ETV Bharat / state

Hit And Drag: ବାଇକକୁ ୪୦୦ ମିଟର ଘୋଷାଡି ନେଲା କାର, ଜଣେ ମୃତ - କେନ୍ଦ୍ରାପଡା ହିଟ୍ ଆଣ୍ଡ ଡ୍ରାଗ ମାମଲା

ବାଇକକୁ ଧକ୍କା ଦେଲା ପରେ ୪୦୦ ମିଟର ଘୋଷାଡି ନେଲା କାର୍ । ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର । ଅଧିକ ପଢନ୍ତୁ

ବାଇକକୁ ୪୦୦ ମିଟର ଘୋଷାଡି ନେଲା କାର
ବାଇକକୁ ୪୦୦ ମିଟର ଘୋଷାଡି ନେଲା କାର
author img

By

Published : May 30, 2023, 11:29 AM IST

ବାଇକକୁ ୪୦୦ ମିଟର ଘୋଷାଡି ନେଲା କାର

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ହିଟ୍ ଆଣ୍ଡ ଡ୍ରାଗ୍‌ ମାମଲା । ବାଇକକୁ ଧକ୍କା ଦେବା ପରେ ୪୦୦ ମିଟର ଘୋଷାଡି ନେଲା କାର୍ । ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ସୋମବାର ରାତିରେ କେନ୍ଦ୍ରାପଡା ଜିଲ୍ଲା ବଳଦେବଜୀଉ ରଥଦାଣ୍ଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସଦର ଥାନା ଅନ୍ତର୍ଗତ ବିରସ୍ବତ ଗାଁର ଜଗନ୍ନାଥ ବିଶ୍ବାଳ ଓ ନିରଞ୍ଜନ ଜେନା ପ୍ରତିଦିନ ଭଳି ଗତ ରାତିରେ ପ୍ରଭୁ ବଳଦେବଜୀଉଙ୍କ ବଡ଼ସିଂହାର ବେଶ ଦେଖିବାକୁ ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଛି ।

ଯାହା ସୂଚନା ମିଳିଛି, ଅଭିଯୁକ୍ତ କାର ଚାଳକ କେନ୍ଦ୍ରାପଡା ଟାଉନ ଥାନା ଅଧିନ ସୁନାଇଲୋ ଗାଁର ଜିତୁ ଦାସ । ସେ ବାଇକକୁ ଧକ୍କା ଦେବା ପରେ ଉଭୟ ଜଗନ୍ନାଥ ଓ ନିରଞ୍ଜନ ତଳେ ପଡିଯାଇଥିଲେ । ଦୁର୍ଘଟଣା ଘଟାଇବା ପରେ କାର୍ ଚାଳକ ସେମାନଙ୍କୁ ଉଦ୍ଧାର କରିବା ବଦଳରେ ବାଇକକୁ ୪୦୦ ମିଟର ଯାଏଁ ଘୋଷାଡି ନେଇ ଫେରାର୍ ହୋଇଯିବାକୁ ଉଦ୍ୟମ କରିଥିଲା । ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ଧରିବାକୁ ପଛରେ ଗୋଡାଇ ଥିଲେ । ଏତିକି ବେଳେ କେନ୍ଦ୍ରାପଡ଼ା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକ ବାଲି ଅନଲୋଡ଼ କରୁଥିବା କାରଣରୁ କାରଟି ଅଟକି ଯାଇଥିଲା । ଏହାପରେ ଲୋକେ କାର୍ ଭିତରୁ ଜିତୁଙ୍କୁ ଟାଣି ଆଣି ନିସ୍ତୁକ ମାଡ଼ ଦେଇଥିଲେ ।

ଖବର ପାଇ ବଳଦେବଜୀଉ ମନ୍ଦିର ଫାଣ୍ଡି ହାବିଲଦାର ମହେନ୍ଦ୍ର ବେହେରା ଓ ପୋଲିସ ଟିମ୍ ଉତ୍ୟକ୍ତ ଲୋକଙ୍କ କବଳରୁ ଜିତୁକୁ ଉଦ୍ଧାର କରି ମନ୍ଦିର ଫାଣ୍ଡିରେ ଅଟକ ରଖିଥିଲେ । ସେପଟେ ଅଭିଯୁକ୍ତକୁ ଫାଣ୍ଡି ଭିତରୁ ବାହାରକୁ ଛାଡିବା ପାଇଁ ଲୋକେ ଅଡ଼ି ବସିଥିଲେ । ଏନେଇ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଣ୍ଡି ଘେରାଉ କରିଥିଲେ ।

ସୂଚନାଯୋଗ୍ୟ, ଜଗନ୍ନାଥ ବିଶ୍ବାଳ ପଟ୍ଟାମୁଣ୍ଡାଇ ବ୍ଲକ କୃଷି ବିଭାଗର ଜଣେ କର୍ମଚାରୀ ହୋଇଥିବା ବେଳେ ନିରଞ୍ଜନ ରାଜମିସ୍ତ୍ରୀ ଭାବେ କାମ କରନ୍ତି । ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଯାଉଥିବା ବେଳେ ବାଟରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ବିଳମ୍ବିତ ରାତି ଯାଏଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.