ETV Bharat / state

ଚୁଲିକୁ ଗଲା ଗ୍ରାମାଞ୍ଚଳରେ ସହରୀ ସୁବିଧା ! ସ୍ମାର୍ଟ ପାର୍କ କରି ଭୁଲିଗଲା ପ୍ରଶାସନ, ପାର୍କରେ ଚାଷ ହେଉଛି ବିରି ମୁଗ - ପରିତ୍ୟକ୍ତ ଅବସ୍ଥାରେ ପାର୍କ

Smart park in abandoned condition: ପରିତ୍ୟକ୍ତ ଅବସ୍ଥାରେ କେନ୍ଦ୍ରାପଡା ରାଜକନିକା ବ୍ଲକର ନହୁଣୀ ପଞ୍ଚାୟତ ଗାଁମୁଣ୍ଡରେ ନିର୍ମାଣ ହୋଇଥିଲା ସ୍ମାର୍ଟ ପାର୍କ । ପାର୍କରେ ଚାଷ ହେଉଛି ବିରି ମୁଗ । ଅଧିକ ପଢନ୍ତୁ

smart park in abandoned condition
smart park in abandoned condition
author img

By ETV Bharat Odisha Team

Published : Dec 30, 2023, 5:29 PM IST

smart park in abandoned condition

କେନ୍ଦ୍ରାପଡା: ଗାଁ ହେବ ସହର । ସହରୀ ସୁବିଧା ପାଇବେ ଗ୍ରାମବାସୀ। ଏହି ଲକ୍ଷରେ କେନ୍ଦ୍ରାପଡା ରାଜକନିକା ବ୍ଲକର ନହୁଣୀ ପଞ୍ଚାୟତ ଗାଁମୁଣ୍ଡରେ ନିର୍ମାଣ ହୋଇଥିଲା ସ୍ମାର୍ଟ ପାର୍କ । ଆମୋଦ ପ୍ରମୋଦ ପାଇଁ ତିଆରି ହୋଇଥିବା ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। କେଉଁଠି ଖେଳ ଉପକରଣ ସହ ଚେୟାର ଟେବୁଲ୍ ଭାଙ୍ଗି ଯାଇଛି ତ କେଉଁଠି ଏହି ଆମୋଦ ଉଦ୍ୟାନ ଚାଷଜମି ପାଲଟି ଯାଇଛି ।

ଗ୍ରାମାଞ୍ଚଳର ଶୋଭାବର୍ଦ୍ଧନ ସହିତ ଶିଶୁମାନଙ୍କ ଆମୋଦପ୍ରମୋଦ ଲକ୍ଷ୍ୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦରେ ଏହି ପାର୍କ ନିର୍ମାଣ ହୋଇଥିଲା । ହେଲେ ପାର୍କ ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ପଡି ରହିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଲକ୍ଷ ଲକ୍ଷ ଟଙ୍କାକୁ ବ୍ୟକ୍ତିଗତ ଭାବେ ଲାଭ ଉଠାଉଛନ୍ତି ଲାଭଖୋର ଲୋକ । ବାହାରେ ସବୁବେଳେ ତାଲା ଝୁଲୁଥିବା ବେଳେ ଭିତରେ କିନ୍ତୁ ବିରି ଚାଷ ହେଉଛି। ଏଥିସହିତ ଆମୋଦ ପ୍ରମୋଦ ନିମନ୍ତେ ଲଗା ଯାଇଥିବା ଖେଳ ସାମଗ୍ରୀ ଗୁଡିକ ମଧ୍ୟ ଅକାମୀ ହୋଇ ପଡି ରହିଛି। ସେହିପରି ଲଗା ଯାଇଥିବା ବିଭିନ୍ନ ଗଛ ଗୁଡ଼ିକର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି ।

ତେବେ ପାର୍କ ନିର୍ମାଣର କିଛି ଦିନ ନ ଯାଉଣୁ ତାହା ରକ୍ଷଣା ବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ପଡ଼ିଛି। "ଗ୍ରାମାଞ୍ଚଳରେ ସହରୀ ସୁବିଧା" ଉପଲବ୍ଧ କରାଇବା ପାଇଁ ସରକାରଙ୍କ ଏହି ବହୁମୁଖୀ "ଆମ ଗାଁ ଉଦ୍ୟାନ ବା ସ୍ମାର୍ଟ ପାର୍କ"ର ପରିକଳ୍ପନା ସୂଦୁରପ୍ରସାରୀ ହୋଇ ଏଥିରେ ଅନ୍ୟୂନ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଲକ୍ଷ୍ୟ ଥିଲା ଗାଁଲୋକେ ଅବସର ଚିତ୍ତଵିନୋଦନ ପାଇଁ ସକାଳ ସଞ୍ଜରେ ଏହି ଉଦ୍ୟାନରେ ବୁଲି ସମୟ ନିର୍ବାହ କରିବେ। ଏମିତିକି ଗାଁର ଛୋଟ ଛୋଟ ପିଲାମାନେ ବି ବହୁ ଆଧୁନିକ ଖେଳ ଉପକରଣର ମଜା ନେଇପାରିବେ।

ଏହା ମଧ୍ୟ ପଢନ୍ତୁ- ପରିତ୍ୟକ୍ତ ଅବସ୍ଥାରେ ପାର୍କ, ରକ୍ଷଣାବେକ୍ଷଣରେ ଅବହେଳା କରୁଛି ପ୍ରଶାସନ

ଏଥିପାଇଁ ପାର୍କ ଭିତରେ ସୁନ୍ଦର ଫୁଲଗଛ,ପାଦଚଲା ରାସ୍ତା,ସବୁଜ ଘାସ ଗାଲିଚା,ସିମେଣ୍ଟ ବେଞ୍ଚ,ଆଲୋକିକରଣ,ପାଣିର ବ୍ୟବସ୍ଥା,ଶୌଚାଳୟ ଆଦି କରାଯାଇଥିଲା। ହେଲେ ଏବେ କିନ୍ତୁ ଏଗୁଡିକ ରକ୍ଷଣାବେକ୍ଷଣଅଭାବ ସହିତ ନିମ୍ନମାନର କାମ ଯୋଗୁଁ ସ୍ମାର୍ଟ ପାର୍କ ଏବେ ଭାଙ୍ଗି ରୁଜିଗଲାଣି ବୋଲି ଅଭିଯୋଗ ହେଉଛି। ଉଦ୍ୟାନ ଗୁଡିକ ବ୍ୟବହାର ଉପଯୋଗୀ ନ ହୋଇ ତାଲାବନ୍ଦ ହୋଇ ରହିଛି ଆଉ ଏହି ଆମୋଦ ଉଦ୍ୟାନ ଚାଷଜମି ପାଲଟି ଯାଇଛି। ଏଥିଯୋଗୁଁ କେହି ଆଉ ଉଦ୍ୟାନ ଆଡେ ଆସୁ ନ ଥିବାର ଜଣା ପଡ଼ିଛି। ତେଣୁ ତୁରନ୍ତ ଏହି ଗାଁ ଉଦ୍ୟାନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.