ETV Bharat / state

ନୀତି ଆୟୋଗ ରିପୋର୍ଟକୁ ନେଇ ଦ୍ଵନ୍ଦ୍ୱ, କେନ୍ଦ୍ରାପଡାରେ ୧୦% ଗରିବ ଥିବା ବେଳେ ୮୨%ଙ୍କୁ ମିଳୁଛି ମାଗଣା ଚାଉଳ - ନୀତି ଆୟୋଗ ରିପୋର୍ଟକୁ ନେଇ ପ୍ରଶ୍ନ

ନୀତି ଆୟୋଗ ରିପୋର୍ଟକୁ କେନ୍ଦ୍ରପଡା ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲାରେ ୮୨%ରୁ ଊର୍ଦ୍ଧ୍ବ ଲୋକେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ରାସନ ଚାଉଳ ପାଉଥିବା ବେଳେ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ଗରିବଙ୍କ ସଂଖ୍ୟା ୧୦%ରୁ କମ ରହିଛି । ଅଧିକ ପଢନ୍ତୁ

ନୀତି ଆୟୋଗ ରିପୋର୍ଟକୁ ନେଇ ଦ୍ଵନ୍ଦ
Questions aries on NITI aayog report
author img

By

Published : Jul 23, 2023, 3:38 PM IST

ନୀତି ଆୟୋଗ ରିପୋର୍ଟକୁ ନେଇ ଦ୍ଵନ୍ଦ

କେନ୍ଦ୍ରାପଡା: ନୀତି ଆୟୋଗ ରିପୋର୍ଟକୁ ନେଇ ପ୍ରଶ୍ନ । ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ଦେଶରେ ଦାରିଦ୍ର୍ୟ କମିଛି । କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି ନୀତି ଆୟୋଗ ରିପୋର୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୀତି ଆୟୋଗ ଦ୍ୱାରା ସଦ୍ୟ ପ୍ରକାଶିତ "ଜାତୀୟ ବହୁମୂଖୀ ଦାରିଦ୍ର୍ୟ ସୂଚୀ" ରିପୋର୍ଟରେ ରାଜ୍ୟର ୧୦ଟି ଜିଲ୍ଲାର ଗରିବୀ ହାର ୧୦%ରୁ କମ୍ ଥିବା ରିପୋର୍ଟକୁ ନେଇ ଦ୍ଵନ୍ଦ୍ୱ ଉପୁଜିଛି ।

ରିପୋର୍ଟରେ ଉପକୂଳ ଓଡ଼ିଶାର ପୁରୀ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କଟକ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଗରିବ ଲୋକଙ୍କ ପ୍ରତିଶତ ୧୦ରୁ କମ୍‌ ଦର୍ଶା ଯାଇଥିବା ବେଳେ ଏହି ରିପୋର୍ଟକୁ ନେଇ ବୁଦ୍ଧିଜୀବୀ ତଥା କୃଷକ ନେତା ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ପ୍ରାୟ ୧୨ ଲକ୍ଷ ହିତାଧିକାରୀ ରାସନ ସାମଗ୍ରୀ ପାଉଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ଏହି ହାର ୮୨.୯% ବୋଲି ସୂଚନା ମିଳିଛି । ଏହି ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ପ୍ରଦାନ କରିଥିବା ଅଧିକାରୀ କେବେ ନିଜ କାର୍ଯ୍ୟାଳୟକୁ ନଆସି ଏଭଳି ଭ୍ରମାତ୍ମକ ରିପୋର୍ଟ ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ନେତା ତଥା ବୁଦ୍ଧିଜୀବୀ ବିଧୁଭୂଷଣ ମହାପାତ୍ର । ଅନୁରୂପ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ଯୋଗାଣ ଅଧିକାରୀଙ୍କ ରିପୋର୍ଟ ଏବେ ଚିନ୍ତାରେ ପକାଇଛି । ଜିଲ୍ଲାରେ NFSA (National Food Security Act) ଅଧୀନରେ ୨ ଲକ୍ଷ ୯୯ ହଜାର ୧୨୨ ଟି କାର୍ଡ ରହିଥିବା ବେଳେ SFSA (State Food Security Act) ଅଧିନରେ ୨୨ ହଜାର ୧୦୮ଟି କାର୍ଡ ରହିଛି । ଏହି ଅନୁପାତରେ NFSA ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧୧ ଲକ୍ଷ ୧୯ ହଜାର ୮୮୦ ଜଣ ଓ SFSA ଯୋଜନାରେ ୭୩ ହଜାର ୭୮୬ ଜଣ ହିତାଧିକାରୀ ରହିଛନ୍ତି । ଏହି କାର୍ଡଗୁଡିକ ୨୦୧୫ ସର୍ଭେ ଅନୁସାରେ ପ୍ରଦାନ କରାଯାଇଥିବା ବେଳେ କାଁ ଭାଁ ନକଲି ହିତାଧିକାରୀ ରହିଛନ୍ତି କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ହିତାଧିକାରୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଠିକ ଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ପ୍ରତିମାସରେ ଜିଲ୍ଲାରେ ୭୦ ହଜାର କ୍ୱିଣ୍ଟାଲ ଚାଉଳ ମାଗଣାରେ ବଣ୍ଟା ଯାଉଥିବା ସୂଚନା ଦେଇଛନ୍ତି ଅଧିକାରୀ ।

ଏହା ବି ପଢନ୍ତୁ...Niti Aayog Report: ଦେଶରେ କମିଛି ଦାରିଦ୍ର୍ୟ, ମାଲକାନଗିରିରେ ଗରିବୀ ହାର ସର୍ବାଧିକ

ତେବେ ଜିଲ୍ଲାରେ ୮୨%ରୁ ଉର୍ଦ୍ଧ୍ବ ଲୋକେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ରାସନ ଚାଉଳ ପାଉଥିବା ବେଳେ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ଗରିବଙ୍କ ସଂଖ୍ୟା ୧୦%ରୁ କମକୁ ସହଜରେ ବିଶ୍ୱାସ କରି ହେଉନାହିଁ । ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ଭାରତରେ ଗରିବୀ କମିଥିବା ବେଳେ ଗତ ୫ ବର୍ଷ ଭିତରେ ୧୩୫ ମିଲିୟନ(୧୩ କୋଟି ୫ ଲକ୍ଷ) ଲୋକ ଦାରିଦ୍ର୍ୟ କବଳରୁ ମୁକୁଳିଥିବା ଦର୍ଶାଯାଇଛି । ମାଲକାନଗିରି ସବୁଠି ଦାରିଦ୍ର୍ୟ ଜିଲ୍ଲା ହୋଇଥିବା ବେଳେ ପୁରୁରେ ସବୁଠୁ କମ ଗରୀବ ଥିବା ନୀତି ଆୟୋଗ ରିପୋର୍ଟ କହିଛି ।

ଇଟିିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.