ETV Bharat / state

ପୋଖରୀରେ ମାଛ ଚାଷ ବିବାଦ: ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିଲେ SHG ଗ୍ରୁପ - କେନ୍ଦ୍ରାପଡା ଖବର

କେନ୍ଦ୍ରାପଡା ରାଜନଗର ବ୍ଲକରେ ସରକାରୀ ସ୍ତରରେ ମନୋନୀତ ହୋଇ ମାଛ ଚାଷ କରି ଦୁର୍ଦ୍ଦିନର ସମ୍ମୁଖୀନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଅଧିକ ପଢନ୍ତୁ...

ଟଙ୍କା ନେଇ ଦଖଲ ଦେଲେନି,୫୦ହଜାର ଟଙ୍କା କ୍ଷତିରେ ଏସଏଚଜି ଗୋଷ୍ଠୀ

author img

By

Published : Oct 20, 2020, 5:01 PM IST

କେନ୍ଦ୍ରାପଡା: ଟଙ୍କା ନେଇ ଦଖଲ ଦେଲେନି । ଏସଏଚଜି ଗୋଷ୍ଠୀର ୫୦ ହଜାର ଟଙ୍କା କ୍ଷତି । ସରକାରୀ ସ୍ତରରେ ମନୋନୀତ ହୋଇ ମାଛ ଚାଷ କରି ଦୁର୍ଦ୍ଦିନର ସମ୍ମୁଖୀନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।

କେନ୍ଦ୍ରାପଡା ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ଦାରୁଓରା ଗ୍ରାମର ମା'ଶୂନ୍ୟବାସୀ ସ୍ବୟଂ ସହାୟକ ଗୋଷ୍ଠୀର ୨୦ଜଣ ସଦସ୍ୟା ଗତବର୍ଷ ଗାଁର ଏକ ଗଡ଼ିଆକୁ ୧୦ ହଜାର ଟଙ୍କା ବ୍ୟୟରେ ୩ ବର୍ଷ ପାଇଁ ନିଲାମ ନେଇଥିଲେ । ପ୍ରାଥମିକ ଭାବେ ବିଭିନ୍ନ ଗଣ୍ଡଗୋଳ ପରେ ସ୍ଥିତି ସୁଧୁରିବାରୁ ମହିଳାମାନେ ଗ୍ରୁପରୁ ୫୦ ହଜାର ଟଙ୍କା ଉଠାଇ ଉକ୍ତ ଗଡ଼ିଆରେ ମାଛ ଯାଆଁଳ ଛାଡିଥିଲେ ।

ଟଙ୍କା ନେଇ ଦଖଲ ଦେଲେନି,୫୦ହଜାର ଟଙ୍କା କ୍ଷତିରେ ଏସଏଚଜି ଗୋଷ୍ଠୀ

ତେବେ ଗାଁର କିଛି ଦୁର୍ବୃତ୍ତ ଉକ୍ତ ଗଡ଼ିଆରେ ବିଷ ପକାଇବା ଯୋଗୁଁ ଯାଆଁଳ ଗୁଡିକ ମରିଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ରାଜନଗର ଥାନାରେ ମହିଳାମାନଙ୍କ ଦ୍ବାରା ଲିଖିତ ଏତଲା ଦିଆଯିବା ପରେ ଦୁର୍ବୃତ୍ତ ମାନେ ଧମକ ଚମକ ଦେଇଥିଲେ।

ପୋଲିସ ଅଧିକାରୀ ମାନଙ୍କୁ ଜଣାଇ ନିରାଶ ହେବାପରେ ମଙ୍ଗଳବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟଭିକ୍ଷା କରିଛନ୍ତି ମହିଳାମାନେ। ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ କେହି ସେମାନଙ୍କ କଥା ଶୁଣୁନଥିବାରୁ ବାଧ୍ୟହୋଇ ସେମାନେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.