାରୁ ଚିନ୍ତା କରିଥିଲେ ସେ । ବାପଅଜା ଅମଳରୁ ନୂଆଡ଼ିଆ ଗାଁରର ଥିବା ଏକର ଏକର ଜମିରେ ଗାଁ ଲୋକଙ୍କ ପାଇଁ ନିର୍ମାଣ କରିଛନ୍ତି ମନ୍ଦିର,ଦାନ୍ତ ଚିକିତ୍ସାଳୟ,ମଣ୍ଡପ ଓ ବୃଦ୍ଧାଶ୍ରମ । ଖାଲି ସେତିକି ନୁହେଁ ଗାଁରେ ଏକ ଭାଗବତ ଟୁଙ୍ଗି ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ଗ୍ରାମବାସୀଙ୍କ ପାଇଁ ନିସ୍ବାର୍ଥପର ସେବା ମନୋବୃତ୍ତି ଯୋଗୁଁ ତାଙ୍କୁ ମିଳିଛି ସମର୍ଥନ ।

ସୁଶୀଲ ଦିଲ୍ଲୀରେ ରହୁଥିବା ବେଳେ ଗାଁରେ ତାଙ୍କ ବାପା ମାଆ ରୁହନ୍ତି । ଚାକିରି କାଳ ଭିତରେ ସେ ମଝିରେ ମଝିରେ ଗାଁ ବୁଲି ଆସନ୍ତି । ଏବେ ଚାକିରିରୁ ଅବସର ନେବା ସବୁଦିନ ପାଇଁ ଗାଁକୁ ଫେରିଛନ୍ତି ସୁଶୀଲ । ଏହା ପରେ ଆରମ୍ଭ ହୋଇଯାଇଛି ତାଙ୍କ ମିଶନ । ଗାଁ ପରିବେଶ ସମ୍ପର୍କରେ ଅବଗତ ହୋଇ କିପରି ଗାଁର ଉନ୍ନତି ହେବ ସେନେଇ ପ୍ରଶାସନ ସହ ବହୁଥର ଆଲୋଚନା କରିଥିଲେ ମଧ୍ୟ ଏଥିରେ ଫେଲ ମାରିଥିଲେ ସୁଶୀଲ । ନିଜର ପୁଞ୍ଜିକୁ ଖର୍ଚ୍ଚ କରି ଗାଁର ଉନ୍ନତି କରିବା ପାଇଁ ମନ ବଳାଇଛନ୍ତି ସୁଶୀଲ । ଗାଁ ଲୋକଙ୍କ ଅକୁଣ୍ଠ ସମର୍ଥନ ପାଇଁ ଏସବୁ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଈଶ୍ବର ସୁଶୀଲଙ୍କ ଏପରି ମହତ ଉଦ୍ଦେଶ୍ୟକୁ ଆହୁରି ମଜବୁତ କରନ୍ତୁ ବୋଲି କାମନା କରିଛନ୍ତି ଅଞ୍ଚଳବାସୀ । ବର୍ତ୍ତମାନର ଯୁବପିଢୀ ଟଙ୍କା ପଛରେ ପଡି ବିଦେଶ ମୁହାଁ ହେଉଥିବାବେଳେ ସୁଶୀଲଙ୍କର ଏହି ପ୍ରୟାସ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ସୁଶୀଲଙ୍କର ଏହି ମହତ କାର୍ଯ୍ୟ ଅନେକଙ୍କ ପାଇଁ ପ୍ରେରଣା ସାଜିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.