ETV Bharat / state

ମନ୍ଦିର ଭିତରେ ହେବ ବଳଦେବ ଜୀଉଙ୍କ ରଥଯାତ୍ରା, ପ୍ରତିକାତ୍ମକ ଭାବେ ସମାପନ ହେବ ସମସ୍ତ ନୀତି

author img

By

Published : Jul 11, 2021, 5:49 PM IST

କେନ୍ଦ୍ରାପଡାର ଆରାଧ୍ୟ ବଳଦେବ ଜୀଉଙ୍କ ମନ୍ଦିର ଭିତରେ ହେବ ରଥଯାତ୍ରା । ପ୍ରତିକାତ୍ମକ ଭାବେ ସମାପିତ ହେବ ସମସ୍ତ ନୀତିକାନ୍ତି । ପ୍ରସ୍ତୁତି ଆରମ୍ଭ କଲା ମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ...

ମନ୍ଦିର ଭିତରେ ହେବ ବଳଦେବ ଜୀଉଙ୍କ ରଥଯାତ୍ରା, ପ୍ରତିକାତ୍ମକ ଭାବେ ସମାପନ ହେବ ସମସ୍ତ ନୀତି
ମନ୍ଦିର ଭିତରେ ହେବ ବଳଦେବ ଜୀଉଙ୍କ ରଥଯାତ୍ରା, ପ୍ରତିକାତ୍ମକ ଭାବେ ସମାପନ ହେବ ସମସ୍ତ ନୀତି

କେନ୍ଦ୍ରାପଡା: ଆସନ୍ତାକାଲି ରଥଯାତ୍ରା । ଚଳିତବର୍ଷ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ ମନ୍ଦିର ଗୁଡିକରେ ରଥଯାତ୍ରା ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଉକ୍ତ ନିୟମାନୁସାରେ କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ଭିତରେ ହିଁ ରଥଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ରଥଯାତ୍ରା ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକିଥିବାବେଳେ ମନ୍ଦିର ଭିତରେ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଗତବର୍ଷ ମହାପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ରାଜ ପୁରୋହିତଙ୍କ ପରାମର୍ଶ ଅନୁସାରେ ସ୍ନାନ ମଣ୍ଡପରେ ସମାପନ କରାଯାଇ ଥିବାବେଳେ ଚଳିତବର୍ଷ ରାଜ ପୁରୋହିତଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁର ଛ'ଦିନ ପରେ ପୁତ୍ରଙ୍କ ମୃତ୍ୟୁ ଓ ଅନ୍ୟ ଦୁଇଜଣ ପାଳିଆ ସେବକଙ୍କ ମୃତ୍ୟୁରେ ଭୟଭୀତ ହୋଇ ସେବକ ସମୁଦାୟ ମନ୍ଦିରରୁ ମଣି ବିଗ୍ରହମାନଙ୍କୁ ସ୍ଥାନନ୍ତରଣ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଦେବୋତ୍ତର ବିଭାଗର ସଭାପତି ତଥା ଉପଜିଲ୍ଲାପାଳଙ୍କ ସହ ସମସ୍ତ ସେବାୟତଙ୍କ ବୈଠକ ଆଲୋଚନା ପରେ ମନ୍ଦିରର ରତ୍ନ ସିଂହାସନରୁ ଶ୍ରୀବିଗ୍ରହଙ୍କୁ ଅଣାଯାଇ ଜଗମୋହନ(ମଝି ଦେଉଳ)କୁ ପ୍ରତୀକ ଭାବେ ରଥ ବିବେଚନା କରାଯାଇ ରଥଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସ୍ଥିରୀକୃତ ନୀତି ନିର୍ଘଣ୍ଟ ଅନୁସାରେ, ଆସନ୍ତାକାଲି ସକାଳ ୫ରେ ମଙ୍ଗଳ ଆଳତୀ କରାଯାଇ ରଥଯାତ୍ରା ବିଧି ଆରମ୍ଭ ହେବ । ଅପରାହ୍ନ ସାଢେ ୩ ରୁ ସାଢେ ୪ଟା ଭିତରେ ବଳଦେବଜୀଉଙ୍କ ସମେତ ଶ୍ରୀ ଜଗନ୍ନାଥ, ଭଗିନୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ପ୍ରତୀକାତ୍ମକ ରଥ(ଜଗମୋହନ)ପର୍ଯ୍ୟନ୍ତ ଅଣାଯିବ । ସେହିପରି ଜଗମୋହନରେ ଛେରା ପହଁରା ନୀତି ଓ କରାଯାଇ ରଥଯାତ୍ରା କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛି ମନ୍ଦିର ପ୍ରଶାସନ ।

ସେହିପରି ଦଇତା ସେବକମାନେ ଆସନ୍ତାକାଲି ଏହି ରଥଯାତ୍ରା କାର୍ଯ୍ୟରେ ସାମିଲ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ କୋଭିଡ ପରୀକ୍ଷା କିମ୍ବା ଟୀକାକରଣ ଉପରେ ଗୁରୁତ୍ବ ନ ଦିଆଯିବାକୁ ନାପସନ୍ଦ କରିଛନ୍ତି ଭକ୍ତ । ଏନେଇ ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ କହିବାନୁଯାୟୀ ସ୍ନାନ ପୂର୍ଣ୍ଣିମା ସମୟରେ ସେବାୟତଙ୍କ ପାଇଁ କୋଭିଡ ଟେଷ୍ଟ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହି ଟେଷ୍ଟରେ କେହି ସାମିଲ ହୋଇନଥିଲେ । ପଜିଟିଭ ରିପୋର୍ଟ ଆସିଥିଲେ ସେମାନଙ୍କ ଚିକିତ୍ସା ପାଇଁ ଛତା କୋଭିଡ ହସ୍ପିଟାଲକୁ ନିଆଯାଇଥାନ୍ତା ବୋଲି ଭୟରେ କେହି ଟେଷ୍ଟିଂରେ ସହଯୋଗ ନକରିବା ସହ ସାମିଲ ହୋଇ ନ ଥିବା କହିଛନ୍ତି ଅଧିକାରୀ । ଅନ୍ୟପଟେ ପ୍ରଶାସନ ଚାହିଁଥିଲେ ଏହି ସେବାୟତଙ୍କ ଟୀକାକରଣ କରାଯାଇ ପାରିଥାନ୍ତା ବୋଲି ମତ ଦେଇଛନ୍ତି ନିର୍ବାହୀ ଅଧିକାରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.