ETV Bharat / state

ପୋଲିସର ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ, ଏସପିଙ୍କ କାର୍ଯ୍ୟାଳୟ ଘେରାଉ

ନିଷ୍କ୍ରିୟ ସାଜିଛି ଜିଲ୍ଲା ପୋଲିସ । କୌଣସି ଘଟଣାରେ ଏତଲା ଦିଆଗଲେ ମଧ୍ୟ ସମୟାନୁଯାୟୀ ଉଚିତ ପଦକ୍ଷେପ ନ ନେବାରୁ ଅନେକ ସମୟରେ ‘‘ଝିମିଟି ଖେଳରୁ ମହାଭାରତ’’ ପରି ହେଉଛି ଅବସ୍ଥା । ଏନେଇ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ଫଳ ଶୂନ । ଅଧିକ ପଢନ୍ତୁ...

ପୋଲିସର ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ, ଏସପିଙ୍କ କାର୍ଯ୍ୟାଳୟ ଘେରାଉ
ପୋଲିସର ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ, ଏସପିଙ୍କ କାର୍ଯ୍ୟାଳୟ ଘେରାଉ
author img

By

Published : Apr 3, 2021, 3:52 PM IST

କେନ୍ଦ୍ରାପଡା : ଜିଲ୍ଲାରେ ଦିନକୁ ଦିନ ପୋଲିସ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ କମିବାରେ ଲାଗିଛି । ଜମ୍ବୁରୁ କନିକା ହେଉ ଅବା ପଟ୍ଟାମୁଣ୍ଡାଇରୁ ପାଟକୁରା ସବୁଆଡେ ଅଧିକାରୀଙ୍କ ନାଁରେ ପୁଳାପୁଳା ଅଭିଯୋଗ । ତେବେ ପାଟକୁରା ପୋଲିସର ନିଷ୍କ୍ରିୟତା ପାଇଁ କିପରି ଜଣେ ବ୍ୟକ୍ତିଙ୍କ ଜୀବନ ଗଲା ଓ ଏହାକୁ ନେଇ କିପରି ରହିଛି ପୋଲିସ ପାଇଁ ମୁଣ୍ଡବିନ୍ଧା ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣାରୁ ।

ପୋଲିସର ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ, ଏସପିଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା ପାଟକୁରା ଥାନା ବଚ୍ଛରାଇ ଗ୍ରାମର ରମାକାନ୍ତ ନାୟକ ଗତ ୨୪ତାରିଖ ଦିନ ପଡୋଶୀଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣ ଶିକାର ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆକ୍ରମଣ ପରେ ସେହିଦିନ ରମାକାନ୍ତଙ୍କ ପରିବାର ପକ୍ଷରୁ ପାଟକୁରା ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଥିଲେ ମଧ୍ୟ ପୋଲିସ କେବଳ କେଶ ରେଜିଷ୍ଟ୍ରି କରି ଚୁପ ବସିଛି । ତେବେ ଗତକାଲି ରମାକାନ୍ତଙ୍କ ମୃତ୍ୟୁ ହେବା ପରେ ପୋଲିସ ଘଟଣାରେ ସଂପୃକ୍ତ ଜଣେ ହତ୍ୟାକାରୀକୁ ଗିରଫ କରିଥିବାବେଳେ ଅନ୍ୟମାନେ ଖୁଲମଖୁଲା ବୁଲୁଥିବା ଓ ସେମାନଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଓ ଗାଁଲୋକେ।

ପ୍ରଥମେ ଜମିବାଡ଼ି ବିବାଦରୁ ଆରମ୍ଭ ହୋଇଥିବା ଏହି କଳହ ହତ୍ୟାର ରୂପ ନେବା ପାଇଁ ମୁଖ୍ୟତଃ ପୋଲିସକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପକ୍ଷରେ ରମାକାନ୍ତଙ୍କ ପୁତୁରା ସୁଧାଂଶୁ ଜଣେ ସୂଚନାଧିକାର କର୍ମୀ ହୋଇଥିବା ବେଳେ ଆକ୍ରମଣକାରୀଙ୍କ ପରିବାରରୁ ଜଣେ ମହିଳା ଜାଲ ସାର୍ଟିଫିକେଟ ପ୍ରଦାନ କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଖୁଲାସା କରିଥିଲେ । ଏଥିରେ ଉତକ୍ଷିପ୍ତ ଓ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟିଥାଇପାରେ ବୋଲି ଅଭିଯୋଗ ମଧ୍ୟ ହୋଇଛି । ଜଣଙ୍କୁ ଗିରଫ କରିବା ପରେ ପାଟକୁରା ପୋଲିସ ସାକ୍ଷୀ ମିଳିଲେ ଅନ୍ୟମାନଙ୍କୁ ଗିରଫ କରିବେ ବୋଲି କହିଛନ୍ତି ଏସଡିପିଓ । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର 5T ଶାସନ ଅନୁଯାୟୀ ରାଜ୍ୟର ଜନସାଧାରଣଙ୍କୁ ସୁରକ୍ଷା ଦେବାକଥା କହୁଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ବାସ୍ତବିକତା ବେଶ ନୈରାଶ୍ୟଜନକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.