କେନ୍ଦ୍ରାପଡା: ରାଜନଗର ରାଜନୀତିରେ ହଟଚମଟ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ସରପଞ୍ଚ ବାଲ୍ମୀକି ସେଠୀ ଦଳରୁ ନିଲମ୍ବିତ। ଦଳବିରୋଧୀ କାର୍ଯ୍ୟ ସହିତ ଦୁର୍ନୀତିରେ ଲିପ୍ତ ରହୁଥିବା ନେଇ ଅଭିଯୋଗ ପରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।
ଅନେକ ଦୁର୍ନୀତିରେ ଲିପ୍ତଥିବା ନେଇ ଲୋକମାନେ ବ୍ରାହ୍ମଣସାହି ସରପଞ୍ଚଙ୍କ ନାମରେ ଅଭିଯୋଗ କରି ଆସୁଥିଲେ। ତେବେ ପଞ୍ଚାୟତ ସଭାପତି ରବୀନ୍ଦ୍ର ପଢିହାରୀଙ୍କ ଅବଗତି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି।
ସୂଚନାନୁଯାୟୀ, ବାଲ୍ମିକ ଦଳ ବିରୋଧି କାମ କରିବା ସହିତ ଆବାସ ଯୋଜନା ପାଇଁ ହିତାଧିକାରୀଙ୍କୁ ଅର୍ଥ ମାଗିବା, ପଞ୍ଚାୟତରେ CFS, SFC ଯୋଜନା କାର୍ଯ୍ୟରେ ଘୋଟାଲା କରିବା, MGNRGES କାର୍ଯ୍ୟରେ ମେସିନ(ଜେସିବି) ଲଗାଇ କାମକରୁଥିବା ଭଳି ଅଭିଯୋଗ ଆଣିଥିଲେ ପଞ୍ଚାୟତ ସଭାପତି । ଗତ କିଛିଦିନ ତଳେ ବିଜେଡି କାର୍ଯ୍ୟାଳୟରେ ବିଜେଡି ପତାକା ଧରିଥିବା ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଯାହା ରାଜନଗର ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