ETV Bharat / state

ଫିକା ପଡିଲା ଦେବସ୍ନାନ ପୂର୍ଣ୍ଣିମା, ଭକ୍ତଙ୍କ ଦର୍ଶନ ବିନା ସ୍ନାନ କଲେ ଭଗବାନ

author img

By

Published : Jun 5, 2020, 6:42 PM IST

ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତ ନୀତିକାନ୍ତି ଭୋରରୁ ଆରମ୍ଭ ହୋଇଥିବା ବେଳେ ସକାଳ 6ଟାରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସେବକପଣ୍ଡାମାନେ ଧାଡିପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ। ଅଧିକ ପଢନ୍ତୁ..

ଫିକା ପଡିଲା ଦେବ ସ୍ନାନ ପୂର୍ଣ୍ଣିମା, ଭକ୍ତ ଦର୍ଶନ ବିନା ସ୍ନାନ କଲେ ଭଗବାନ

କେନ୍ଦ୍ରାପଡା: ଭକ୍ତର ଦର୍ଶନ ବିନା ସ୍ନାନ କଲେ ଭଗବାନ । ଶୁକ୍ରବାର ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ବଳଦେବଜୀୟୁଙ୍କର ସ୍ୱତନ୍ତ୍ର ପୂଜାବିଧି କରାଯାଉଛି । ଅନ୍ୟପକ୍ଷରେ ମନ୍ଦିର ପରିସରରେ 144 ଧାରା ଜାରି କରାଯାଇଥିବାରୁ ଭକ୍ତମାନେ ଦୂରରୁ ମୁଣ୍ଡିଆ ମାରି ଫେରି ଯାଇଛନ୍ତି ।

ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତ ନୀତିକାନ୍ତି ଭୋରରୁ ଆରମ୍ଭ ହୋଇଥିବା ବେଳେ ସକାଳ 6ଟାରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସେବକପଣ୍ଡାମାନେ ଧାଡିପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ। ପରେ ଜୟମଙ୍ଗଳା ଆରତୀ, ନୀତି ସ୍ନାନ,ବଲ୍ଲଭ ଭୋଗ , ମଙ୍ଗଳାର୍ପଣ କରାଯାଇଥିଲା ।

ଏହାପରେ ସ୍ନାନମଣ୍ଡପରେ ଶ୍ରୀଜୀୟୁଙ୍କୁ 108 କଳସିରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା । ଶ୍ରୀକ୍ଷେତ୍ରରେ ଶ୍ରୀଜୀୟୁମାନଙ୍କ 108 କଳସୀରେ ମୁଣ୍ଡ ଉପରେ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ଶ୍ରୀଜୀୟୁମାନଙ୍କ ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇଥାନ୍ତି ସେବକମାନେ। ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀୟୁମାନେ ଗଜବଦନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତିରେ ଶ୍ରୀଜିୟୁମାନଙ୍କୁ ଧାଡି ପହୁଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଛି ।

ତୁଳସୀକ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୂଳ ହୋଇ 14ଟି ଚକ 7ଟି ଅଖରେ ଯୋଚା ଯାଇଥାଏ । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହୋଇ ରଥ କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ । ଆଉ ସ୍ନାନ ମଣ୍ଡପରେ ଶ୍ରୀବଳଦେବଜିୟୁ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି । ଶୁକ୍ରବାର ଠାରୁ ଶ୍ରୀ ଜିୟୁମାନେ ମହାସ୍ନାନ କରି ଜ୍ବରରେ ପିଡୀତ ହୋଇ ଅଣସର ଘରେ ଚିକିତ୍ସା ହେବେ ।

ଆସନ୍ତା 21 ତାରିଖରେ ନବଯୌବନ ପରେ ମାଉସୀ ଘରକୁ ରଥଯାତ୍ରା କରି ଭକ୍ତମାନଙ୍କୁ ଆଶିର୍ବାଦ ପ୍ରଦାନ କରିବେ ଶ୍ରୀଜିୟୁ । ତେବେ କୋରୋନା ମହାମାରୀ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିଥିବାରୁ ରଥଯାତ୍ରାରେ ଭକ୍ତମାନେ କିପରି ରଥ ଟାଣିବେ ସେନେଇ ଆଶା ଓ ଆଶଙ୍କାରେ ଭକ୍ତମଣ୍ଡଳୀ।

ମହାମାରୀ ସମୟରେ ସ୍ନାନ ପୂର୍ଣ୍ଣିମା ଓ ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଶ୍ରୀଜୀଉଙ୍କୁ କେବେ ଆଖି ପୁରାଇ ଭକ୍ତ ଦର୍ଶନ କରିବ ସେଦିନକୁ ଚାହିଁ ରହିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.