ETV Bharat / state

କୃତୀ ଛାତ୍ରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

author img

By

Published : Aug 1, 2019, 10:03 AM IST

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଅରିଜିତ ରାଉତଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ତାଙ୍କ ଉଚ୍ଚଶିକ୍ଷା ପାଇଁ ଜିଲ୍ଲାପାଳ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ରାଜକନିକା ବ୍ଲକର ଅରିଜିତ ରାଉତଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଚଳିତବର୍ଷ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଅରିଜିତ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅର୍ଜନ କରିଥିଲେ । ଏହାପରେ ସେ ସିଇଟି ଭୁବନେଶ୍ବରରେ ମେକାନିକାଲ ଇଂଜିନିୟରିଂ ରାଙ୍କିଂରେ ପ୍ରଥମ ସ୍ଥାନରେ ରହିଥିଲେ । ଆର୍ଥିକ ସ୍ବଚ୍ଛଳ ନଥିବାରୁ ତାଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ 32ହଜାର 4ଶହ ଟଙ୍କା ସହାୟତା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅରିଜିତଙ୍କ ବାପା ଅନୀଲ ରାଉତ ଗରିବ ହୋଇଥିଲେ ମଧ୍ୟ ପୁଅକୁ ପାଠ ପଢ଼ାଇଥିବାରୁ ଜିଲ୍ଲାପାଳ, ଉଭୟ ପିତାମାତାଙ୍କୁ ସାଧୁବାଦ ଜଣାଇଛନ୍ତି। ସଫଳତାରେ ବହୁତ ଖୁସିବ୍ୟକ୍ତ କରିଛନ୍ତି ଅରିଜିତ । ଏହି ସଫଳତାର ସମସ୍ତ ଶ୍ରେୟ ବାପାମାଆଙ୍କ ସମେତ ଶିକ୍ଷକଙ୍କୁ ଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏଥିସହ ଯୋଜନା ଓ କଠିନ ପରିଶ୍ରମ ସହିତ ନିଷ୍ଠା ରହିଲେ ଯେ କେହି ମଧ୍ୟ ସଫଳତା ପାଇପାରିବ ବୋଲି ଅରିଜିତ କହିଛନ୍ତି ।

ଭବିଷ୍ୟତରେ ଭାରତୀୟ ଇଂଜିନିୟରିଂ ସେବାରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଅରିଜିତ ଗାଁ ବିଦ୍ୟାଳୟରୁ ପାଠପଢ଼ା ଶେଷ କରିବା ପରେ ଗତବର୍ଷ କେନ୍ଦ୍ରାପଡ଼ା ସରକାରୀ ବୈଷୟିକ ମହାବିଦ୍ୟାଳୟରୁ ତାଙ୍କର ସ୍ନାତକ ଶେଷ କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:01.08.2019
Radhakanta Mohanty, Kendrapada
Slug-od_kpr_02_facilitation_script_7204459
Anchor-କୃତୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ।ଚଳିତବର୍ଷ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିବା ସହ ଯାନ୍ତ୍ରିକ ଇଂଜିନିୟରିଂ ପ୍ରଯୁକ୍ତି ବିଭାଗୀୟ ନାମଲେଖାରେ ପ୍ରଥମ ସ୍ଥାନ ଅଧିକାର କରି ଭୁବନେଶ୍ୱରର C.E.Tରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ମିର୍ଜାପୁର ଗ୍ରାମର ଅରିଜିତ ରାଉତଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି।ଅରିଜିତଙ୍କ ବାପା ଅନୀଲ ରାଉତ ଜଣେ ଗରିବ ପରିବାରର ହୋଇଥିବା ଓ ଏକାଧିକ ବାଧାବିଘ୍ନ ସତ୍ତ୍ୱେ ପୁଅକୁ ପାଠ ପଢ଼ାଇଥିବାରୁ ଜିଲ୍ଲାପାଳ ଉଭୟ ପିତାମାତାଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ ଓ ଅରିଜିତର ପାଠପଢା ପାଇଁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ୩୨,୪୦୦ଟଙ୍କା ପ୍ରଦାନ କରାଯାଇଛି।ଏହି ସମ୍ବର୍ଦ୍ଧନା ପାଇବା ପରେ ସେ ବହୁତ ଖୁସି ଓ ସଫଳତାର ଶ୍ରେୟ ତାଙ୍କ ବାପାମାଙ୍କ ସମେତ ତାଙ୍କୁ ପାଠ ପଢ଼ାଇ ସଫଳତାର ମାର୍ଗ ଦେଖାଇଥିବା ଶିକ୍ଷକ ମାନଙ୍କୁ ଯିବ ବୋଲି କହିଛନ୍ତି ଛାତ୍ର ଅରିଜିତ।ଏଥିସହ ସଠିକ ଯୋଜନା ଓ କଠିନ ପରିଶ୍ରମ ସହିତ ନିଷ୍ଠା ରହିଲେ ଯେକେହି ମଧ୍ୟ ସଫଳତା ପାଇପାରିବ ବୋଲି କହିଛନ୍ତି ଭବିଷ୍ୟତରେ ଭାରତୀୟ ଇଂଜିନିୟରିଂ ସେବାରେ ଯୋଗଦେବା ପାଇଁ ଲକ୍ଷ ରଖିଥିବା ଏହି କୃତୀ ଛାତ୍ର ଜଣକ।ଅରିଜିତ ଗାଁ ବିଦ୍ୟାଳୟ ରୁ ପାଠପଢ଼ା ଶେଷ କରିବା ପରେ ଗତବର୍ଷ କେନ୍ଦ୍ରାପଡ଼ା ସରକାରୀ ବୈଷୟିକ ମହାବିଦ୍ୟାଳୟ ରୁ ତାଙ୍କର ଡିଗ୍ରୀ ଶେଷ କରିଛନ୍ତି।
Byte1-ଅରିଜିତ ରାଉତ(ଛାତ୍ର)Body:ସମ୍ବର୍ଦ୍ଧନାConclusion:ସମ୍ବର୍ଦ୍ଧନା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.