ETV Bharat / state

ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଅଜ୍ଞ: ରାସ୍ତା କାମ କରୁଛି କିଏ ? - ବିଭାଗୀୟ କର୍ତ୍ତୃପକ୍ଷ

ଗାଁର କଂକ୍ରିଟ ରାସ୍ତା ଉପରେ ଚାଲିଛି ପୁଣିଥରେ କଂକ୍ରିଟ। ସରକାରୀ ବାବୁ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ମଧ୍ୟରେ ଶୀତଳଯୁଦ୍ଧ ବର୍ତ୍ତମାନ ଏଭଳି ରୂପ ନେଇଛି ଯେ ଜିଲ୍ଲାରେ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି ଲାଗୁ କରାଯାଇଥିଲେ ମଧ୍ୟ ସମସ୍ତ ନିୟମକାନୁନକୁ ଫୁ କରି ଚାଲିଛି ରାସ୍ତକାମ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 25, 2019, 4:27 PM IST

କେନ୍ଦ୍ରାପଡା: ଗତ ୧୭ ତାରିଖ ଦିନ ଆମେ ପିଚୁ ଉପରେ ପିଚୁ କରି ସରକାରୀ ରାଜସ୍ବକୁ କିପରି ଲୁଟାଯାଉଛି ସେହି ଦୃଶ୍ୟ ଆପଣଙ୍କୁ ଦେଖାଇଥିଲୁ। ଆଜି ଦେଖିବେ ସେହିପରି ଆଉ ଏକ ଦୃଶ୍ୟ। ଗାଁର କଂକ୍ରିଟ ରାସ୍ତା ଉପରେ ଚାଲିଛି ପୁଣିଥରେ କଂକ୍ରିଟ। ସରକାରୀ ବାବୁ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ମଧ୍ୟରେ ଶୀତଳଯୁଦ୍ଧ ବର୍ତ୍ତମାନ ଏଭଳି ରୂପ ନେଇଛି ଯେ ଜିଲ୍ଲାରେ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି ଲାଗୁ କରାଯାଇଥିଲେ ମଧ୍ୟ ସମସ୍ତ ନିୟମକାନୁନକୁ ଫୁ କରି ଚାଲିଛି ରାସ୍ତକାମ। ସତ କହୁଛି କିଏ ସେନେଇ ସନ୍ଦେହ ଉପୁଜୁଛି ସାଧାରଣ ଲୋକଙ୍କ ମନରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ରାଜ୍ୟ ସରକାରଙ୍କ ଆଦେଶ ଓ ଆଇନକୁ ଅବମାନନା ଆଉ ତାହା ପୁଣି ଉପରିସ୍ଥ ଅଧିକାରୀଙ୍କ ଗୋଚରରେ। ଗାଁର ଉନ୍ନତି ଓ ରାସ୍ତା ନିର୍ମାଣ ପାଇଁ ଗୋପବନ୍ଧୁ ଗ୍ରାମୀଣ ଯୋଜନାର ଆରମ୍ଭ। ପ୍ରଥମେ ପଲ୍ଲୀ ସଭା ପରେ ଗ୍ରାମସଭା ଓ ଏହାପରେ ଜିଲ୍ଲା ପ୍ରଶାସନର ସ୍ବୀକୃତି ଅନୁଯାୟୀ ସ୍ଥିର ହୋଇଥାଏ ଅଟକଳ ଓ କାମର ମାନ। ଏହି ଯୋଜନାର ପ୍ରାରମ୍ଭରେ ପଲ୍ଲିସଭା ଓ ଗ୍ରାମସଭାରେ ଗାଁର କିଛି ଲୋକଙ୍କୁ ସ୍ଥିର କରାଯାଇ କଂକ୍ରିଟ କାମର କାର୍ଯ୍ୟାଦେଶ ଦିଆଯାଉଥିଲା। କିନ୍ତୁ ପରେ ଗାଁର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ରାଜ୍ୟ ସରକାର ଏହି କାର୍ଯ୍ୟଗୁଡିକୁ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ କରିବା ପାଇଁ ନିର୍ଦ୍ଦେଶ ଦେଲେ। ହେଲେ କିଛି ଅଧିକାରୀ ନିଜେ କାମ ନକରି କିମ୍ବା କାର୍ଯ୍ୟ ହେଉଥିବା ସ୍ଥାନକୁ ନଯାଇ କେବଳ ପିସି ନେଇ ଚୁପ୍ ରହୁଥିବା କାରଣରୁ ସରକାରଙ୍କ ଏହି ଯୋଜନାସବୁ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ଯାହାକି ପରବର୍ତ୍ତୀ ସମୟରେ ଯୋଜନାର ସଫଳ ରୁପାୟନକୁ ନେଇ ଉଠାଇଛି ପ୍ରଶ୍ନ। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତ ଅଧିନ କୋରୁଆ ଗ୍ରାମରୁ।

ଅଭିଯୋଗ ଅନୁଯାୟୀ ଦୀର୍ଘ ୨ବର୍ଷ ହେବ କାର୍ଯ୍ୟପାଇଁ ପଲ୍ଲୀସଭା ଓ ଗ୍ରାମସଭା ହୋଇଥିଲେ ମଧ୍ୟ କାମ କରିବା ପାଇଁ କେହି ଆଗଭର ହୋଇନଥିଲେ କିନ୍ତୁ ହଠାତ୍ ଜିଲ୍ଲାରେ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହୋଇଥିଲେ ମଧ୍ୟ ସମସ୍ତ ସରକାରୀ ଶୃଙ୍ଖଳାକୁ ବଳି ପକାଇ ଏକଜେକ୍ୟୁଟିଭ ଅଫିସର ସୁରେନ୍ଦ୍ର ରଥ କେନାଲ ବନ୍ଧ ନିକଟରୁ କଳଘର ପର୍ଯ୍ୟନ୍ତ ତିନିଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ କରିଥିଲେ କଂକ୍ରିଟ ରାସ୍ତା ନିର୍ମାଣ। ସବୁଠାରୁ ବଡ କଥା ହେଉଛି ଗତ ଏକବର୍ଷ ତଳୁ ରାସ୍ତାକାମ ପାଇଁ ସରକାରୀ କର୍ମଚାରୀଙ୍କ ନାମରେ କରାଯିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରି ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କ କଥାରେ କାମ ଦିଆଯାଇଥିବା କୁହନ୍ତି କାମ କରୁଥିବା ଗାଁ ଠିକାଦାର।

ଅନ୍ୟପଟେ ଏହି ରାସ୍ତକାମ ଅଣଓସାରିଆ ଓ ବୁଜି ହୋଇପଡିଥିବା ନୟନଯୋରି ଉପରେ କରାଯାଉଥିବାରୁ ରାସ୍ତା ଯୋଗୁଁ ଅନେକ ଘର ବୁଡିଯିବାର ଆଶଙ୍କା ରହିଛି। ରାସ୍ତକାମ ନିମ୍ନମାନର ହେବା ସହ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ଏହି କାମ ବନ୍ଦ ହେବାର ଆବଶ୍ୟକତା ରହିଛି ଓ ଯେଉଁ କର୍ମଚାରୀ ଏହି କାମକୁ କରାଉଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ରଖିଛନ୍ତି ଗ୍ରାମବାସୀ।

