କେନ୍ଦ୍ରପଡା: ଶେଷରେ ନିଜ ଗାଁକୁ ନିଜେ ସାନିଟାଇଜ କଲେ ଗାଁର ଯୁବକ ଗୋଷ୍ଠୀ l ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକ କୋର ଗ୍ରାମରେ l କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୋର ଗାଁରେ କିନ୍ତୁ ଏ ନେଇ କୌଣସି ସଚେତନତା କିମ୍ବା ସ୍ଵଚ୍ଛତା କାର୍ଯ୍ୟକ୍ରମ କରାଯାଉନଥିଲା l ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା l କିନ୍ତୁ ନିଜ ଗାଁକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ପାଇଁ ଅଣ୍ଟା ଭିଡ଼ିଲେ ଗାଁର କିଛି ଯୁବକ l ନିଜ ଖର୍ଚ୍ଚରେ ଗାଡି, ଜେନେରେଟର, ପାଣି ପମ୍ପ ଓ ବିଶୋଧନ ସାମଗ୍ରୀ ଆଣି ଗାଁରେ ବୁଲି ବୁଲି ସିଞ୍ଚନ କରିଥିଲେ ।
ଗାଁ ରାସ୍ତା, ପିଣ୍ଡା, ଧାର୍ମିକ ଅନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନରେ ବିଶୋଧନ ସିଞ୍ଚନ କରାଯାଇଥିଲା l ଯୁବ ସମାଜସେବୀ ମଳୟ କୁମାର ସାହୁଙ୍କ ନେତୃତ୍ବରେ କୋର ଗ୍ରାମର ପ୍ରାୟ ତିନି ହଜାର ଘରକୁ ବିଶୋଧନ କରାଯାଇଥିଲା l ଆଗାମୀ ଦିନରେ ଗାଁରେ ମାଗଣା ମାସ୍କ ଓ ସାନିଟାଇଜର ବଣ୍ଟନ ପାଇଁ ଯୁବକ ମାନେ ଲକ୍ଷ୍ୟ ରଖିଛନ୍ତି ।
କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