ETV Bharat / state

ତଳି ରୋଇବାକୁ ଯାଇ ବଜ୍ରାଘାତରେ ଯୁବକ ମୃତ

author img

By ETV Bharat Odisha Team

Published : Sep 3, 2023, 8:41 PM IST

ବଜ୍ରାଘାତରେ ବାପା ଆଗରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ବିଲକୁ ତଳି ରୋଇବାକୁ ଯାଇଥିବା ବେଳେ ଯୁବକ ମୃତ । ଅଧିକ ପଢ଼ନ୍ତୁ

ବଜ୍ରାଘାତରେ ଯୁବକ ମୃତ
ବଜ୍ରାଘାତରେ ଯୁବକ ମୃତ
ବଜ୍ରାଘାତରେ ଯୁବକ ମୃତ

କେନ୍ଦ୍ରାପଡା: ମୃତ୍ୟୁ ସାଜି ଆସିଲା ବଜ୍ରପାତ । ଅକାଳରେ ଟଳି ପଡିଲା ନିରୀହ ଜୀବନ । ବଜ୍ରାଘାତରେ ବାପା ଆଗରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଂସାର ଗାଁରେ । ମୃତକ ହେଲେ 35 ବର୍ଷର ଚାଷୀ ପ୍ରତାପ ରଣା ।

ସୂଚନା ଅନୁସାରେ, କେନ୍ଦ୍ରାପଡା଼ ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମର ବାପା ରଘୁନାଥ ରଣା ଓ ପୁଅ ପ୍ରତାପ ରଣା ଦୁହେଁ କ୍ଷେତରେ ଧାନ ତଳି ରୋଇବା ପାଇଁ ବିଲକୁ ଯାଇଥିଲେ । ତେବେ ତଳି ରୋଇବା ସମୟରେ ହଠାତ୍ କଳାହାଣ୍ଡିଆ ମେଘ ମାଡ଼ି ଆସିଥିଲା । ମେଘ ସହ ପ୍ରବଳ ଘଡ଼ଘଡ଼ି ମଧ୍ୟ ହୋଇଥିଲା । ଏହି ସମୟରେ ପ୍ରତାପ ବଜ୍ରାଘାତର ଶିକାର ହୋଇଥିଲେ । ସେ ସଙ୍ଗେସଙ୍ଗେ ବିଲରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ପ୍ରତାପଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ବାପା ଡାକ ପକାଇଥିଲେ । ତେବେ ଡାକ ଶୁଣି ବିଲ ଆଖପାଖରେ ଥିବା ଚାଷୀମାନେ ସଙ୍ଗେସଙ୍ଗେ ଆସି ପ୍ରତାପକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ହେଲେ ଡାକ୍ତର ସେଠାରେ ପ୍ରତାପକୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବଜ୍ରାଘାତରେ ୧୦ ମୃତ, ୩ ଆହତ

ଅନ୍ୟପକ୍ଷରେ ପ୍ରତାପଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସଟଷ୍ଟି ହୋଇଛି । ତେବେ ସ୍ଥାନୀୟ ରାଜନେତାମାନେ ପରିବାର ଲୋକଙ୍କୁ ସାନ୍ତ୍ୱନା ଜଣାଇଛନ୍ତି । ଏହି ଖବର ପାଇଁ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ପୂର୍ବତନ ବିଧାୟକ କିଶୋର ତରାଇ ଡାକ୍ତରଖାନରେ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କ ସାନ୍ତ୍ୱନା ଦେଇଛନ୍ତି ।

ପ୍ରକାଶ ଥାଉକି, ଗତକାଲି ଗୋଟିଏ ଦିନରେ ରାଜ୍ୟର ବଭିନ୍ନ ସ୍ଥାନରେ ବଜ୍ରପାତରେ 10 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 3 ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରରେ 2 ଜଣ, ଅନୁଗୋଳ, ବୌଦ୍ଧ, ଜଗତସିଂହପୁର, ଢ଼େଙ୍କାନାଳ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ତେବେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଅଚାନକ ଘଡ଼ଘଡି଼ ବର୍ଷା ଓ ବିଜୁଳି ସଭିଙ୍କୁ ଡରାଉଛି ।

ସେହିପରି ଗତକାଲି ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ଅନ୍ତର୍ଗତ ରାଉତବାହାଲ ଗ୍ରାମର ଦୁଇ ସ୍ବାମୀ-ସ୍ତ୍ରୀ ନିଜ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ହଠାତ ବଜ୍ରପାତ ହେଇଥିଲା । ବଜ୍ରାପାତ ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ତେବେ ସଠିକ ସମୟରେ ଆମ୍ବୁଲାନ୍ସ ସେବା ନମିଳିବାରୁ ଗ୍ରାମବାସୀ ଗୁରୁତର ମହିଳାଙ୍କୁ ଏକ ଅଟୋ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.