ଯେଉଁ ସ୍ଥାନରେ ରାସ୍ତା ଅଛି ସେହି ସ୍ଥାନରେ ପୁନର୍ବାର ରାସ୍ତା କରାଯାଉଥିବା ବେଳେ ଯେଉଁ ସ୍ଥାନରେ ରାସ୍ତାନାହିଁ ସେ ସ୍ଥାନକୁ କେହି ଚାହୁଁନଥିବା ଅଭିଯୋଗ କରିଛନ୍ତି। ରାସ୍ତା ଉପରେ ରାସ୍ତକାମ କଲେ ଭଲ ମୁନାଫା ମିଳୁଥିବାରୁ ଏହି କାମ ପ୍ରତି ଅଧିକ ଆଗ୍ରହୀ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଏନେଇ କେନ୍ଦ୍ରାପଡା ବିଡିଓ ସୁଧୀର କୁମାର ସିଂଙ୍କ ପ୍ରତିକ୍ରିୟା ମୁତାବକ ଯଦିଓ ଏହି କାମ ଏକଜେକ୍ୟୁଟିଭ ଅଫିସରଙ୍କ ନାମରେ ରହିଛି ସେ ସ୍ଥାନୀୟ ଲୋକଙ୍କୁ ନେଇ ଏହି କାମ କରାଉଛନ୍ତି ବୋଲି କହିଥିଲେ ଏହାପରେ ଏମିତି କୌଣସି ନିୟମ ଅଛି କି ଯେ ସରକାରୀ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ଥିଲେ ମଧ୍ୟ ଅନ୍ୟମାନେ କରିପାରିବେ ପ୍ରଶ୍ନର ଉତ୍ତର ରଖିବାକୁ ଅସମର୍ଥ ହୋଇଥିଲେ ବିଡିଓ। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯାଇଥିବା ବେଳେ ସେ କିପରି ଭାବରେ ଏହି କାମ କରାଗଲା ତାହାର ସମ୍ପୂର୍ଣ୍ଣ ତଥ୍ୟ ନେବାପରେ ପ୍ରତିକ୍ରିୟା ଦେଇପାରିବେ ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:25.07.2019
Radhakanta Mohanty, Kendrapada
Slug-od_kpr_01_poorwork_script_7204459
Anchor-ଗତ ୧୭ ତାରିଖ ଦିନ ଆମେ ପିଚୁ ଉପରେ ପିଚୁ କରି ସରକାରୀ ରାଜସ୍ୱକୁ କିପରି ଲୁଟ କରାଯାଉଛି ସେହି ଦୃଶ୍ୟ ଦେଖାଇଥିଲୁ।ଆଜି ଦେଖନ୍ତୁ ଜିଲ୍ଲାର ଆଉ ଏକ ଦୃଶ୍ୟ।ଗାଁର କଂକ୍ରିଟ ରାସ୍ତା ଉପରେ ଚାଲିଛି ପୁଣିଥରେ କଂକ୍ରିଟ।ସରକାରୀ ବାବୁ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ମଧ୍ୟରେ ଶୀତଳଯୁଦ୍ଧ ବର୍ତ୍ତମାନ ଏଭଳି ରୂପ ନେଇଛି ଯେ ଜିଲ୍ଲାରେ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି ଲାଗୁ କରାଯାଇଥିଲେ ମଧ୍ୟ ସମସ୍ତ ନିୟମକାନୁନକୁ ଫୁ କରି ଚାଲିଛି ରାସ୍ତକାମ।ସତ କହୁଛି କିଏ ସେନେଇ ସନ୍ଦେହ ଉପୁଜୁଛି ସାଧାରଣ ଲୋକଙ୍କ ମନରେ।
