ETV Bharat / state

ବଳଦେବଜୀଉଙ୍କୁ ଲାଗି ହେଲା ୮୪ ବ୍ୟଞ୍ଜନ ଭୋଗ, ମା' ଲକ୍ଷ୍ମୀଙ୍କ ବାପଘରୁ ଆସିଥିଲା - ମକର ସଂକ୍ରାନ୍ତି 2024

Makar Sankranti puja at Baladev jew temple: ଆଜି କୃଷି ଭିତ୍ତିକ ପର୍ବ ପବିତ୍ର ମକର ସଂକ୍ରାନ୍ତି । ବଳଦେବଜୀଉଙ୍କ ନିକଟରେ ଲାଗି ହେଲା ମା' ଲକ୍ଷ୍ମୀ ବାପଘରୁ ଆଣିଥିବା ୮୪ ବ୍ୟଞ୍ଜନ । ଅଧିକ ପଢନ୍ତୁ

Makar Sankranti puja at Baladev jew temple

author img

By ETV Bharat Odisha Team

Published : Jan 15, 2024, 4:00 PM IST

Updated : Jan 15, 2024, 5:27 PM IST

ବଳଦେବଜୀଉଙ୍କୁ ଲାଗି ହେଲା ୮୪ ବ୍ୟଞ୍ଜନ ଭୋଗ, ମା' ଲକ୍ଷ୍ମୀଙ୍କ ବାପଘରୁ ଆସିଥିଲା

କେନ୍ଦ୍ରାପଡ଼ା: ଆଜି (ସୋମବାର) ଓଡ଼ିଆ ଚାଷୀ ଓ ଚଷା ପୁଅମାନଙ୍କର ପର୍ବ ପବିତ୍ର ମକର ସଂକ୍ରାନ୍ତି । ଏ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ବିଭିନ୍ନ ଧାର୍ମିକ ପୀଠରେ ବିଶେଷ ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ମକର ଭୋଗ ସାଙ୍ଗକୁ ମା' ଲକ୍ଷ୍ମୀ ବାପଘରୁ ଆଣିଥିବା ୮୪ ବ୍ୟଞ୍ଜନ ଭୋଗଲାଗି ହୋଇଛି । ସେପଟେ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଛି ।

କଣ ରହିଛି ପରମ୍ପରା:- ପରମ୍ପରା ଓ ବିଶ୍ବାସ ଅନୁଯାୟୀ ଆଜି ଦିନରେ ଅର୍ଥାତ ମକର ସଂକ୍ରାନ୍ତିରେ ନୂଆ ଚାଉଳ ସହ ଗୁଡ଼, କଦଳୀ, ଛେନା, କ୍ଷୀର ଓ ନଡ଼ିଆ କୃଷି ଏବଂ କୃଷକର ଦେବତା ମହାପ୍ରଭୁ ହଳ ଓ ଲଙ୍ଗଳଧାରୀଙ୍କ ନିକଟରେ ଲାଗି କଲେ ବର୍ଷ ସାରା ଚାଷୀର ଦୁଃଖ ଦୂର ହୋଇ ଭଲ ଫସଲ ହୋଇଥାଏ । ଏଥିରୁ ଚଷା ପୁଅ ବର୍ଷକ ଯାକର ରୋଜଗାର ପାଇଥାଏ । ଏହି ପ୍ରଥା ଓ ପରମ୍ପରାକୁ ବଜାୟ ରଖି ଆଜି ଜିଲ୍ଲାର ଅନ୍ୟୁନ ୧ ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ କେନ୍ଦ୍ରାପଡ଼ା ଇଚ୍ଛାପୁର ସ୍ଥିତ ବଳଦେବଜୀଉଙ୍କ ମନ୍ଦିରରେ ଭିଡ଼ ଲଗାଇଥିଲେ।

ଏହା ବି ପଢନ୍ତୁ- ଆଜି ପବିତ୍ର ମକର ସଂକ୍ରାନ୍ତି, ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଅନ୍ୟପଟେ ଆଜି ଦିନରେ ସୂର୍ଯ୍ୟଙ୍କ ମକର ରାଶିକୁ ଚଳନ ଓ ଉତ୍ତରାୟଣ ଗତି ଯୋଗୁଁ ଦିନ ବଡ଼ ହେଉଥିବାରୁ ଆଜି ଦିନରେ ନିଜ ଆରାଧ୍ୟଙ୍କ ଦର୍ଶନ କରି ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କ ଆରାଧନା କରି କୃତାର୍ଥ ହୋଇଥାନ୍ତି ଭକ୍ତ । ପୂର୍ବ ପୁରୁଷମାନଙ୍କ ମନୋକାମନା ପୂରଣ ଉଦ୍ଦେଶ୍ୟରେ ଆଜି ଦିନରେ ମଧ୍ୟ ଶ୍ରୀଜୀଉମାନଙ୍କର ଦର୍ଶନ କରନ୍ତି ଭକ୍ତ । ଗତକାଲି ବିଳମ୍ବିତ ରାତିରେ ଶ୍ରୀଜୀଉମାନେ ୫ଥର ବେଢ଼ା ପରିକ୍ରମା କରିବା ସହ ରାତିରେ ବଡ଼ସିଂହାର ବେଶ ପରେ ଆଜି ପ୍ରତ୍ୟୁଷରୁ ମଙ୍ଗଳ ଆଳତୀରେ ଦ୍ବାର ଖୋଲାଯିବା ପରେ ଦର୍ଶନ ଜାରି ରହିଛି । ମକର ବେଢ଼ା ପରିକ୍ରମା କଲେ ସାତ ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ବିଶ୍ବାସ ରହିଛି ।

