ETV Bharat / state

ପ୍ରହସନ ପାଲଟିଛି କେନ୍ଦ୍ରାପଡାରେ 'ପଲ୍ଲୀରେ ପ୍ରଶାସନ', ଅସନ୍ତୋଷ ଝାଡ଼ିଲେ ଲୋକେ

author img

By

Published : May 23, 2023, 11:30 AM IST

ସାଧାରଣ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

rural administration program
rural administration program
କେନ୍ଦ୍ରାପଡା ଜିଲ୍ଲାରେ ପଲ୍ଲୀରେ ପ୍ରଶାସନ

କେନ୍ଦ୍ରାପଡା: ସାଧାରଣ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମ । ଦୀର୍ଘ ଏକବର୍ଷ ଧରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାର ୯ଟି ବ୍ଲକର ୩୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଏବେ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପଲ୍ଲୀରେ ପ୍ରଶାସନର ସଫଳତା ଓ ବିଫଳତାକୁ ନେଇ ପ୍ରଶ୍ନ ଉଠିଛି ।

ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହତ ରଖି ସମାଜର ନିମ୍ନ ବର୍ଗରେ ଥିବା ଲୋକଟିଏ ଯେପରି ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ନ ହୁଏ । ସେନେଇ ଗରିବ ଲୋକମାନଙ୍କ ପାଖରେ ସରକାରୀ ଅଧିକାରୀ ପହଞ୍ଚିବା ପରିକଳ୍ପନା ନେଇ ୨୦୨୨ ମାର୍ଚ୍ଚ ମାସରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ୠତୁରାଜଙ୍କ ନିର୍ଦ୍ଦେଶରେ ଜିଲ୍ଲାର ଡେରାବିଶ୍, ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଆଳି ଓ ରାଜକନିକା ଭଳି ୯ଟି ବ୍ଲକ୍‌ର ୩୧୪ଟି ପଞ୍ଚାୟତରେ ଆରମ୍ଭ ହୋଇଥିଲା "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରେ କେବଳ ପୋଲିସ ବାହିନୀକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ବ୍ଲକର ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ନିର୍ଦ୍ଦେଶ ରହିଥିଲା । ପ୍ରଥମେ ଏହି କାର୍ଯ୍ୟକ୍ରମଟି ଜନାଦୃତ ହୋଇଥିବା ବେଳେ ଲୋକମାନଙ୍କ ସମସ୍ୟା ଶୁଣିବା ଓ ଏହାକୁ ସମାଧାନ କରିବା ଦିଗରେ ପ୍ରଶାସକମାନଙ୍କ ଉତ୍କଣ୍ଠା ବଢିଥିଲା । ହେଲେ ମାତ୍ର ଏକ ବର୍ଷ ପରେ ଅନେକ ବିଭାଗ ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ସାମିଲ ହେଉନଥିବା ବେଳେ ବାରମ୍ବାର ଅଭିଯୋଗ କରି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ କିଞ୍ଚିତ ଆଶା ରଖି ନିଜର ଅଭିଯୋଗ ଶୁଣାଉଛନ୍ତି ଅଭିଯୋଗକାରୀ ।

ତେବେ ଜିଲ୍ଲାର ୯ଟି ବ୍ଳକ ମଧ୍ୟରୁ ଡେରାବିଶ୍ ବ୍ଲକର କାଉପଡା ପଞ୍ଚାୟତରେ ସୋମବାର ଦିନ ଦ୍ଵିତୀୟ ପର୍ଯ୍ୟାୟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଣେ ହିତାଧିକାରୀ ହେମଲତା ସେଠୀ ନିଜର ଆପତ୍ତି ଅଭିଯୋଗ ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ, ତାଙ୍କର ସ୍ୱାମୀ ଶତ ପ୍ରତିଶତ ଅନ୍ଧ ଓ ବୟସ ୬୫ ହୋଇଥିବା ବେଳେ ଏଯାବତ ତାଙ୍କୁ ନା ମିଳିଛି ଭିନ୍ନକ୍ଷମ ଭତ୍ତା ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା । ଆହୁରି ମଧ୍ୟ ଗୋଟିଏ ବୋଲି ପୁଅ ମାନସିକ ବିକୃତ ହୋଇଥିବା ବେଳେ ଏନେଇ ତାଙ୍କୁ ଟଙ୍କାଟିଏ କ୍ଷତିପୂରଣ ମଧ୍ୟ ମିଳିନାହିଁ । ସରକାରୀ ଭାବେ ମାତ୍ର ୫ କିଲୋ ଚାଉଳ ତାଙ୍କର ସାହାଭରଷା ପାଲଟିଥିବା ବେଳେ ଦୁଇ ଓଳି ଦୁଇମୁଠା ଦାନା ପାଇଁ ତାଙ୍କୁ ପର ଦୁଆରେ ହାତ ପତାଇବାକୁ ପଡୁଥିବା ନେଇ କହିଛନ୍ତି । ପଲ୍ଲୀରେ ପ୍ରଶାସନ କହି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଡେଙ୍ଗୁରା ପିଟୁଥିବା ବେଳେ ଗତ ଏକ ବର୍ଷର ସମୀକ୍ଷା ଏହା "ପଲ୍ଲୀରେ ପ୍ରଶାସନ ନୁହେଁ ବରଂ ପ୍ରହସନ" ବୋଲି ପ୍ରତୀୟମାନ ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.