Body:VO1-ରାଜ୍ୟ ସରକାରଙ୍କ ଆଦେଶ ଓ ଆଇନକୁ ଅବମାନନା ଆଉ ତାହା ପୁଣି ଉପରିସ୍ଥ ଅଧିକାରୀଙ୍କ ଗୋଚରରେ।ଗାଁର ଉନ୍ନତି ଓ ରାସ୍ତା ନିର୍ମାଣ ପାଇଁ ଗୋପବନ୍ଧୁ ଗ୍ରାମୀଣ ଯୋଜନାର ଆରମ୍ଭ।ପ୍ରଥମେ ପଲ୍ଲୀ ସଭା ପରେ ଗ୍ରାମସଭା ଓ ଏହାପରେ ଜିଲ୍ଲା ପ୍ରଶାସନର ସ୍ୱୀକୃତି ଅନୁଯାୟୀ ସ୍ଥିର ହୋଇଥାଏ ଅଟକଳ ଓ କାମର ମାନ।ଏହି ଯୋଜନାର ପ୍ରାରମ୍ଭରେ ପଲ୍ଲିସଭା ଓ ଗ୍ରାମସଭାରେ ଗାଁର କିଛି ଲୋକଙ୍କୁ ସ୍ଥିର କରାଯାଇ କଂକ୍ରିଟ କାମର କାର୍ଯ୍ୟାଦେଶ ଦିଆଯାଉଥିଲା।କିନ୍ତୁ ପରେ ଗାଁର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ରାଜ୍ୟ ସରକାର ଏହି କାର୍ଯ୍ୟଗୁଡିକୁ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ କରିବା ପାଇଁ ନିର୍ଦ୍ଦେଶ ଦେଲେ।କିନ୍ତୁ କିଛି ଅଧିକାରୀ ନିଜେ କାମ ନକରି କିମ୍ବା କାର୍ଯ୍ୟ ହେଉଥିବା ସ୍ଥାନକୁ ନଯାଇ କେବଳ ପିସି ନେଇ ଚୁପ ରହୁଥିବା କାରଣରୁ ସରକାରଙ୍କ ଏହି ଯୋଜନାମାନ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ଯାହାକି ପରବର୍ତ୍ତୀ ସମୟରେ ଯୋଜନାର ସଫଳ ରୂପାୟନକୁ ନେଇ ଉଠାଇଛି ପ୍ରଶ୍ନ।ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ବ୍ଲକ ପୁରୁଷୋତ୍ତମପୁର ପଂଚାୟତ ଅଧିନ କୋରୁଆ ଗ୍ରାମରୁ।ଅଭିଯୋଗ ଅନୁଯାୟୀ ଦୀର୍ଘ ୨ବର୍ଷ ହେବ କାର୍ଯ୍ୟପାଇଁ ପଲ୍ଲୀସଭା ଓ ଗ୍ରାମସଭା ହୋଇଥିଲେ ମଧ୍ୟ କାମ କରିବା ପାଇଁ କେହି ଆଗଭର ହୋଇନଥିଲେ କିନ୍ତୁ ହଠାତ ଜିଲ୍ଲାରେ ପାଟକୁରା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହୋଇଥିଲେ ମଧ୍ୟ ସମସ୍ତ ସରକାରୀ ଶୃଙ୍ଖଳାକୁ ବଳି ପକାଇ ଏକଜେକ୍ୟୁଟିଭ ଅଫିସର ସୁରେନ୍ଦ୍ର ରଥ କେନାଲ ବନ୍ଧ ନିକଟରୁ କଳଘର ପର୍ଯ୍ୟନ୍ତ ତିନିଲକ୍ଷ ଟଙ୍କା ବ୍ୟୟରେ ହେଉଛି କଂକ୍ରିଟ ରାସ୍ତା ନିର୍ମାଣ।ସବୁଠାରୁ ବଡ଼ କଥା ହେଉଛି ଗତ ଏକବର୍ଷ ତଳୁ ରାସ୍ତାକାମ ପାଇଁ ସରକାରୀ କର୍ମଚାରୀଙ୍କ ନାମରେ କରାଯିବା ପାଇଁସ୍ଥିର ହୋଇଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରି ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କ କଥାରେ କାମ ଦିଆଯାଇଥିବା କୁହନ୍ତି କାମ କରୁଥିବା ଗାଁ ଠିକାଦାର।
Byt-ସୁନାକର ସାହୁ(ଗ୍ରାମବାସୀ ତଥା କାମ କରୁଥିବା ଠିକାଦାର)
