ETV Bharat / state

କେନ୍ଦ୍ରାପଡାରେ ସେବା ମାସ ଆରମ୍ଭ କଲା ବିଜେଡି - Kendrapada latest news

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୨ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସାମାଜିକ ମଙ୍ଗଳ କାମ କରାଯିବ । ଅଧିକ ପଢନ୍ତୁ...

seva month started by kendrapara
ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ସେବା ମାସ ପାଳନ
author img

By

Published : Oct 3, 2021, 3:56 PM IST

କେନ୍ଦ୍ରାପଡା: ଆରମ୍ଭ ହେଲା ବିଜୁ ଯୁବ ଜନତା ଦଳର ସେବା ମାସ ପାଳନ। ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସେବା ମାସ ପାଳନ କରାଯାଉଛି।

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ସେବା ମାସ ପାଳନ

କେନ୍ଦ୍ରାପଡ଼ା ବିଜୁ ଯୁବ ଜନତା ଦଳ ପକ୍ଷରୁ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫେଇ କରାଯିବା ସହ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇଛି। ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେଶ ଦାସଙ୍କ ନେତୃତ୍ବରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଉପସ୍ଥିତ ରହି ନିଜେ ସ୍ବଚ୍ଛ ରହିବା ସହ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଗାନ୍ଧିଜୀ ଦେଇଥିବା ବାର୍ତ୍ତାର ବ୍ୟାଖ୍ୟା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଯୁବ ଓ ଛାତ୍ର ଜନତା ଦଳ କର୍ମୀ ଯୋଗ ଦେଇଥିବା ବେଳେ କୋଭିଡ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା। ଏକ ମାସ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରକ୍ତଦାନ, ବୃକ୍ଷରୋପଣ, ଅସହାୟକୁ ସାହାଯ୍ୟ କରାଯିବ ବୋଲି କେନ୍ଦ୍ରାପଡା ଯୁବ ଜନତା ଦଳ ସଭାପତି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.