ମା' ଲକ୍ଷ୍ମୀ ସାନ୍ତାଣୀଙ୍କ ବାପଘରୁ ଆସିଛି 84 ବ୍ୟଞ୍ଜନ:- ମକର ସଂକ୍ରାନ୍ତିର ଅନ୍ୟ ଏକ ପରମ୍ପରା ହେଉଛି ମହାଲକ୍ଷ୍ମୀ ପୌଷ ମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ମାସନ୍ତ ଦିନ ଶ୍ରୀମନ୍ଦିର ଫେରିଥାନ୍ତି । ଝିଅ ବାପଘରୁ ଫେରିବା ସମୟରେ ଯେପରି ଶାଶୁଘରକୁ କିଛି ନା କିଛି ସାମଗ୍ରୀ ଧରି ଆସିଥାଏ ଠିକ ସେହିପରି ମା'ଲକ୍ଷ୍ମୀ ସାନ୍ତାଣୀ ବାପଘରୁ ଫେରିବା ସମୟରେ ୮୪ ପ୍ରକାର ଖାଦ୍ୟପେୟ ଆଣିଥିବା ବେଳେ ଏହି ବ୍ୟଞ୍ଜନକୁ ପ୍ରଭୁ ବଳଦେବ ଓ ଶ୍ରୀଜଗନ୍ନାଥଙ୍କ ନିକଟରେ ପରଶି ଦେଇଥାନ୍ତି। ସେଥିପାଇଁ ଆଜି ଭୋର ସମୟରୁ ମନ୍ଦିରରେ ସ୍ବତନ୍ତ୍ର ନୀତି କରାଯାଇ ଅପରାହ୍ନରେ ମକର ବେଢ଼ା ବୁଲାଯିବା ପରେ ଚାରୋଟି ପଡାର ମୁରବୀମାନଙ୍କୁ ବସାଯାଇ ରୂପାଥାଳିରେ ଏହି ବ୍ୟଞ୍ଜନମାନ ବଣ୍ଟା ଯାଇଥାଏ।

ଏହା ବି ପଢନ୍ତୁ- ମକର ସଂକ୍ରାନ୍ତି: ଗୋଟିଏ ପର୍ବ, ନାଁ ଅନେକ

ବିମୋହିତ ଶ୍ରଦ୍ଧାଳୁ:- ଚଳିତବର୍ଷ ଚର୍ମ ଚକ୍ଷୁରେ ଈଶ୍ବର ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଝାଞ୍ଜ, ମୃଦଙ୍ଗ ଆଉ କୀର୍ତ୍ତନ ସ୍ବରରେ ଭକ୍ତ ବଡ଼ବାଡ଼ ମଣିମା ମଣିବିଗ୍ରହଙ୍କ ଶରଣାପନ୍ନ ହୋଇଥିଲେ । ବିଶେଷତଃ ଆଜି ନବାଙ୍କ ପରିକ୍ରମା ଶେଷ ହେଉଥିବାରୁ ଏହାକୁ ଦେଖିବା ଲାଗି ଦିନ ତମାମ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି । ଅନ୍ୟପଟେ ଭିଡର ସୁଯୋଗ ନେଇ ଦୁର୍ବୃତ୍ତମାନେ ଲୁଟପାଟ କରୁଥିବା ଓ ପୋଲିସ ମନ୍ଦିରରେ ନିଷ୍କ୍ରିୟ ହୋଇଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଗୋଟିଏ ପଟେ ମହାପ୍ରଭୁ ବଳଦେବଜୀଉଙ୍କ ଶ୍ରବଣା ନକ୍ଷତ୍ରର ମକର ରାଶିରେ ଆଜି ସୂର୍ଯ୍ୟଙ୍କ ଆଗମନ ଅନ୍ୟପଟେ ଉପକୂଳ ଓଡ଼ିଶାର "ନୂଆଖାଇ" ଅର୍ଥାତ ମକର ସଂକ୍ରାନ୍ତି ପାଇଁ ତୁଳସୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ମା' ଲକ୍ଷ୍ମୀ ସାନ୍ତାଣୀଙ୍କ ୮୪ ପ୍ରକାର ବ୍ୟଞ୍ଜନ ପାଇବାକୁ ଭକ୍ତ ବ୍ୟାକୁଳ ହୋଇ ପଡିଛନ୍ତି । ଆଗକୁ କୋଭିଡ ସଂକ୍ରମଣର ସମ୍ଭାବନା ଥିବାରୁ ଦୀର୍ଘ ଦୁଇ ବର୍ଷ ଧରି ଭକ୍ତ ଓ ଭଗବାନ ଯେପରି ଅଲଗା ଥିଲେ ସେଭଳି ପରିସ୍ଥିତି ନଉପୁଜୁ ସେନେଇ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jan 15, 2024, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.