Byt-ବାବୁଲି ମଲ୍ଲିକ(ଗ୍ରାମବାସୀ ତଥା କାମ କରୁଥିବା ଠିକାଦାର)
Byt-ଅନାମବନ୍ଧୁ ଧଳ(ଅଧ୍ୟକ୍ଷ, କେନ୍ଦ୍ରାପଡ଼ା)
VO2-ଅନ୍ୟପଟେ ଏହି ରାସ୍ତକାମ ଅଣଓସାରିଆ ଓ ବୁଜି ହୋଇପଡିଥିବା ନୟନଯୋରି ଉପରେ କରାଯାଉଥିବାରୁ ରାସ୍ତା ଯୋଗୁଁ ଅନେକ ଘର ବୁଡିଯିବାର ଆଶଙ୍କା ରହିଛି।ରାସ୍ତକାମ ନିମ୍ନମାନର ହେବାସହ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ଏହି କାମ ବନ୍ଦ ହେବାର ଆବଶ୍ୟକତା ରହିଛି ଓ ଯେଉଁ କର୍ମଚାରୀ ଏହି କାମକୁ କରାଉଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ରଖିଛନ୍ତି ଗ୍ରାମବାସୀ।ଯେଉଁ ସ୍ଥାନରେ ରାସ୍ତା ଅଛି ସେହି ସ୍ଥାନରେ ପୁନର୍ବାର ରାସ୍ତା କରାଯାଉଥିବା ବେଳେ ଯେଉଁ ସ୍ଥାନରେ ରାସ୍ତାନାହିଁ ସେ ସ୍ଥାନକୁ କେହି ଚାହୁଁନଥିବା ଅଭିଯୋଗ କରିଛନ୍ତି।ରାସ୍ତା ଉପରେ ରାସ୍ତକାମ କଲେ ଭଲ ମୁନାଫା ମିଳୁଥିବାରୁ ଏହି କାମ ପ୍ରତି ଅଧିକ ଆଗ୍ରହୀ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
Byt-କୃଷ୍ଣ ମଲ୍ଲିକ(ଗ୍ରାମବାସୀ ତଥା ବିରୋଧୀ)
Byt-ମନୁ ମଲ୍ଲିକ(ଗ୍ରାମବାସୀ)
Byt-ଅନନ୍ତ କୁମାର ଲେଙ୍କା(ଗ୍ରାମବାସୀ)
VO3-କେନ୍ଦ୍ରାପଡ଼ା ବିଡ଼ିଓ ସୁଧୀର କୁମାର ସିଂଙ୍କ ପ୍ରତିକ୍ରିୟା ମୁତାବକ ଯଦିଓ ଏହି କାମ ଏକଜେକ୍ୟୁଟିଭ ଅଫିସରଙ୍କ ନାମରେ ରହିଛି ସେ ସ୍ଥାନୀୟ ଲୋକମାନଙ୍କୁ ନେଇ ଏହି କାମ କରାଉଛନ୍ତି ବୋଲି କହିଥିଲେ ଏହାପରେ ଏମିତି କୌଣସି ନିୟମ ଅଛି କି ଯେ ସରକାରୀ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ଥିଲେ ମଧ୍ୟ ଅନ୍ୟମାନେ କରିପାରିବେ ପ୍ରଶ୍ନର ଉତ୍ତର ରଖିବାକୁ ଅସମର୍ଥ ହୋଇଥିଲେ ବିଡ଼ିଓ।ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯାଇଥିବା ବେଳେ ସେ କିପରି ଭାବରେ ଏହି କାମ କରାଗଲା ତାହାର ସମ୍ପୂର୍ଣ୍ଣ ତଥ୍ୟ ନେବାପରେ ପ୍ରତିକ୍ରିୟା ଦେଇପାରିବେ ବୋଲି କହିଛନ୍ତି।
Byt-ସୁଧୀର କୁମାର ସିଂହ(ବିଡ଼ିଓ,କେନ୍ଦ୍ରାପଡ଼ା)
Byt-ସମର୍ଥ ବର୍ମା(ଜିଲ୍ଲାପାଳ, କେନ୍ଦ୍ରାପଡ଼ା)
Conclusion:FVO-ତେବେ ପ୍ରଶାସନ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.