ETV Bharat / state

ପେଣ୍ଠ ବେଳାଭୂମିରୁ ମୃତଦେହ ଉଦ୍ଧାର ଘଟଣା, ନ୍ୟାୟ ଦାବିରେ ରାସ୍ତାରୋକ - deadbody from sea beach

କେନ୍ଦ୍ରାପଡା ପେଣ୍ଠ ବେଳାଭୂମିରୁ ଦୁଇ ନାବାଳକ-ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନ୍ୟାୟ ଦାବି କରି ରାସ୍ତାରୋକ । ଅଧିକ ପଢନ୍ତୁ...

ପେଣ୍ଠ ବେଳାଭୂମିରୁ ମୃତଦେହ ଉଦ୍ଧାର ଘଟଣା, ନ୍ୟାୟ ଦାବିରେ ରାସ୍ତାରୋକ

author img

By

Published : Apr 10, 2021, 8:25 PM IST

କେନ୍ଦ୍ରାପଡା: ଜିଲ୍ଲା ରାଜନଗର ଥାନା ପେଣ୍ଠ ବେଳାଭୂମିରୁ ଗତକାଲି(ଶୁକ୍ରବାର) ୨ଟି ମୃତଦେହ ଉଦ୍ଧାର ହୋଇଥିଲା । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛ ସୁରକ୍ଷାରେ ନିୟୋଜିତ ବନ କର୍ମଚାରୀ ସମୁଦ୍ର କୂଳରେ ପଇଁତରା ମାରୁଥିବାବେଳେ ମୃତଦେହ ୨ଟିକୁ ଦେଖି ରାଜନଗର ପୋଲିସକୁ ଖବର ଦେଇଥିଲେ । ମୃତକ ଦୁଇଜଣଙ୍କ ମଧ୍ୟରୁ ନାବାଳକ ଜଣଙ୍କ ସ୍ଥାନୀୟ ଓସ୍ତିଆ ଗାଁର ପ୍ରଶାନ୍ତ ପାତ୍ର ହୋଇଥିବାବେଳେ ନାବାଳିକା ଜଣଙ୍କ ଚନ୍ଦନନଗର ଅଞ୍ଚଳର ଇପ୍ସିତା ମହାନ୍ତି ବୋଲି ଜଣାପଡିଥିଲା । ଆଜି ଦୁହିଁଙ୍କ ପରିବାର ପକ୍ଷରୁ ମୃତଦେହ ଚିହ୍ନଟ କରିବା ପରେ ସେମାନେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାସହ ନ୍ୟାୟ ଦାବିରେ ରାଜନଗର ତ୍ରିନାଥ ବଜାରରେ ରାସ୍ତାରୋକ କରିଛନ୍ତି ।

ପେଣ୍ଠ ବେଳାଭୂମିରୁ ମୃତଦେହ ଉଦ୍ଧାର ଘଟଣା, ନ୍ୟାୟ ଦାବିରେ ରାସ୍ତାରୋକ

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ଓ ଝିଅକୁ ହତ୍ଯା କରାଯାଇଛି । ହେଲେ ପୋଲିସ ତାଙ୍କ ଏତଲା ଗ୍ରହଣ କରୁନଥିବା ବା ପୋଲିସର ତଦନ୍ତରେ ଶିଥିଳତା ନେଇ ଏହାର ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ସୂଚନାଯୋଗ୍ୟ, ଉଭୟ ନାବାଳକ ହୋଇଥିବାବେଳେ ସେମାନେ ପେଣ୍ଠ ସମୁଦ୍ରକୁ ଗତ ୪ ଦିନ ତଳେ ବୁଲିବା ପାଇଁ ଆସିଥିଲେ । କେହି ଏମାନଙ୍କୁ ବିଭତ୍ସ ଭାବେ ହତ୍ୟାକରି ସମୁଦ୍ରକୁ ଫୋପାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଓ ଗ୍ରାମବାସୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.