କଟକ: କେନ୍ଦ୍ରପଡା ଜିଲ୍ଲାକୁ ସଂଖ୍ୟାଲଘୁ ଜିଲ୍ଲା ଭାବେ ଅନୁଦାନ ପ୍ରଦାନ ପାଇଁ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ଚିଠି ଲେଖି ସମାଲୋଚିତ ହୋଇଥିବା ସାଂସଦ ଅନୁଭବ ମହାନ୍ତି ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ ଲେଖିଥିବା ଚିଠିକୁ ଭଲ ଭାବରେ ନ ବୁଝି ମିଛ ଭାବରେ ଉପସ୍ଥାପନା କରାଯାଇଥିବା ସେ କହିଛନ୍ତି ।
ଚିଠିରେ ମାଇନରିଟି କମ୍ୟୁନିଟି ଜିଲ୍ଲା ନୁହେଁ ମାଇନରଟି କନସେଣ୍ଟ୍ରେଟେଡ ଜିଲ୍ଲା ଭାବେ ଉଲ୍ଲେଖ କରିଥିବା ସଫେଇ ଦେଇଛନ୍ତି ଅନୁଭବ । କେନ୍ଦ୍ର ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ରହିଛି । ଯେଉଁଥିରେ ଭଲ ଶିକ୍ଷା ଓ କୌଶଳ ଆଦି ଯୋଗାଇ ଦିଆଯାଇପାରିବ । ତେବେ ମାଇନରିଟିମାନେ ଯେ କେବଳ ମୁସଲିମ ନୁହଁନ୍ତି ଖ୍ରୀଷ୍ଟିୟାନ ଭଳି ଅନେକ ବର୍ଗର ଲୋକ ରହିଛନ୍ତି । ଏ ନେଇ ସ୍ବତନ୍ତ୍ର ଗାଇଡଲାଇନ ରହିଛି । ତେଣୁ ଏହାକୁ ଅପପ୍ରଚାର ନ କରିବା ପାଇଁ କହିଛନ୍ତି ଅନୁଭବ ।
କେନ୍ଦ୍ରାପଡା ଜିଲ୍ଲାକୁ ମାଇନରିଟି କମ୍ୟୁନିଟି ଡିଷ୍ଟ୍ରିକ୍ଟ(MCD)ର ମାନ୍ୟତା ଦେବା ପାଇଁ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ସାଂସଦ ଅନୁଭବ ଚିଠି ଲେଖିଥିଲେ । ଏହାପରେ ତାଙ୍କୁ ସମାଲୋଚନା କରାଯାଇଥିବା ବେଳେ ବିଜେଡି ସଂଖ୍ୟାଲଘୁ ସେଲ ତାଙ୍କ ସମର୍ଥନରେ ମଧ୍ୟ ଛିଡା ହୋଇଥିଲା। ସାଂସଦ ଅନୁଭବଙ୍କ ଚିଠିକୁ ଭୁଲ ଅର୍ଥରେ ନିଆଯାଉଛି ବୋଲି ସେଲ ସଫେଇ ଦେଇଥିଲା । ସେହିପରି ଗଜପତି, ରାୟଗଡା, ଭଦ୍ରକ, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାଇନରିଟିମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରଦାନ ପାଇଁ ଦାବି କରିଛନ୍ତି । କେନ୍ଦ୍ରାପଡ଼ାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ୩. ୪୯ ପ୍ରତିଶତ ହୋଇଥିବା ବେଳେ ସାଂସଦ କେଉଁ ପରିସ୍ଥିତିରେ ଏଭଳି ଚିଠି ଲେଖିଲେ ସେନେଇ ଦ୍ଵନ୍ଦ୍ବ ଉପୁଜିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